ସାବିତ୍ରୀ ସଜ ଧରି ପହଞ୍ଚିଲେ ଅଜଣା ଭାଇ, ଭଉଣୀ ଆଖିରେ ଖୁସିର ଲୁହ…ପୁରା ଘଟଣା ଜାଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ସାବିତ୍ରି ବ୍ରତକୁ ଏକ ବଡ ବ୍ରତ ବୋଲି ମାନା ଯାଇଥାଏ । ବିବାହିତା ମହିଳା ମାନଙ୍କ ପାଇଁ ଏହା ବହୁତ ଖାସ ଅଟେ । ଏହି ବ୍ରତକୁ ମହିଳା ମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ରଖିଥାନ୍ତି । ସାବିତ୍ରି ବ୍ରତକୁ କରିବା ଦ୍ଵାରା ସୁଖମୟ ଓ ସମୃଦ୍ଧିମୟ ଜୀବନର ବରଦାନ ମିଳିଥାଏ । ଯେଉଁ ମହିଳା ମାନେ ସାବିତ୍ରି ବ୍ରତ କରିଥାନ୍ତି ସେମାନେ ନିଜ ପରିବାରକୁ ଗୋଟେ ସୂତ୍ରରେ ବାନ୍ଧିକି ରଖିଥାନ୍ତି ।

ସାବିତ୍ରି ବ୍ରତ ସହିତ ସତ୍ୟବାନ ଓ ସାବିତ୍ରି ମାତାଙ୍କ କଥା ଯୋଡି ହୋଇ ରହିଛି । ସାବିତ୍ରି ମାତା ନିଜ ସଂକଲ୍ପ ଓ ଶ୍ରଦ୍ଧାରେ ଜମ ରାଜାଙ୍କ ଠାରୁ ସତ୍ୟବାନ ଅର୍ଥାତ ନିଜ ସ୍ଵାମୀଙ୍କ ପ୍ରାଣ ଫେରାଇ ଆଣିଥିଲେ । ମହିଳା ମାନେ ମଧ୍ୟ ଏହି ଦିନ କିଛି ଏଭଳି ସଂକଲ୍ପ କରନ୍ତି ନିଜ ସ୍ଵାମୀଙ୍କ ଆୟୁ ଓ ପ୍ରାଣ ରକ୍ଷା ପାଇଁ । ଏହି ବ୍ରତକୁ ପୁରା ବିଧି ବିଧାନରେ ପୂର୍ଣ୍ଣ କରିଥାନ୍ତି ।

ବନ୍ଧୁଗଣ ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ ଘର ଠାରୁ ଦୂରରେ ରହୁଥିବା କିଛି ମହିଳା ମାନଙ୍କ ପାଖରେ ନିଜ ଭାଇ ମାନେ ସିନା ପହଞ୍ଚି ପାରି ନାହାନ୍ତି କିନ୍ତୁ ଲୁଗା ପଟା, ଫଳ ଫୁଲ ଓ ଶଙ୍ଖା ସିନ୍ଦୁର ଧରି ସକାଳୁ ସକାଳୁ ପହଞ୍ଚି ଯାଇଥିଲେ ଏହି ଯୁବ ସମାଜସେବି ସୁଜୟ ନାୟକ । ତା ବନ୍ଧୁଗଣ ବନ୍ଧୁଗଣ ଯେଉଁ ଦୃଶ୍ୟ ଥିଲା ତାହା ଦେଖି ଆପଣ ମାନେ ବି ଖୁସି ହୋଇଯିବେ । ସମସ୍ତ ମହିଳା ମାନେ ବହୁତ ଖୁସି ଅଛନ୍ତି ଆଉ ସୁଜୟଙ୍କୁ ବହୁତ ଆଶୀର୍ବାଦ ଦେଇଛନ୍ତି ।

ବନ୍ଧୁଗଣ ସବୁ ମହିଳାଙ୍କ ଭାଗ୍ୟରେ ନଥାଏ ସାବିତ୍ରୀ ବ୍ରତ ପାଳିବା । କାହା ପାଇଁ ଅର୍ଥ ବାଧକ ତ ଆଉ କାହା ପାଖରେ ଭାଇଟିଏ ନଥାଏ । ବନ୍ଧୁଗଣ ଏହା ଫଳରେ ବାପ ଘରୁ ଆସିପାରେନି ସାବିତ୍ରୀ ସଜ । ଏହି ପରି କିଛି ମହିଳାଙ୍କ ପାଇଁ ସୁଜୟ ପାଲଟି ଛନ୍ତି ଭାଇଟିଏ । ପେସାରେ ସେ ଜଣେ ବ୍ୟବସାୟୀ ହେଲେ ତାଙ୍କୁ ଲୋକଙ୍କ ସେବା କରିବାକୁ ବେସ ଭଲ ଲାଗେ । ସାବିତ୍ରୀ ପୂର୍ବ ଦିନ ସେ ଏହି ସଜ ଥାଳି ନେଇ ପହଞ୍ଚି ଥିଲେ କଟକ ଓ ଭୁବନେଶ୍ଵରରେ ଥିବା କିଛି ଗରିବ ମହିଳାଙ୍କ ପାଖକୁ ।

ବନ୍ଧୁଗଣ ସେହି ମହିଳାଙ୍କ ମଧ୍ୟରୁ ଜଣେ ମହିଳା ବହୁତ ଖୁସି ହୋଇ କହିଛନ୍ତି, ଭାଇ ପାଇଛୁ ଆମେ ବହୁତ ଖୁସି ଅଛୁ ଆମେ । ଭାଇ ପରିବାର ଯାହା ହେଲେ ବି ଭଲରେ ରହୁ ବହୁତ ଖୁସିରେ ରହୁ ଆଉ ଆମ ଆୟୁଷ ବି ଭାଇକୁ ଲାଗିଯାଉ । ଭାଇ କଥା କହିବା ବେଳକୁ ଆଖିରୁ ଲୁହ ଝରି ଯାଉଛି ମହିଳା ମାନଙ୍କର । ବନ୍ଧୁଗଣ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *