ଋଷ ଆର୍ମିଙ୍କୁ ଶକ୍ତ ଧକ୍କା ! US କହିଲା କିଛି ଏମିତି… 

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୨ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏହି ଯୁଦ୍ଧରେ ଏବେ ଋଷ ଆର୍ମିଙ୍କୁ ଶକ୍ତ ଧକ୍କା ଲାଗିଛି । ଋଷ ଆକ୍ରମଣର କଡା ଲଗାତାର ଭାବେ ଏବେ ୟୁକ୍ରେନ ଦେଇ ଚାଲିଛି । ଆମେରିକା ଗୋଇନ୍ଦା ସଂସ୍ଥା ରିପୋର୍ଟ ମୁତାବକ ଋଷର ୭୦୦୦ ସୈନ୍ୟଙ୍କୁ ମାରିଛି ୟୁକ୍ରେନ ସେନା ।

ଅର୍ଥାତ ୨୦ ବର୍ଷ ଭିତରେ ଇରାକ ଆଫଗାନିସ୍ତାନରେ ମୃତ୍ୟୁ ବରଣ କରିଥିବା ଆମେରିକୀୟ ସୈନ୍ୟଙ୍କ ଠାରୁ ଏହା ଅଧିକ । ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ ଋଷ ଜାରି ରଖିଛି । କିବ୍ ର ଏକ ଆପାର୍ଟମେଣ୍ଟ ଉପରେ ରକେଟ ମାଡ ମଧ୍ୟ ଋଷ କରିଛି । ଏହି ଆପର୍ଟମେଣ୍ଟରେ ନିଆଁ ଲାଗିବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନେକ ଲୋକ ଆହତ ହୋଇଛନ୍ତି ।

ଋଷ ଯେଉଁ ଭଳି ଆଶା କରୁଥିଲା ଅତି ସହଜରେ ୟୁକ୍ରେନ ଉପରେ ଆକ୍ରମଣ କରି କବଜା କରିବ ସେହି ଆଶା ଏବେ ଧୂଳିସାତ ହେଉଛି । ତେବେ ଋଷ ଏବେ ବିଚଳିତ ହେଉଛି କି ଏହା ଏକ ବଡ ପ୍ରଶ୍ନ । ହେଲେ ଏବେ ଏହି ପ୍ରକାରର ଆକ୍ରମଣକୁ ନେଇ ସାରା ବିଶ୍ଵରେ ଚିନ୍ତା ପ୍ରକଟ କରାଯାଇଛି । ଅନ୍ୟ ପକ୍ଷରେ ଋଷର କ୍ଷତି ଘଟୁଛି ଯେଉଁଥି ପାଇଁ ଋଷ ବିଚଳିତ ହେଉଛି । ସାମରିକ ଦ୍ରୁଷ୍ଟିରୁ ଋଷର ୧୦ଟି ବାୟୁସେନା ବିମାନକୁ ୟୁକ୍ରେନ ସେନା ନଷ୍ଟ କରିଛି ।

ଏହାରି ମଧ୍ୟରେ ରହିଛି ଏସୟୁ-୩୦ଏସଏମ ଫାଇଟର ଓ ଗୋଟିଏ ଏସୟୁ-୩୪ ଲଢୁଆ ବିମାନ । ଏହା ସହିତ ଋଷର ଦୁଇଟି ହେଲିକପ୍ଟରକୁ ବି ନଷ୍ଟ କରିଛି ୟୁକ୍ରେନ । ଗୋଟିଏ ଅଜଣା ବିମାନ ଓ ଗୋଟିଏ ୟୁଏଭି ନଷ୍ଟ ହୋଇଛି । ଏବେ ଋଷ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଯୁଦ୍ଧର ୨୨ ଦିନରେ ଋଷ ଏୟାର ଫୋର୍ସକୁ ଘାଇଲା କରିଛି ୟୁକ୍ରେନ । ଯୁଦ୍ଧରେ ଋଷର ଅନେକ କିଛି ଧ୍ଵଂସ କରି ସାରିଲାଣି ୟୁକ୍ରେନ ।

ଏ ଯାଏଁ ଋଷର ୧୩ ହଜାର ୮୦୦ ସୈନ୍ୟଙ୍କୁ  ମାରିସାରିଲାଣି ୟୁକ୍ରେନ । ଋଷର ଜଣେ ମେଜର ଜେନେରାଲଙ୍କୁ ହତ୍ୟା କରିଛି ୟୁକ୍ରେନ ସେନା । ୮୪ଟି ବିମାନ ଏବଂ ୧୦୮ଟି ହେଲିକପ୍ଟରକୁ ଖସାଇ ଦେଲାଣି । ଏହା ସହ ପାଉଁଶ ହୋଇଯାଇଛି ୪୩୦ଟି ଲଢୁଆ ଟ୍ୟାଙ୍କ । ଏବେ ଏହାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହାରି ମଧ୍ୟରେ ଋଷ ସୈନ୍ୟଙ୍କୁ ଶକ୍ତ ଧକ୍କା ଲାଗିଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *