ନମସ୍କାର ବନ୍ଧୁଗଣ ତେବେ ୧୮ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ରାଜଧାନୀ କିଭକୁ ଖୁବ୍ ଶୀଘ୍ର କବଜା କରିପାରନ୍ତି ଋଷ ସୈନ୍ୟ । କିଭର ଯେତିକି ନିକଟତର ହେଉଛନ୍ତି, ସେତିକି ଜୋରଦାର ହେଉଛି ଆକ୍ରମଣ । ହଜାର ହଜାର ଲୋକ ଜୀବନ ବିକଳରେ ବିଭିନ୍ନ ବେସମେଣ୍ଟ, ସବଓ୍ୱେ ଷ୍ଟେସନ ଓ ବୋମା ଆଶ୍ରୟସ୍ଥଳୀରେ ରହିଥିବା ସୂଚନା ମିଳିଛି । ସମଗ୍ର ମାରିଉପୋଲ ସହରକୁ ଆଜି ସମ୍ପୂର୍ଣ୍ଣ କବଜା କରିପାରନ୍ତି ଋଷ ସୈନ୍ୟ ।
ଗତକାଲି ଏହାର ପୂର୍ବାଞ୍ଚଳକୁ ଋଷ ସୈନ୍ୟ ସମ୍ପୂର୍ଣ୍ଣ ଅକ୍ତିଆର କରିଥିଲେ । ବିନା ପାଣି, ବିଦ୍ୟୁତ, ଖାଦ୍ୟ ଯୋଗୁ ହଜାର ହଜାର ଲୋକ ହାହାକାର ଘେରରେ ରହିଛନ୍ତି । ମାରିଉପୋଲକୁ କବଜା କରିବା କୌଶଳଗତ ଦୃଷ୍ଟିରୁ ଜରୁରୀ ହେଉଥିବାରୁ ଋଷ ସୈନ୍ୟ ଏଥିପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ତେବେ ଅନ୍ୟପଟେ ଖାରକିଭ୍, ଚେର୍ଣ୍ଣିହିବ, ସୁମି ଓ ଅନ୍ୟାନ୍ୟ ସହରକୁ ଘେରାବନ୍ଦୀ କରିଛନ୍ତି ଋଷ ସୈନ୍ୟ ।
ଋଷର ରକେଟ ମାଡରେ ଭାସିଲ କିଭସ୍ଥିତ ଏକ ଏୟାରବେସ୍ ସମ୍ପୂର୍ଣ୍ଣ ଧ୍ବଂସ ପାଇଛି । ପ୍ରାୟ ୨୫ ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଛାଡିଲେଣି ବୋଲି ଜାତିସଂଘ ସୂଚନା ଦେଇଛି । ସେପଟେ ଜର୍ମାନ ଚାନସେଲର ଓଲାଫ ସ୍କଜ ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।
ୟୁକ୍ରେନବାସୀଙ୍କ ଉପରେ ଋଷର ବର୍ବର ଆକ୍ରମଣ ତୁରନ୍ତ ବନ୍ଦ କରିବା ଉଚିତ ବୋଲି ସେ ଦାବି କରିଛନ୍ତି । ଆଲୋଚନା ପରେ ମାକ୍ରନ ସୂଚନା ଦେଇଛନ୍ତି ଯେ, ଋଷ ନିଜ ଜିଦରେ ଅଟଳ ରହିଛି ଏବଂ ଯୁଦ୍ଧରୁ ଓହରିବା ସମ୍ଭାବନା ନାହିଁ। ତେବେ କିନ୍ତୁ ୟୁକ୍ରେନ୍ ସେନାରେ ଦୁର୍ଦ୍ଦଶ ଫାଇଟର୍ । ଋଷ ସେନାକୁ ଦେଉଛନ୍ତି ଭବରଦସ୍ତ ଚେକ୍ ।ଭୟଙ୍କର-ଦୁର୍ଦ୍ଦଶ-ଅପରାଜେୟ ସ୍ନାଇପର୍ ଓ୍ବାଲି । କାନାଡାର ଭୟଙ୍କର ଯୋଦ୍ଧା ।
ସେମାନେ କେବଳ ମାରନ୍ତି । ୧୫ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ୍ ଯୁଦ୍ଧରେ ଏମାନେ ଏବେ ସାମିଲ । ଜେଲେଂସ୍କିଙ୍କ ସପକ୍ଷରେ ପୁଟ୍ଟିନ୍ ସେନା ବିରୋଧରେ ଉଠାଇଛନ୍ତି ବନ୍ଧୁକ । ଲଢୁଛନ୍ତି ସାମ୍ନାରୁ ନୁହେଁ ଦୂରରୁ କରୁଛନ୍ତି ଅବ୍ୟର୍ଥ ଟାର୍ଗେଟ୍। ଓ୍ବାଲି ହେଉଛି ବିଶ୍ବର ସବୁଠାରୁ ଭୟଙ୍କର ସ୍ନାଇପର୍ । ୟୁକ୍ରେନ୍ରେ ଅପରେସନ୍ ଆରମ୍ଭ କରିଦେଇଛି ଓ୍ବାଲି । କାନାଡାର ଏହି ସ୍ପେସାଲ୍ ସ୍ନାଇପର୍ ସମସ୍ତଙ୍କର କାଳ ।
ଗୋଟିଏ ଦିନରେ, ୪୦ଜଣଙ୍କୁ ଟାର୍ଗେଟ୍ କରି ପାରିବ ଏହି ସ୍ପେସାଲ୍ ସ୍ନାଇପର୍ । ଋଷ ସେନାକୁ ଧରାଶୟୀ କରିବାକୁ ଆରମ୍ଭ କରି ଦେଇଛି ମିଶନ୍ । ତେବେ କାନାଡାର ଜଏଣ୍ଟ ଟାସ୍କ ଫୋର୍ସ ୟୁନିଟ୍ର ସୈନିକ ହେଉଛନ୍ତି ଓ୍ବାଲି । ପୂର୍ବରୁ ୨ଥର ଏମାନଙ୍କୁ ଆଫାଗାନିସ୍ତାନ ଯୁଦ୍ଧରେ ସାମିଲ କରାଯାଇଛି । ୨୦୦୯ରୁ ୨୦୧୧ ମଧ୍ୟରେ ଅନେକ ଶତ୍ରୁଙ୍କୁ ଟାର୍ଗେଟ୍ କରି ଧରାଶୟୀ କରିବାରେ ସଫଳ ହୋଇଥିଲା । ଆଉ ପରେ ଏହାର ନାଁ ରଖା ଯାଇଥିଲା ଓ୍ବାଲି ।
ୟୁକ୍ରେନ୍ ଭିତରେ ଋଷ ସେନାର କଡା ମୁକାବିଲା କରୁଛନ୍ତି ଓ୍ବାଲି । ବିଶ୍ବରେ ଅନେକ ସ୍ନାଇପର୍ ଅଛନ୍ତି କିନ୍ତୁ ଓ୍ବାଲିକୁ ସବୁଠାରୁ ଭୟଙ୍କର ଆଉ ବେଷ୍ଟ ସ୍ନାଇପର୍ କୁହାଯାଏ । କାରଣ ସବୁଠାରୁ ଲମ୍ବା ଦୂରତାକୁ ବି ଟାର୍ଗେଟ୍ କରି ପାରନ୍ତି ଏମାନେ । ତେବେ ଶକ୍ତିଶାଳୀ ଋଷ ସେନାକୁ କାଉଣ୍ଟର୍ କରି ପାରିବ ତ ଓ୍ବାଲି? ଧ୍ବଂସ ମୁହଁରୁ ୟୁକ୍ରେନ୍କୁ ରକ୍ଷା କରି ପାରିବେ ତ ସ୍ପେସାଲ ସ୍ନାଇପର୍ । ଏବେ ତାହା ଉପରେ ନଜର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।