ମୋଟା ଅଙ୍କର ଚାକିରୀ ଛାଡିଲେ, ସହିଦ୍ ବାପାଙ୍କ ସ୍ଵପ୍ନ ପୂରଣ କଲେ ପୁଅ Prajwal ନିଶ୍ଚୟ ଦେଖନ୍ତୁ

ମୋଟା ଅଙ୍କର ଚାକିରି ଛାଡିଲେ … ସହିଦ ବାପାଙ୍କ ସ୍ଵପ୍ନ ପୂରଣ କଲେ ପୁଅ । ଆଜି କାଲି କେହି ବି ମୋଟା ଆଙ୍କର ଟଙ୍କାକୁ ଛାଡି  ସୈନ୍ୟଦଳରେ ସାମିଲ ହୋଇ ଦେଶ ସେବା କରିବାକୁ ଇଛା କରିନଥାନ୍ତି । ମାତ୍ର ବାପାଙ୍କ ଇଛାକୁ ମହତ୍ଵ ଦେଇ ଚାକିରି ଛାଡିବାକୁ ପଛ ଘୁଞ୍ଚା ହେଲେନି ପୁଅ ।  ବାପାଙ୍କ ନାଁ  ସହିଦ କୃଷ୍ଣଜିତ୍ ସମ୍ରିତଙ୍କ ପୁଅ ପ୍ରଜ୍ଵଳ IIM ରେ ମାନେଜର ହିସାବରେ କାର୍ଯ୍ୟ କରୁଥିଲେ କିନ୍ତୁ ବାପାଙ୍କ ଆଶା ପୂରଣ କରିବା ଉଦେଶ୍ୟରେ ଛାଡିଦେଇଥିଲେ ଚାକିରୀ ।

ପ୍ରଜ୍ଵଳ ଯେବେ ମା ‘ ଙ୍କ ଗର୍ଭରେ ଥିଲେ ତେବେ ବାପାଙ୍କୁ ଘରକୁ ଆସିବାର ସୁଯୋଗ ମିଳିଥିଲା । ମାତ୍ର କାର୍ଗିର ସୈନ୍ୟରେ  ଉପୁଜିଥିଲା ଯୁଦ୍ଧର ପରିସ୍ଥିତି ଆଉ ତୁରନ୍ତ ପ୍ରଜ୍ଵଳଙ୍କ ବାପାଙ୍କୁ ସେଠାରେ କରଯାଇଥିଲା ନିଯୋଜିତ । 1999 ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧରେ ବାପା ହୋଇଯାଇଥିଲେ ସହିଦ । ଏହା ଘଟିବାର 45 ଦିନ ପରେ ଜନ୍ମ ହୋଇଥିଲେ ପ୍ରଜ୍ଵଳ ସେ ଆସିବା

ପୂର୍ବରୁ ବାପା ଚାଲିଯାଇଥିଲେ ସବୁଦିନ ପାଇଁ ଛାଡି ସେତେବେଳେ ପ୍ରଜ୍ଵଳଙ୍କ ବଡ ଭାଇ ଅଢେଇ ବର୍ଷର ହୋଇଥିଲେ । ବାପାଙ୍କର  ସବୁବେଳେ ଗୋଟାଏ ଇଛା ଥିଲେ କି ତାଙ୍କ ବଡ ପୁଅ ଦେଶସେବା କରିବ । ମାତ୍ର ତାହା ହୋଇପାରିନଥିଲେ ବାପାଙ୍କ ସ୍ଵପ୍ନ ଅଧୁରା ରହିଗଲା   କିନ୍ତୁ ସାନ ପୁଅ ବାପାଙ୍କ ଇଛାକୁ ବୁଲିଯାଇନଥିଲେ । ଯେବେ ପ୍ରଜ୍ଵଳ ବଡ ହେଲେ ଓ ବାପାଙ୍କ ଏହି ସ୍ଵପ୍ନ ସମ୍ବନ୍ଧରେ ଶୁଣିଲେ ତେବେ ହିଁ ତାହା ପୂରଣ କରିବାକୁ ନେଇ ଶପଥ କରିନେଲେ ।

IMA ରେ ସାମିଲ ହେବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ ମାତ୍ର ବାରମ୍ବାର ଫେଲ୍ ହୋଇଥିଲେ । ବାରମ୍ବାର ଫେଲ ହେବାକୁ ନେଇ କିଛି ଲୋକେ ତାଙ୍କୁ ନିବୃତ୍ତ ହେବାକୁ କହିଥିଲେ ମାତ୍ର ଫେଲ୍ କୁ ନେଇ କେବେ ନିରାଶ ହୋଇନଥିଲେ ଲକ୍ଷ୍ୟ କୁ ଆଖି ଆଗରେ ସ୍ଥିର କରି 8 ଥର ଫେଲ୍ ହେବା ସତ୍ତ୍ୱେ ନବମ ପ୍ରୟାସରେ ପ୍ରଜ୍ଵଳ ହୋଇଥିଲେ ସଫଳ ।

CAT ପରୀକ୍ଷାରେ ଫାସ୍ ହେବାରୁ IIM  ରେ ମିଳିଥିଲା ସୁଯୋଗ । ମାତ୍ର ସେହି ସୁଯୋଗକୁ ଛାଡି ଭାରତ ସୈନ୍ୟରେ ହେଉଛନ୍ତି ସାମିଲ । ଜୁନ ପ୍ରଥମ ସପ୍ତାହରେ  IMAରେ ହେବାକୁ ଯାଉଛନ୍ତି ସାମିଲ । ଖବର ଟି ଆପଣଙ୍କୁ କେମିତି ଲାଗିଛି କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *