ପୁଟିନ୍‌ (Vladimir Putin) ଙ୍କୁ ମନାଇଲେ PM Modi ! କଣ ପୁଟିନ ବନ୍ଦ କରିଦେବେ କି ଯୁଦ୍ଧ ?

ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ପୁନ୍ନଛେତ ହେବା ପରେ ଏବେ ସାମ୍ନା ସାମ୍ନି ହେଲେ ଦୁଇ ଦେଶ ।

ଯୁଦ୍ଧର ଏହି ବିପଦ ମଧ୍ୟରେ ଋଷିଆ ଏକା ଥିବା ବେଳେ ୟୁକ୍ରେନ ସହ ଅଛନ୍ତି ୟୁରୋପର ଅନେକ ଦେଶ ଏବଂ ଆମେରିକା । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଭାରତ ଉପରେ ସାରା ବିଶ୍ଵର ନଜର ରହିଛି କାରଣ ଭାରତ ଓ ଋଷିଆ ମଧ୍ୟରେ ଅତି ଘନିଷ୍ଟ ବନ୍ଧୁତା ରହିଛି । ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କ ବହୁତ ପୁରୁଣା ।

ୟୁକ୍ରେନ ସଙ୍କଟ ନେଇ ଆମେରିକା ଭାରତ ସହ କାଥାବାର୍ତ୍ତା କରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋୱାଇଟିନ । ବନ୍ଧୁଗଣ ଭାରତର ସମ୍ପର୍କ ଆମେରିକା ସହ ମଧ୍ୟ ବହୁତ ଭଲ ରହିଛି । ତେବେ ଏହି ସମସ୍ୟାରେ ଭାରତ ମଧ୍ୟସ୍ଥତା କରୁ ବୋଲି ଅନେକ ରାଷ୍ଟ୍ର ଚାହୁଁ ଛନ୍ତି । ସେପଟେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାତ୍ରିରେ ଋଷ ରାଷ୍ଟ୍ରପତି ଭ୍ଲାଡିମାର ପୁଟିନଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ତୁରନ୍ତ ଯୁଦ୍ଧ ରୋକିବା ସହ ହିଂସ୍ରାରୁ ନିପୃତ ରହିବାକୁ ଅପିଲ କରିଛନ୍ତି ନରେନ୍ଦ୍ର ମୋଦି । ୟୁକ୍ରେନ ଜରୁରୀ ହସ୍ତକ୍ଷେପ କରିବା ପାଇଁ ଭାରତକୁ ଅପିଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ତରଫରୁ ମଧ୍ୟ ସୂଚନା ଦିଆଯାଇଛି । ଏହା ସହିତ ୟୁକ୍ରେନରେ ଥିବା ସମସ୍ତ ଭାରତୀୟ କେମିତି ଘରକୁ ଫେରିବେ ସେନେଇ ଗୁରୁତ୍ଵ ଦିଆଯାଇଛି ।


କୂଟନୈତିକ ଆଲୋଚନା ସହ କଥାବାର୍ତ୍ତା ପାଇଁ ସବୁ ପ୍ରକାରର ବାଟ ଖୋଲା ଥିବା ବେଳେ ଯୁଦ୍ଧ ଏକ ମାତ୍ର ସମାଧାନ ନୁହେଁ ବୋଲି ମୋଦି କହିଛନ୍ତି । ଅନ୍ୟ ପଟରେ ଋଷ ରାଷ୍ଟ୍ରପତି ଯୁଦ୍ଧ ସମ୍ବନ୍ଧିତ ସମସ୍ତ ଅପଡେଟ ମୋଦିଙ୍କୁ ଦେବା ସହିତ କିଭଳି ସମସ୍ତ ଭାରତୀୟ ସୁରକ୍ଷିତ ରୂପେ ଫେରିବେ ସେନେଇ ଆଲୋଚନା କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *