ରାଶିଫଳ 23 ମାର୍ଚ୍ଚ 2020, ଆସନ୍ତୁ ଜାଣିବା ଆପଣଙ୍କ ପାଇଁ କେମିତି ରହିବ ସୋମବାରର ଦିନ

ଆଜି ୨୩ ମାର୍ଚ୍ଚ ସୋମବାର ଦିନଟି ଆପଣଙ୍କ ପାଇଁ କିପରି ରହିବ ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ । ଗ୍ରହ ନକ୍ଷତ୍ରଙ୍କର ଚଳନ ସବୁବେଳେ ବଦଳୁଥାଏ ଓ ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । ରାଶି ପ୍ରତ୍ଯେକ ମଣିଷର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ରାଶି ଦ୍ଵାରା ଆମେ ବ୍ଯକ୍ତିର ସୁଖ, ଦୁଃଖ, ସଫଳତା ସମସ୍ତ ବିଷୟରେ ଜାଣି ପାରିବା । ରାଶି ଦ୍ଵାରା ଆମେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଜାଣି ପାରିଥାଉ । ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ ।

ମେଷ ରାଶି

ଆଜି ଆପଣଙ୍କର ଆୟ ପ୍ରାପ୍ତିର ସାଧନ ବୃଦ୍ଧି ହେବ । ଯେଉଁ କାମର ଦାୟିତ୍ତ୍ଵ ଆପଣଙ୍କ ଉପରେ ଅଛି ସେଥିରେ ବନ୍ଧୁମାନଙ୍କର ଭରପୁର ସହଯୋଗ ମିଳିବ । ଦୈନିକ ଆୟରେ ବୃଦ୍ଧି ହେତୁ ଆପଣ କୌଣସି ନୂଆ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଆଗ୍ରହ ଦେଖାଇବେ । ଆସନ୍ତା ସମୟ ଆପଣଙ୍କର ଜୀବନ ବଦଳାଇପାରେ । ଆଜି ଆପଣଙ୍କର ଯଶ, କୀର୍ତ୍ତି ତଥା ପ୍ରତିଷ୍ଠାରେ ବୃଦ୍ଧି ହେବ ।

ବୃଷ ରାଶି

ଆଜି ଆପଣ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ହେଉଥିବା କାମ ବିଗିଡି ଯାଇପାରେ । ଖାଦ୍ଯ ପେୟର ବିଶେଷ ଧ୍ୟାନ ରଖନ୍ତୁ । ମହାଲକ୍ଷ୍ମୀ ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟାକୁ ଦୂର କରିବେ । ନିଜ ଲକ୍ଷର ସମୀକ୍ଷା କରି ତାହାର ଅନୁସରଣ କରି ଆଗକୁ ବଢିବା ଆପଣଙ୍କୁ ପୁରା ଲାଭ ଦେଇପାରେ । ଭୂମି କ୍ରୟ କରି ପାରନ୍ତି ।

ମିଥୁନ ରାଶି

ଆଜି ଆପଣଙ୍କୁ କୌଣସି ଭୁଲ ନିଷ୍ପତ୍ତି ନେବାରୁ ବଞ୍ଚିବାକୁ ହେବ । ଧୈର୍ଯ୍ୟ ହରାନ୍ତୁ ନାହିଁ ଓ ସଂଯମତା ରକ୍ଷା କରନ୍ତୁ । ବହୁତ ଦିନରୁ କରୁଥିବା ପରିଶ୍ରମ ସାର୍ଥକ ହେବ । ଲଗାତାର କରୁଥିବା ପ୍ରୟାସ ଆପଣଙ୍କ ପାଇଁ ଆଜି ଲାଭଦାୟକ ପ୍ରମାଣିତ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ର ମଉକା ମିଳିପାରେ ।

କର୍କଟ ରାଶି

ଆଜି ଅନ୍ୟମାନଙ୍କ ଝଗଡାରେ ପଡନ୍ତୁ ନାହିଁ । କୋର୍ଟ କଚେରୀ କାର୍ଯ୍ୟରେ ଫସି ପାରନ୍ତି । ଦିନ ଲାଭଦାୟକ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମାନସିକ ଶାନ୍ତି ମିଳିପାରେ । କାରୋବାର ବିସ୍ତାର କରିବାର ସୁବର୍ଣ୍ଣ ସୁଯୋଗ ଅଟେ । ଯାହା ଦ୍ଵାରା ଜବରଦସ୍ତ ଆର୍ଥିକ ଲାଭ ହେବ । ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢିବ ।

ସିଂହ ରାଶି

ଆଜି ଆପଣଙ୍କ ଆତ୍ମବିଶ୍ଵାସରେ ଅବୋନତି ଦେଖାଦେବ । ଆଜି ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଉଚିତ ସମୟ ଅଟେ । ବ୍ୟାପାରରେ ଆପଣଙ୍କୁ ଅପାର ଧନଲାଭ ହେବ । ଆପଣ ଲଗାତାର ଉନ୍ନତି ମାର୍ଗରେ ଆଗକୁ ବଢିବେ । ଜୀବନସାଥିଙ୍କ ସ୍ଵାସ୍ଥ୍ୟରେ ଉତ୍ଥାନ ପତ୍ତନ ଦେଖିବାକୁ ମିଳିପାରେ ।

କନ୍ୟା ରାଶି

ଆଜି ସନ୍ତାନ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ପ୍ରେମ ସମ୍ବନ୍ଧୀୟ ମାମଲାରେ ଚାଲୁଥିବା ବିବାଦ ଆଜି ସମାଧାନ ହୋଇପାରେ । ପରିବାର ସହିତ ସମୟ ବିତାଇବେ । ସରକାରୀ କାର୍ଯ୍ୟ ସହଜରେ ପୂର୍ଣ୍ଣ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କାରିବାକୁ ଚେଷ୍ଟା କରିବେ । ଆଜି କାହା ସହିତ ଯୁକ୍ତି କରିବାରୁ ବଞ୍ଚାନ୍ତୁ । ଧନ କମାଇବାର ବହୁତ ଅବସର ପ୍ରାପ୍ତି ହେବ ।

ତୁଳା ରାଶି

ଆଜି ପରିବାରର କୌଣସି ସଦସ୍ୟଙ୍କ ତରଫରୁ ଖୁସି ଖବର ମିଳିବାର ଯୋଗ ଅଛି । ଯେଉଁ ଲୋକ ବିବାହିତ ଅଟନ୍ତି ସେମାନଙ୍କୁ ନିଜ ଜୀବନସାଥିଙ୍କ ତରଫରୁ ସରପ୍ରାଇଜ ମିଳିବାର ଯୋଗ ଅଛି । ଆଜି ପରିବାରରେ ଖୁସିର ପରିବେଶ ରହିବ । ବିଗିଡି ଯାଇଥିବା କଥାକୁ ସୁଧାରି ଲକ୍ଷ ହାସଲ କରିବେ ।

ବିଛା ରାଶି

କଳା ତଥା ସାହିତ୍ଯ କ୍ଷେତ୍ରରେ ରୁଚି ରଖିଥିବା ବ୍ୟକ୍ତି ଆଜି ନିଜ କାର୍ଯ୍ୟ କ୍ଷେତ୍ରରେ ବିଶେଷ ଯୋଗଦାନ ଦେବେ । ଆପଣଙ୍କୁ ସଫଳତାର ନୂଆ ମାର୍ଗ ପ୍ରାପ୍ତି ହେବ । ଆୟ କ୍ଷେତ୍ରରେ ଆପଣଙ୍କୁ ବଡ ସଫଳତା ମିଳିବାର ଯୋଗ ଅଛି । ଆପଣ ନିଜର ମଧୁର ବାଣୀ ଦ୍ଵାରା କାହାକୁ ବି ପ୍ରସନ୍ନ କରି ପାରିବେ । ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଟେ ଓ ଯେଉଁ ମାର୍ଗରେ ଆପଣ ଚାଲୁଛନ୍ତି ତାହା ଦ୍ଵାରା ଆପଣଙ୍କର ବହୁତ ଉନ୍ନତି ହେବାର ସମ୍ଭାବନା ଅଛି ।

ଧନୁ ରାଶି

ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ରୁଚି ବଢାଇବା ପାଇଁ ନିଜ ଜ୍ଞାନକୁ ବଢାଇବାକୁ ହେବ । ଘର ପରିବାର ଚିନ୍ତାକୁ ଭଲ ଭାବରେ ସମ୍ଭାଳି ନେବେ । ଆପଣଙ୍କ କାର୍ଯ୍ୟର ପ୍ରଶଂସା କରାଯିବ । ସରକାରୀ କ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟ ପୁଣି ଆରମ୍ଭ ହୋଇପାରେ । ଖର୍ଚ୍ଚ ଭାବି ଚିନ୍ତି କରନ୍ତୁ । ଆପଣ ଭବିଷ୍ୟତ ପାଇଁ କିଛି ସେଭିଙ୍ଗ୍ସ ବି କରିବେ ।

ମକର ରାଶି

ଆଜି ଅନାବଶ୍ୟକ କାର୍ଯ୍ୟରେ ନିଜ ଟଙ୍କା ବର୍ବାଦ କରନ୍ତୁ ନାହିଁ । ପେଶାରେ କିଛି ସମସ୍ଯା ଆସିପାରେ ଯାହାକୁ ଆପଣ ବୁଦ୍ଧିମତାର ସହ ସମାଧାନ କରିବାରେ ସକ୍ଷମ ହେବେ । ଆର୍ଥିକ ଦୃଷ୍ଟିକୋଣରୁ ଆପଣଙ୍କର ଏହି ଦିନ ଭଲ ରହିବାର ଅଛି । ଆପଣଙ୍କର ଖର୍ଚ୍ଚ କିଛି ଅଧିକ ହୋଇପାରେ । ଆଜି ନିଜ ବିଚାରକୁ ସକରାତ୍ମକ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କୁ ଭଲ ପରିଣାମ ହାସଲ ହେବ ।

କୁମ୍ଭ ରାଶି

ଆଜି ଆପଣ ବ୍ୟବସାୟରେ କିଛି ନିବେଶ କରିବା ପାଇଁ ବିଚାର କରିବେ । ଆପଣଙ୍କର ଆକର୍ଷକ ବ୍ୟବହାର ଅନ୍ୟମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିବ । ଆକସ୍ମିକ ଖର୍ଚ୍ଚ ହୋଇପାରେ । ଆଜି ଆପଣଙ୍କର ମନ କାମ କାର୍ଯ୍ୟରେ ଲାଗିବ । ଅନ୍ୟମାନଙ୍କ କଥାରେ ଚାଲିବା ଆଜି ଆପଣଙ୍କୁ ବିପଦରେ ପକାଇପାରେ । ପୁରୁଣା ସମସ୍ଯା ସମାଧାନ ହୋଇପାରେ ।

ମୀନ ରାଶି

ଆଜି ଆପଣ ନିଜ ପୁରୁଣା କରଜକୁ ଫେରସ୍ତ କରି ପାରନ୍ତି । ଯେଉଁଥିରେ କିଛି ସମସ୍ଯା ମଧ୍ୟ ଆସିପାରେ । ଆଜିର ଦିନଟି ପ୍ରେମ ମାମଲାରେ ବହତ ଖାସ ରହିବାର ଅଛି । ଆଜି ଆପଣ ନିଜର ବୁଦ୍ଧି ଓ ବ୍ୟକ୍ତିତ୍ତ୍ଵକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବେ । ଆଜି ଆପଣଙ୍କୁ କିଛି ଭଲ ଖବର ମିଳିପାରେ । ପାରିବାରିକ ସଦସ୍ୟ ଓ ପଦାଧିକାରୀଙ୍କ ସହିତ କିଛି ଭଲ ସମୟ ବିତାଇବେ ।

Leave a Reply

Your email address will not be published. Required fields are marked *