କିନ୍ନରଙ୍କ ବୁଦ୍ଧିମତା କାରଣରୁ ବଞ୍ଚିଗଲା ଗର୍ଭବତୀ ମହିଳାଙ୍କ ଜୀବନ, ଏବେ ପୁରା ଦେଶ କରୁଛି ପ୍ରଶଂସା, କିପରି ବଞ୍ଚାଇଲେ ସେ ମହିଳାଙ୍କ ଜୀବନ, ଦେଖନ୍ତୁ ଏହି ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ କିନ୍ନର ବିଚରାସ୍ତାରେ ତାଙ୍କର ମହାନତା ଦେଖାଇଛନ୍ତି । କିନ୍ନର ଜଣଙ୍କର ସେହି ମହାନତା ପାଇଁ ଆଜି ଗୋଟିଏ ଜୀବନ ବଞ୍ଚିଯାଇଥିବାର ଖବର ମିଳିଛି । ଗାଡି ମଟରରେ ସଂପୂର୍ଣ୍ଣ ରାସ୍ତା ଜାମ ହୋଇଥିଲା ଟ୍ରାଫିକ ସଂପୂର୍ଣ୍ଣ ଭାବରେ ଜାମ ହୋଇଥିଲା । ଏହା ସହଜରେ ଖାଲି ହେବା ପରିସ୍ଥିତିରେ ନଥିଲା । ଏହା ମଧ୍ୟରେ ସେହି ଜାମରେ ପଡିଯାଇଥିଲା ଗୋଟିଏ ଆମ୍ବୁଲାନ୍ସ । ଏବଂ ସେହି ଆମ୍ବୁଲାନ୍ସ ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଜଣେ ଗର୍ଭବତୀ ।

ଏଭଳି ସମୟରେ ଦେବଦୂତ ସାଜି ବାହାରି ଆସିଲେ ଏହି କିନ୍ନର ଜଣକ । ଏହା ପରେ ରାସ୍ତାରେ ଜାମ ଥିବା ଗାଡି ମାନଙ୍କୁ ହଟାଇ ଆମ୍ବୁଲାନ୍ସକୁ ବାହାର କରିବାକୁ ସବୁ ପ୍ରକାରର ଚେଷ୍ଟା ଚଳାଇଛନ୍ତି । ଏହି ଦୃଶ୍ୟ ହେଉଛି ଅନୁଗୁଳ ଜିଲ୍ଲା ହୁଲୁରୀସିଂହା ନିକଟର । ବୁଧବାର ଦିନ ସେହି ରାସ୍ତାରେ ହଜାର ହଜାର ଗାଡିଙ୍କର ପ୍ରବଳ ଭିଡ ଜମିଥିଲା । ସୂଚନା ଅନୁସାରେ ସେଠାରେ ରାସ୍ତା କାମ ଚାଲୁଥିଲା । ସଂପୂର୍ଣ୍ଣ ୪ କିଲୋମିଟର ପର୍ଯ୍ୟନ୍ତ ଏହି କାମ ଚାଲୁଥିବା ଜଣାପଡିଛି ।

ଯେଉଁଥି ପାଇଁ ରାସ୍ତା ସଂପୂର୍ଣ୍ଣ ଜାମ ହୋଇଥିଲା । ଫଳରେ ଏକ ଆମ୍ବୁଲାନ୍ସ ଯାଇନପାରି ରାସ୍ତାରେ ଫସି ରହିଥିଲା ଏବଂ ଗାଡି ଭିତରେ ଛଟପଟ ହେଉଥିଲେ ସେହି ଗର୍ଭବତୀ ମହିଳା ଜଣକ । ଏହାକୁ ଦେଖି ସହିପାରିନଥିଲେ ଏହି କିନ୍ନର ଜଣକ ଏବଂ ଆଗେଇ ଆସିଥିଲେ ସେ । ଏହାପରେ ନିଜର ମହାନତା ଏବଂ ସାହାସ ବଳରେ ରାସ୍ତାକୁ ଖାଲି କରି ମହିଳାଙ୍କୁ ହସ୍ପିଟାଲ ପହଞ୍ଚାଇଛନ୍ତି ।

ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ସେହି କିନ୍ନରର ବୁଦ୍ଧିମତା ଏବଂ ସାହାସର ସହିତ ଦେଖାଇଥିବା ମହାନତା ପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ସେ ଆଜି ପ୍ରମାଣିତ କରି ଦେଖାଇ ପାରିଛନ୍ତି ଯେଉଁଠାରେ ମଣିଷତ୍ଵର କଥା ଆସେ ସେଠାରେ ଜାତି ଧର୍ମ ଲିଙ୍ଗ କିମ୍ବା ଅନ୍ୟ କିଛି ବାଧା ଜରୁରୀ ନଥାଏ । ମାତ୍ର ସାଧାରଣ ମଣିଷ ଯାହା ନ କରିଲେ ଆଜି ଏହି ମହାନ କିନ୍ନର ଜଣକ କରି ଦେଖାଇଲେ ।

ସେଠାରେ ଅନେକ ଗାଡି ଚାଳକ ଥିଲେ ମାତ୍ର କେହି ମହିଳା ଜଣଙ୍କର କଷ୍ଟ ତଥା ଚିତ୍କାର ଦେଖିପାରିଲେ ନାହିଁ କିନ୍ତୁ ଏହି କିନ୍ନର ଜଣଙ୍କ ଯାହା କରିଲେ ତାହା ସତରେ ପ୍ରଶଂସା ଯୋଗ୍ୟ । ତାଙ୍କ ପାଇଁ ଆଜି ଉଭୟ ଶିଶୁ ଏବଂ ମ’ ଜଣଙ୍କ ସୁରକ୍ଷିତ ଅଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *