Sidhu Moosewala ଙ୍କ ହତ୍ୟା ପଛରେ ଅଛି କାହାର ହାତ ? କିଏ ଏହି ଆରୋପି Lawrence Bishnoi, ଜାଣନ୍ତୁ ପୁରା କାହାଣୀ…

ବନ୍ଧୁଗଣ ଗତ କିଛି ସମୟ ହେବ ସାରା ଭାରତରେ ସିଧୁ ମୁସେବାଲାଙ୍କ ହତୟଆକୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ସିଧୁ ମୁସେବାଲା ପଞ୍ଜାବର ଜଣେ ଲୋକପ୍ରିୟ ଗାୟକ ଥିଲେ । ଆପଣ ମାନେ ତାଙ୍କର ଅନେକ ସୁପର ହିଟ ଗୀତ ଶୁଣିଥିବେ । ହେଲେ ତାଙ୍କର ହତୟଆ ହେବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ବହୁତ ବଡ ଝଟକା ଲାଗିଛି । ମିଡିଆ ରିପୋର୍ଟସ ମୁତାବକ ସିଧୁ ମୁସେବାଲାଙ୍କ ହତୟଆର ଦାୟିତ୍ଵ ଗୋଲ୍ଡି ବ୍ରାର ଜ୍ଞାଙ୍ଗ ନେଇଛି ।

କୁହାଯାଉଛି ଗୋଲ୍ଡି ବ୍ରାର ଜ୍ଞାଙ୍ଗର ପଞ୍ଜାବ ମଡେଲ ଏହି ହତୟଆ କରିଛନ୍ତି । ରିପୋର୍ଟସ ମୁତାବକ ଗୋଲ୍ଡି ବ୍ରାରର ଅସଲି ନାମ ହେଉଛି ସତେନ୍ଦ୍ର ସିଂହ । ସେ କାନ୍ନଡାରେ ରହି ନିଜ ଜ୍ଞାଙ୍ଗ ଚଲାଏ । ଗୋଲ୍ଡି ପ୍ରକ୍ଷାତ ଜ୍ଞାଙ୍ଗଷ୍ଟର ଲରେନ୍ସ ବିସ୍ନୋଇ ଜ୍ଞାଙ୍ଗ ସହ ମିଶି ରହିଛି । ଲରେନ୍ସ ଜ୍ଞାଙ୍ଗ ସହ ଗୋଲ୍ଡି କାମ କରେ । ଖବର ମୁତାବକ ଲରେନ୍ସ ବିସ୍ନୋଇ ଜ୍ଞାଙ୍ଗ ସିଧୁ ମୁସେବାଲାଙ୍କୁ ଟାର୍ଗେଟ କରିଥିଲେ ।

କୁହାଯାଉଛି ମୁସେବାଲା ଲରେନ୍ସ ବିସ୍ନୋଇ ଜ୍ଞାଙ୍ଗର ବିରୋଧୀ ଜ୍ଞାଙ୍ଗକୁ ସପୋର୍ଟ କରୁଥିଲେ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଲରେନ୍ସ ବିସ୍ନୋଇ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଅଫ ପଞ୍ଜାବ ୟୁନିଭର୍ସିଟି ନାମକ ଏକ ସଂଗଠନ ଚଲାଉଛି । ହେଲେ ପଞ୍ଜାବ, ହରିୟଣା ଓ ରାଜସ୍ଥାନରେ ଲରେନ୍ସର ବହୁତ ଆତଙ୍କ ରହିଛି । ପଞ୍ଜାବର ଫାଜିଲକାରେ ଅବୁହାରରେ ରହୁଥିବା ଲରେନ୍ସର ପିତା ଲବେନ୍ଦ୍ର କୁମାର ପଞ୍ଜାବ ପୋଲିସରେ କନଷ୍ଟେବଳ ଥିଲେ ।

ଲରେନ୍ସ ପାଖରେ ପୈତୃକ ଜମି ସହ ପାଖା ପାଖି 7 କୋଟି ଟଙ୍କାର ସମ୍ପତ୍ତି ଅଛି । ପାଠ ପଢିବା ସମୟରେ ସେ ନିଜ ଛାତ୍ର ସଂଗଠନ ବନେଇ ଥିଲା । ବନ୍ଧୁଗଣ ଏ ପର୍ଯ୍ୟନ୍ତ ଲରେନ୍ସ ବିରୋଧରେ ପାଖାପାଖି 50ଟି ମୁକଦମା ଚାଲିଛି । ସେଥିମଧ୍ୟରୁ 30 ମୁକଦମାରେ ସେ ମୁକୁଳି ଯାଇଛି । ଲରେନ୍ସ ଏମିତି ଅନେକ ଥର ଅପରାଧ କରି ପୋଲିସକୁ ଚକମା ଦେଇଛି ।

ଅନ୍ୟ ପକ୍ଷରେ ଲରେନ୍ସ ଏମିତି ଅନେକ ଅପରାଧ କରିଛି ହେଲେ ଅନେକ ଲୋକ ଡରିକି ଲରେନ୍ସ ବିରୋଧରେ ଛିଡା ହୋଇ ନାହାନ୍ତି । ବର୍ତ୍ତମାନ ସିଧୁ ମୁସେବାଲାଙ୍କ ହତୟଆ ପଛରେ କାହାର ହାତ ରହିଛି ତାହା ଯାଞ୍ଚ ପରେ ଜଣା ପଡିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *