ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାନୀ ପଣ୍ଡା । ଆପଣ ମାନେ ସମସ୍ତେ ରାନୀ ପଣ୍ଡାଙ୍କ ଜବରଦସ୍ତ ଡ୍ୟାନ୍ସ ଓ ଅଭିନୟ ତ ନିଶ୍ଚୟ ଦେଖିଥିବେ ।
ରାନୀ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ ରାନୀ ନିଜର ଏକ ସାକ୍ଷାତ୍କାର ପାଇଁ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ସାକ୍ଷାତ୍କାରରେ ରାନୀ କଣ ସବୁ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ରାନୀଙ୍କୁ ଏହି ସାକ୍ଷାତ୍କାରରେ ରାଜନୀତି ବିଷୟରେ ପଚରା ଗଲା । ଏହା ବିଷୟରେ ରାନୀ କହିଛନ୍ତି-‘ସେ ଛତରଖିଆ, ଛତରଖାଇ ଦଳ ସମାଜସେବା କରିବା ପାଇଁ ଆସନ୍ତି ନାହିଁ । ସେମାନେ ଆସନ୍ତି ରାଜନୀତି କରିବା ପାଇଁ ରାଜନୀତି ଦୁଇ ପ୍ରକାରର ଅଛି ଭିତିରିଆ ଉପୁରିଆ । ସେ ସେହି ସବୁ ରାଜନୀତି କରିବା ପାଇଁ ଆସନ୍ତି । ପ୍ରକୃତ ଲୋକ ସେବା କରିବାକୁ ଆସନ୍ତି ନାହିଁ ଯିଏ ଲୋକ ସେବା କରିବ ନା ସେ ପ୍ରକୃତ ହୃଦୟ ଲଗାଇ ଲୋକ ସେବା କରିବ’ ।
ଆଗକୁ ସେ କହିଛନ୍ତି-‘ମୁଣ୍ଡ ଲଗାଇ ଲୋକ ସେବା କରିବ ନାହିଁ । ଯେଉଁ ଅଭିନେତା ଅଭିନେତ୍ରୀ ମାନେ ରାଜନୀତିକୁ ଆସୁଛନ୍ତି ସେମାନେ ଦେଖୁଛନ୍ତି ଭବିଷ୍ୟତରେ ଆମର ଆଉ କିଛି ନାହିଁ । ଆମେ ଆଉ କଣ କରିବୁ ଏ ଲାଇନରେ ଆମେ ପଶି ଚିତା କାଟି ନିଜେ ରଖିବୁ 2 ଟଙ୍କାର ଖାଇବା ଦେଇକି 5 ଟଙ୍କାର ବାହ ବାହ ନେବୁ ଆଉ କଣ । ମୁ ପ୍ରଥମରୁ କହିଛି ମୁ ରାଜନୀତିକୁ ପସନ୍ଦ କରେ ନାହିଁ’ ।
ଆଗକୁ ସେ କହିଛନ୍ତି-‘ଅନ୍ୟ ଯେଉଁ କଳାକାର ମାନଙ୍କୁ ଡାକୁ ଛନ୍ତି ରାଜନୀତିର ଲୋକମାନେ ତାଙ୍କର କଣ ସ୍ଵାର୍ଥ ଥିବ ବୋଧେ ସେଥିପାଇଁ ସେ ଡାକୁ ଛନ୍ତି । ହେଲେ ରାନୀ ପଣ୍ଡାର କୌଣସି ଇଣ୍ଟରେଷ୍ଟ ନାହିଁ ଏ ବାଞ୍ଜ ବେପାରରେ ପଶିବାକୁ’ । ତା ହେଲେ ବନ୍ଧୁଗଣ ରାନୀ ପଣ୍ଡାଙ୍କ ଏହି ସାକ୍ଷାତ୍କାର ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।