ଅଲର୍ଟ! ପୁଣି ଥରେ ଚୀନକୁ ଫେରି ପୁରା ଦୁନିଆକୁ ବଡ ସଙ୍କଟରେ ପକାଇ ପାରେ କରୋନା ଭାଇରସ

କରୋନା ଭାଇରସ ୟୁରୋପର ପ୍ରାୟତଃ ଦେଶରେ ନିଜର କାୟା ବିସ୍ତାର କରି ସାରିଛି । ଚୀନ ପରେ ଇଟାଲୀ, ଜର୍ମାନୀ ଓ ଫ୍ରାନ୍ସରେ ଏହାର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏହା କହି ସମସ୍ତଙ୍କୁ ଆହୁରି ଅଧିକ ଭୟଭୀତ କରିଦେଉଛନ୍ତି କି ଏହା କେବଳ ଆରମ୍ଭ ଅଟେ । ଏହି ଭାଇରସ ନିଜର ଚରମ ସୀମାରେ ପହଞ୍ଚିବା ବର୍ତ୍ତମାନ ବାକି ଅଛି । ଖାସକରି ଚୀନକୁ ଚେତାବନୀ ଦେଇ ଏକ୍ସପର୍ଟ୍ସମାନେ କହିଛନ୍ତି କି ଚୀନ ଏହାର ପ୍ରଥମ ପର୍ଯ୍ୟାୟ ଉପରେ କାବୁ କରି ସାରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହାର ଡର ଯାଇ ନାହିଁ । ଏହାର ଆସନ୍ତା ଚରଣ ଦୁନିଆ ପାଇଁ ବହୁତ ଘାତକ ପ୍ରମାଣିତ ହୋଇପାରେ ।

ଏହା ଝଡ ପୂର୍ବର ଶାନ୍ତି ଅଟେ

ଲ୍ୟାଂସେଟ ମେଡିକାଲ ର ଜନରଲ ରେ ଫ୍ରାନ୍ସର ପବ୍ଲିକ ହେଲ୍ଥ ସ୍ପେଶଲିସ୍ଟ ଓ ଏପିଡେମୋଲୋଜିସ୍ଟ ଆଂଟୋନୀ ଫଲ୍ଟ ଏକ ଲେଖାରେ ଏହି ଚେତାବନୀ ଜାରୀ କରିଛନ୍ତି କି କରୋନା ସଂକ୍ରମଣର ଏହା ପ୍ରଥମ ଚରଣ ଅଟେ । ବର୍ତ୍ତମାନ ସବୁଠୁ ଖରାପ ସମୟ ବାକି ଅଛି । ଚୀନ କହୁଛି କି ବହୁ ଦିନ ହେବ କୌଣସି ଲୋକାଲ ଇନ୍ଫେକ୍ସନର କେସ ଆସି ନାହିଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହାର ଡର ଯାଇ ନାହିଁ ।

ଆଂଟୋନୀଙ୍କ ଅନୁସାରେ, ଝଡ ପୂର୍ବରୁ ଯେମିତି ଚାରିଆଡେ ଶାନ୍ତିର ପରିବେଶ ଦେଖାଯାଏ ବର୍ତ୍ତମାନର ପରିସ୍ଥିତି କିଛି ସେହିଭଳି ହିଁ ଅଟେ । ଝଡର ସବୁଠୁ ବଡ ଓ ଭୟଙ୍କର ପରିସ୍ଥିତି ବର୍ତ୍ତମାନ ଆସିବାର ଅଛି । ଆଂଟୋନୀଙ୍କ ଅନୁସାରେ ଫ୍ଲୂ କେମିତି ବ୍ୟାପିଥାଏ ଏହା ବିଷୟରେ ଜାଣିବା ପାଇଁ ଆମକୁ ସ୍ପେନିଶ ଫ୍ଲୂ କେମିତି ବ୍ୟାପିଥିଲା, ସେଥିରୁ ଶିଖିବା ଉଚିତ ।

ଏହା ପ୍ରଥମ ବିଶ୍ଵ ଯୁଦ୍ଧ ପୂର୍ବରୁ ନଜର ଆସିଥିଲା ଓ ଏଥିରେ ୫ କୋଟିରୁ ବି ଅଧିକ ଲୋକମାନଙ୍କର ନିଧନ ହୋଇଥିଲା ଓ କିଛି ଲୋକମାନେ ତ ଗାୟବ ହୋଇ ଯାଇଥିଲେ । କହିଦେଉଛୁ କି ଏତେ ସଂଖ୍ୟାରେ ଲୋକମାନେ ପ୍ରଥମ ବିଶ୍ଵ ଯୁଦ୍ଧ ସମୟରେ ବି ମରି ନ ଥିଲେ ।

ବୈଜ୍ଞାନିକମାନଙ୍କ ମାନିବା ଅଟେ କି କରୋନା ମାମଲାରେ ଯେତେ ଦିନ ପର୍ଯ୍ୟନ୍ତ ଜନସଂଖ୍ୟାର ୫୦ ରୁ ୬୬ ପ୍ରତିଶତ ଅଂସ ଇମ୍ୟୁନ ନ ହୋଇଯିବେ ସେତେ ଦିନ ପର୍ଯ୍ୟନ୍ତ ଏହି ସଂକ୍ରମଣକୁ ରୋକି ହେବ ନାହିଁ । କିନ୍ତୁ ବର୍ତ୍ତମାନ ଏହାକୁ ସମାଧାନ କରିବା ପାଇଁ ଯେଉଁ ଔଷଧ ଓ ଉପାୟ ଗୁଡିକର ବ୍ୟବହାର କରାଯାଉଛି ତାହା କିଛି ନୁହେଁ । କ୍ୱାରଂଟୀନ, ସାମାଜିକ ଦୂରତା କିମ୍ବା ଆଇସୋଲେସନ ଗୋଟିଏ ଲେବୁଲ ପର୍ଯ୍ୟନ୍ତ କାମରେ ଆସିପାରେ । ଯେମିତ ଯେମିତି ଥଣ୍ଡାର ମୌସମ ଆସିବ ଏହାର ଡର ଦୁଇଗୁଣା ହୋଇଯିବ ।

ପ୍ୟାରିସର ଇନ୍ଫେକ୍ସିୟସ ଡିଜୀଜ ସର୍ବିସର ହେଡ ପିଟୀ ସେଲପତ୍ରେ ଓ ଇନ୍ଫେକ୍ସିୟସ ଡିଜୀଜ ଏକ୍ସପର୍ଟ ଶେରୋନ ଲେବିନ ବି ମାନନ୍ତି କି କରୋନାର ଫେରିବାର ଆଶଙ୍କା ବହୁତ ଅଛି । ଆମେ ଏହା ତ କହି ପାରିବା ନାହିଁ କି ଏହା ସଠିକ ଅଟେ କିନ୍ତୁ ନିଜର ପୁରୁଣା ଅନୁଭବରୁ ଯାହା ଶିଖିଛୁ ତେବେ ଏହା କିଛି ଖରାପ ଲକ୍ଷଣ ଆଡକୁ ସଂକେତ ଦେଉଛି । ଏହା ଛଡା ସେ କହୁଛନ୍ତି କି ସାର୍ସ (Severe Acute Respiratory Syndrome) ଏହା ଉପରେ କାବୁ ପାଇ ଥିଲେ ବି ଭ୍ୟାକ୍ସିନ ବିନା କରୋନା ସହ ଲଢିବା ବହୁତ କଷ୍ଟ ଅଟେ ।

Leave a Reply

Your email address will not be published. Required fields are marked *