ଗୁଳିଗୋଳାର ପ୍ରଚଣ୍ଡ ଶବ୍ଦକୁ ଖାତିର ନ କରି ଋଷ ସେନାକୁ ସାମ୍ନା କଲେ Ucraine ମହିଳା, ସୂର୍ଯ୍ୟମୁଖୀ ମଞ୍ଜି ଦେଇ କହିଲେ କିଛି ଏମିତି, ଶୁଣିଲେ ଆପଣ ଭାବୁକ ହେଇଯିବେ…

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ବନ୍ଧୁଗଣ ଋଷ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ୟୁକ୍ରେନ ଉପରେ ଚାରି ଦିଗକୁ ଆକ୍ରମଣ କରି ଚାଲିଛି । ଋଷ ଏକା ଥିବା ବେଳେ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ଅଛନ୍ତି ଏମିତିକି ଆମେରିକା ବି ଅଛି ।

ଏବେ ୟୁକ୍ରେନରେ ଗୁଳିଗୁଳାର ପ୍ରଚଣ୍ଡ ଶବ୍ଦ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରିଛି ଯାହାଫଳରେ ଲୋକମାନେ ଘରୁ ବାହାରୁ ନାହାନ୍ତି । ବନ୍ଧୁଗଣ ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ୟୁକ୍ରେନର ଜଣେ ମହିଳା ନିଜ ଜୀବନକୁ ଖାତିର ନକରି ଋଷ ସେନା ଆଡକୁ ମାଡିଗଲେ ଆଉ କାହିଁକି ଆସିଛ ଓ ଆମ ଦେଶରେ କଣ କରୁଛ ବୋଲି ପ୍ରଶ୍ନ କରିଥିଲେ ।

ମହିଳାଙ୍କ ପ୍ରତ୍ୟକ ପ୍ରଶ୍ନର ଉତ୍ତର ସାନ୍ତ ସ୍ଵଭାବ ଢଙ୍ଗରେ ଦେଇଥିଲେ ସେନା ଯବାନ । ଋଷ ସେନା କହିଥିଲେ, ଆମେ ଆମ କାମ କରୁଛୁ ଆପଣଙ୍କ ଅଞ୍ଚଳରେ ଫାକମାର ଚାଲିଛି ଏହି ବାଟ ଦେଇ ଯାନ୍ତୁ ବୋଲି ଅତି ଭଦ୍ରତା ସହ ସେନା ତରଫରୁ କୁହାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । କାନ୍ଧରେ ବଡ ମେସିନ ଗନ୍ ଓ ହାତରେ ହ୍ୟାଣ୍ଡ ଗନ୍ ଧରିଥିବା ଋଷ ଯବାନ ଜଣକ ମହିଳାଙ୍କୁ ଶାନ୍ତ କରେଇବା ପାଇଁ ଚେଷ୍ଟା କରିଥିଲେ ।

ହେଲେ ମହିଳା ଜଣକ ତାଙ୍କ ଉପରେ ନିର୍ବିକତାର ସହ ତାଙ୍କ ଉପରେ ବର୍ଷି ଚାଲିଥିଲେ । ମହିଳା ଯବାନଙ୍କୁ କହିଥିଲେ, ଏହି ମଞ୍ଜିକୁ ନିଜ ପକେଟରେ ରଖନ୍ତୁ ଏଠାରେ ଯେତେବେଳେ ଆପଣ ଟଳି ପଡିବେ ଅତି କମ ସମୟରେ ଆମ ଜାଗାରେ ଏକ ସୂର୍ଯ୍ୟମୁଖୀ ଫୁଲ ଫୁଟିଯିବ । ସୂର୍ଯ୍ୟମୁଖୀ ହେଉଛି ୟୁକ୍ରେନର ଜାତୀୟ ଫୁଲ ।  ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *