ୟୁକ୍ରେନ ଭଳି ନେପାଳକୁ ବି ଫସଉଛି ଆମେରିକା, ହେଇପାରେ ଏମିତି ଖେଳ…

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ ଆମେରିକା ସହ ଶତ୍ରୁତା କରିବା ଭାରି ହୋଇଥାଏ ଏବଂ ମିତ୍ରତା କରିବା ଦ୍ୱାରା ଆହୁରି ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ନେପାଳ ଉପରେ ଏହି କଥା ଏକଦମ ସଠିକ ବସୁଛି । ତେବେ ଭାରତର ପଡୋଶୀ ଦେଶ ନେପାଳ ବର୍ତ୍ତମାନ ଅଚାନକ ଆମେରିକା ସହ ବନ୍ଧୁତା କରୁଛି । ତେବେ ୟୁକ୍ରେନ ଓ ରୁଷ ଯୁଦ୍ଧ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ରେ ଆମେରିକା ରୁଷ ର ବିପକ୍ଷରେ ନିନ୍ଦା ପ୍ରସ୍ତାବ ନିଆଗଲା ସେତେବେଳେ ନେପାଳ ଆମେରିକା କୁ ସମର୍ଥନ କରିଥିଲା ।

ତେବେ ଆମେରିକା ଦ୍ୱାରା ଅଣାଯାଇ ଥିବା ପ୍ରସ୍ତାବ କୁ ସମର୍ଥନ କରିବା ପରେ ବର୍ତ୍ତମାନ ନେପାଳ ରେ ରାଜନୈତିକ କ୍ଷେତ୍ରରେ ଏକଦମ ଭୁଚାଳ ଆସି ଯାଇଛି । ତେବେ ନେପାଳ ର ବିପକ୍ଷ ନେତା ମାନେ ଶେର ବାହାଦୁର ସରକାର ଙ୍କ ର ନିନ୍ଦା ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ ନେପାଳ ସଂଯୁକ୍ତ ରାଷ୍ଟ୍ର ରେ ଯେଉଁ ନିଷ୍ପତ୍ତି ନେଲା ତାହା କେବଳ ଚୀନ ର ଖିଲାପ ରେ ନୁହେଁ ବରଂ ଭାରତ ର ବିପକ୍ଷରେ ମଧ୍ୟ ।

ତେବେ ଚୀନ ନେପାଳ କୁ ଦଖଲ କରିବା ପରେ ବର୍ତ୍ତମାନ ଆମେରିକା ନେପାଳ କୁ ନିଜ ଅକ୍ତିଆର ରେ ଆଣିବାକୁ ଚେଷ୍ଟା କରୁଛି ଏହା ଦ୍ୱାରା ଆମେରିକା ଭାରତ ଓ ଚୀନ ଉଭୟ ଉପରେ ନିଜର ଦବାବ ରଖି ପାରିବ । ତେବେ କିନ୍ତୁ ଏହା ନେପାଳ ପାଇଁ କ୍ଷତିକାରକ ହୋଇ ପାରେ । ଆମେରିକା ନେପାଳ କୁ ୟୁକ୍ରେନ ଭଳି ଵ୍ୟଵହାର କରି ପାରେ । ଯେପରି ୟୁକ୍ରେନ ସାହାର୍ଯ୍ୟ ରେ ସେ ରୁଷ ର ନିକଟତର ହୋଇ ପାରିଥାନ୍ତା ସେହିପରି ଚାଲ ବର୍ତ୍ତମାନ ନେପାଳ ସହ କରୁଛି ।


ନେପାଳ ର କମ୍ୟୁନିଷ୍ଟ ପାର୍ଟି ସବୁବେଳେ ଚୀନ ଆଡ଼କୁ ଝୁକି ରହିଛି । କିନ୍ତୁ ନେପାଳ ରେ ନୂଆ ସରକାର ଆସିବା ପରଠାରୁ ତାର ନିକଟତମ ଆମେରିକା ସହ ଅଧିକ ହେଉଛି ଯାହାର ଉଦାହରଣ ଆମକୁ ଦେଖିବାକୁ ମିଳିଛି । ତେବେ ନେପାଳ ଆମେରିକା ଠାରୁ ୫୦ କୋଟି ଟଙ୍କା ମାଗିଛି ନେପାଳ ର ଆର୍ଥିକ ହାଲତ ବହୁତ ଭଲ ନୁହେଁ ଆଗରୁ ଚୀନ ଠାରୁ କରଜ ନେଇ ବୁଡି ଥିବା ବେଳେ ବର୍ତ୍ତମାନ ଆମେରିକା ଠାରୁ ଫୁଣି ବଡ଼ କରଜ ନେଉଛି ।

ଚୀନ ସମୟରେ ଯେମିତି ଫସିଥିଲା ବର୍ତ୍ତମାନ ସେ ଆମେରିକା ସହ ମଧ୍ୟ ସେହିଭଳି ଭାବରେ ଫସୁଛି । ତେବେ ନେପାଳ ଯେବେଠାରୁ ଚୀନ ସହ ସମ୍ପର୍କ ଯୋଡ଼ିଲା ତା ପର ଠାରୁ ଭାରତ ସହ ତାର ସମ୍ପର୍କ ରେ ତିକ୍ତତା ଆସି ଯାଇଥିଲା । ତେବେ କିନ୍ତୁ ନେପାଳ କୁ ସବୁକ୍ଷେତ୍ର ରେ ଭାରତ ସାହାର୍ଯ୍ୟ କରିଛି ।


ତେବେ ସେ ୟୁକ୍ରେନ ରେ ଫସି ରହିଥିବା ପିଲାଙ୍କୁ ଉଦ୍ଧାର କାର୍ଯ୍ୟ ହେଉ କିମ୍ବା କରୋନା ସମୟରେ ଟୀକା ଓ ଭେଣ୍ଟିଲେଟର ଯୋଗାଇବା ସବୁ କ୍ଷେତ୍ରରେ ଭାରତ ନେପାଳ କୁ ସାହାର୍ଯ୍ୟ କରିଛି । ବର୍ତ୍ତମାନ ନେପାଳ କାହା ସପକ୍ଷରେ ରେ ହେଉଛି ତାହା ଜାଣିବା ବାକି ରହିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *