ରୁଚିକାଙ୍କ ପାଇଁ ଆସନ୍ତା 19 ତାରିଖରେ ଓଡିଶା ବନ୍ଦ ଡାକରା ନବ ନିର୍ମାଣ ଚାଷୀ ଓ ଛାତ୍ର ସଂଗଠନ, ଦେଖନ୍ତୁ କାହିଁକି ଓ ଏହାର କଣ ରହିବ ପ୍ରଭାବ

ବନ୍ଧୁଗଣ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁକୁ ଦୀର୍ଘ ଅନେକ ଦିନ ବୀତି ଗଲାଣି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରୁଚିକାଙ୍କୁ ନ୍ୟାୟ ମିଳିପାରିଲା ନାହିଁ । ତେବେ ବନ୍ଧୁଗଣ ରୁଚିକା ନିଜ ହଷ୍ଟେଲ ରୁମ ଭିତରେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁସାଇଡ ନୋଟ ଲେଖିଥିଲେ । ସେହି ସୁସାଇଡ ନୋଟ ଅନୁସାରେ ରୁଚିକା ତିନି ଜଣ ସିନିୟରଙ୍କ ରାଗିଙ୍ଗ ସହି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣା ପଡିଛି ।

ଅନ୍ୟ ପଟେ ରୁଚିକାଙ୍କ ମା ତାଙ୍କ ପରିବାର ଲୋକଙ୍କ ସହ ବିଜେପି କଲେଜ ସାମ୍ନାରେ ଧାରଣା ଦେଇ ବସିଛନ୍ତି । ଆଉ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ ।ଏସି ଅଫିସରେ ଅଫିସର ବର୍ଷରେ ଭିଜୁଛି ମା ।

ନ୍ୟାୟ ନମିଳିବାରୁ 19ରେ ଓଡିଶା ବନ୍ଦ ଡାକରା । 12 ଦିନର ଶାନ୍ତି ପୂର୍ଣ୍ଣ ପ୍ରତିବାଦ । ନା ନ୍ୟାୟ ମିଳିଲା । ନା ମିଳିଲା ସରକାରଙ୍କ ପ୍ରତିଶ୍ରୁତି । ଶେଷରେ ହତୋତ୍ସାହିତ ହୋଇ ଓଡ଼ିଶା ବନ୍ଦର ଡାକରା ଦେଲେ । ବନ୍ଧୁଗଣ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗର ନ୍ୟାୟ ଏବେ ପୁରା ଓଡିଶାରେ ବ୍ୟାପୀ ଗଲାଣି । ନ୍ୟାୟ ପାଇଁ ରୁଚିକାଙ୍କ ମା ଓ ଆନ୍ଦୋଳନ କାରୀ ମାନେ ବିଜେପି କଲେଜ ସାମ୍ନାରେ ଧାରଣା ଦେଇଥିଲେ ହେଲେ ସେମାନଙ୍କୁ ଉଠେଇବା ପାଇଁ ପୋଲିସ ଯେଉଁ ଭଳି ଅପଦସ୍ତ କଲା ତାହା ପୁରା ଓଡିଶା ଦେଖିଲା ।

ଏହି ଘଟଣାରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବାକୁ ଜଣେ ମାକୁ ନ୍ୟାୟ ଦେବାକୁ ଓ ଓଡିଶାର ବିଭିନ୍ନ କଲେଜରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଠ ପଢାକୁ ନଜରରେ ରଖି ଓଡିଶା ବନ୍ଦ ଡାକରା ଦିଆଯାଇଛି । ଆଉ ଏହି ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଶକ ସଂଗଠନ । ଗତ ବୁଧବାର ଦିନ ରୁଚିକାଙ୍କ ମାଙ୍କୁ ସମର୍ଥନ ଦେବାକୁ ପହଞ୍ଚି ଥିଲେ ଚାଷୀ ନେତା ଅକ୍ଷୟ କୁମାର ।

ସେହି ସମୟରେ ସେ ମାର ଦୁଃଖ ସହି ପାରି ନଥିଲେ । ରୁଚିକାଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତା 19 ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *