ଯୁଦ୍ଧ ମଧ୍ୟରେ ଋଷକୁ ଧୋକା ଦେଲା ଚୀନ, ଏବେ ଭାରତ ହିଁ ଶେଷ ଆଶା… 

ବନ୍ଧୁଗଣ ଋଷ ସହ ବନ୍ଧୁତାର ଡ୍ରାମା କରୁଥିବା ଚୀନ ହଠାତ ଏବେ ଋଷର ସାଥ ଛାଡି ଦେଇଛି । ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆମେରିକାର ପ୍ରତିବନ୍ଧକର ସାମ୍ନା କରୁଥିବା ଋଷକୁ ଏବେ ଚୀନ ଏକ ବଡ ଝଟକା ଦେଇଛି । ଋଷର ଜଣେ ବଡ ଅଧିକାରୀ କହିଛନ୍ତି ଯେ, ଚୀନ ଋଷକୁ ବିମାନର କିଛି ପାର୍ଟ୍ସ ଦେବା ପାଇଁ ମନା କରିଦେଇଛି । ଋଷ ଅଧିକାରୀଙ୍କ ମତରେ, ଚୀନ ବିମାନର କିଛି ମୁଖ୍ୟ ପାର୍ଟ୍ସ ଗୁଡିକୁ ଦେବା ପାଇଁ ମନା କରିଦେଇଛି ।

ବନ୍ଧୁଗଣ ଆମେରିକା ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଋଷକୁ ବିମାନର ପାର୍ଟ୍ସ ଆଣିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ହେଲେ ଏହାରି ମଧ୍ୟରେ ଋଷ ଚୀନକୁ ବିମାନ ପାର୍ଟ୍ସ ପାଇଁ ସହଯୋଗ ମାଗିଥିଲା କିନ୍ତୁ ଚୀନ ପାର୍ଟ୍ସ ଦେବା ପାଇଁ ସଂପୂର୍ଣ୍ଣ ମନା କରିଦେଇଛି ।  ଚୀନ ମନା କରିଦେବା ପରେ ଋଷ ଏବେ ନିଜ ବନ୍ଧୁ ରାଷ୍ଟ୍ର ଭାରତ ଉପରେ ସହଯୋଗର ଆଶା ରଖିଛି ।

ଋଷ ଅଧିକାରୀ କହିଛନ୍ତି, ବିମାନ ପାର୍ଟ୍ସ ଗୁଡିକ ପାଇଁ ଏବେ ଭାରତ ଉପରେ ଆଶା ରଖାଯିବ । ବନ୍ଧୁଗଣ ଋଷ ଏହି ସମୟରେ ଭାରତକୁ ସହଯୋଗ ମାଗିଛି । ଗୋଟେ ସମୟରେ ଭାରତ ଓ ଚୀନ ଯୁଦ୍ଧରେ ଋଷ ଭାରତକୁ ଅନେକ ଅସ୍ତ୍ର ଶସ୍ତ୍ର ଦେଇ ସହଯୋଗ କରିଥିଲା । ଏମିତି ରେ ଏବେ ଭାରତ ଉପରେ ବହୁତ ଚାପ ପଡିଯାଇଛି । ଆମେରିକା ପ୍ରତିବନ୍ଧକର ଭୟ ଭାରତ ଉପରେ ବି ପଡି ପାରେ ।

ଦୁନିଆର ଦୁଇଟି ଦିଗଜ ବିମାନ କମ୍ପାନୀ ବୋଇଙ୍ଗ ଓ ଏୟାରବସ ବିମାନ ଉପକରଣ ଗୁଡିକୁ ଋଷ ଏୟାରଲାଇନକୁ ସପ୍ଲାଏ କରିବା ବନ୍ଦ କରିଦେଇଛି । ଏହି ସମୟରେ ଋଷ ସରକାରଙ୍କ ଅନୁରୋଧ ପରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମିଶି ଏକ ବୈଠକ କରିବେ । ବନ୍ଧୁଗଣ ଏବେ ଧୀରେ ଧୀରେ ଋଷ ଉପରେ ପ୍ରତିବନ୍ଧକର ଚିନ୍ତା ପଡିବାରେ ଲାଗିଛି ।

ଏହା ସହିତ ଋଷର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ପ୍ରଭାବ ପଡିଛି । ତେବେ ବନ୍ଧୁଗଣ ଭାରତ ଋଷକୁ ବିମାନ ପାର୍ଟ୍ସ ଦେଇ ସହଯୋଗ କରୁଛି ନା ନାହିଁ ତାହା ଆଗାମୀ ସମୟରେ ଜଣା ପଡିବ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *