ଅଡୁଆ କଲା Truck ର ମ୍ୟୁଜିକାଲ ହର୍ଣ୍ଣ, ରାସ୍ତା ମଝିରେ ନାଗିନ ଡ୍ୟାନ୍ସ କଲେ ଟୁରିଷ୍ଟ, ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ମ୍ୟୁଜିକ ବାଜିଲା ଏବଂ ରାସ୍ତାରେ ନାଚି ଉଠିଲେ ବାଇକ ଚାଳକ ଏବଂ ଯାତ୍ରୀ । ଡିଜେର ମ୍ୟୁଜିକ ତାଳେ ତାଳେ ନୁହେଁ ବରଂ ଏକ ଟ୍ରକର ହର୍ଣ୍ଣ ଶୁଣି ଏହିଭଳି ନାଚି ଉଠିଲେ ଯୁବଗୋଷ୍ଠୀ । ଏହା ସହିତ ଟ୍ରକକୁ ଯିବାକୁ ମଧ୍ୟ ରାସ୍ତା ଦେଇ ନଥିଲେ ଯୁବଗୋଷ୍ଠୀ । ନାଗିନ ହର୍ଣ୍ଣ ର ତାଳେତାଳେ ନାଚିଲେ । ରାସ୍ତାରେ ଗଡପଡ ହୋଇ ଫୁଲ ମସ୍ତିରେ ଭି-ଡି-ଓ ମଧ୍ୟ କରିଲେ । ଟ୍ରକ ଚାଳକ ମଧ୍ୟ କିଛି ସମୟ ହର୍ଣ୍ଣ ବଜାଇ ରାସ୍ତାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ଆଜିଭଳି ଆଧୁନିକ ଯୁଗରେ ଟେକ୍ନୋଲୋଜି ଏଭଳି ଭାବରେ ଆଗେଇଲାଣି ଯେ ସାଧାରଣ ହର୍ଣ୍ଣ ବଦଳରେ ଏହି ଗାଡି ଚାଳକ ନିଜ ଟ୍ରକରେ ମ୍ୟୁଜିକାଲ ସିଷ୍ଟମହର୍ଣ୍ଣ ଲଗାଇଥିଲେ । ଏହାର ସାଇଡ ଇଫେକ୍ଟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଦେଖିବାକୁ ମିଳିଛି ।  ସୋ-ସି-ଆ-ଲ ମି-ଡି-ଆରେ ଟ୍ରକର ହର୍ଣ୍ଣ ଏବଂ ହର୍ଣ୍ଣ ସହିତ ବାଇକାର ମାନଙ୍କର ନାଗିନ ଡ୍ୟାନ୍ସ ଖୁବ ଭାଇରାଲ ହେବାରେ ଲାଗିଛି ।

ଜଣେ ଟ୍ଵିଟର ୟୁଜର୍ସ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡଖରିଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ ଏହା ହେଉଛି ମ୍ୟୁଜିକାଲ ହର୍ଣ୍ଣର ସାଇଡ ଇଫେକ୍ଟ । ସୂଚନା ଅନୁସାରେ ଭା-ଇ-ରା-ଲ ହୋଇଥିବା ଏହି ଭି-ଡି-ଓଟି ମଧ୍ୟ ପ୍ରଦେଶ ଇନ୍ଦୋରର । କିଛି ପର୍ଯ୍ୟଟକ ଟୁର କରିବା ସମୟରେ ଏହିଭଳି ଏକ ଟ୍ରକ ସହିତ ସାମ୍ନା ସାମ୍ନି ହୋଇଥିଲେ । ସେହି ସମୟରେ ମେଘୁଆ ପାଗ ହୋଇଥିବାରୁ ମେଘୁଆ ପାଗର ମଜା ନେବା ପାଇଁ ପର୍ଯ୍ୟଟକ ମାନେ ଏହିଭଳି ନାଚୁଥିବା କଥା କୁହାଯାଉଅଛି ।

ଆଜିଭଳି ଦିନରେ ଏହିଭଳି କରିବା କେତେଦୂରେ ସଠିକ ? ହର୍ଣ୍ଣର ଆନନ୍ଦ ଉଠାଇବାକୁ ଯାଇ ଗୋଟିଏ ଟ୍ରକକୁ ଅଟକାଇବା କେତେଦୂରେ ସଠିକ ? ତେବେ ଯୁବଗୋଷ୍ଠୀଙ୍କୁ କିଏ ବୁଝାଇବ ତଥା କିଏ କହିବ ? ଯଦି ପଦେ ତାଙ୍କୁ କେହି କୁହନ୍ତି ତେବେ ଦଶପଦ ଶୁଣାଇଲା ଭଳି ମନ୍ତବ୍ୟ ରଖିଥାନ୍ତି । ଏଣୁ ବିଚରା ଟ୍ରକ ଚାଳକ ମଧ୍ୟ ଠିକଣା ଜାଗାରେ ପହଞ୍ଚିବାକୁ ବିଳମ୍ବ ହେଉଥିଲେ ମଧ୍ୟ ସେ ଏହି ଯୁବପିଢୀଙ୍କ ଆଗରେ ଚୁପ ରହି ନିଜ ଟ୍ରକକୁ ଅଟକାଇ ହର୍ଣ୍ଣ ପରେ ହର୍ଣ୍ଣ ବଜାଇବାରେ ବ୍ୟସ୍ତ ।

ଏବଂ ଏହାର ଭରପୁର ମଜା ଉଠାଇଲେ ମଟରସାଇକେଲ ଚାଳକ ସେମାନେ ରାସ୍ତାରେ ଗଡିତଡି ଡ୍ୟାନ୍ସ କରିବାକୁ ଲାଗିଲେ । ତେବେ ଏହି ଦୃଶ୍ୟ କେତେକଙ୍କୁ ଭଲ ଲାଗିଥିବା ବେଳେ ଆଉ କେତେଜଣ ଏହାକୁ ହର୍ଣ୍ଣର ସାଇଡ ଇଫେକ୍ଟବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *