ଆସନ୍ତା 19 ରେ ଓଡିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ ଚାଷୀ ଓ ଛାତ୍ର ସଂଗଠନ, ଦେଖନ୍ତୁ କଣ ରହିବ ଖୋଲା କଣ ବନ୍ଦ ?

ନମସ୍କାର ବନ୍ଧୁଗଣ ତେବେ ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା ।   ଲୋୟର ପିଏମ୍‌ଜିରେ ଚଳାଇଥିବା ଅନଶନ ଭାଙ୍ଗିଲେ ରୁଚିକାଙ୍କ ମାଆ । ଚାଷୀ ନେତା ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ଅନଶନ ଭାଙ୍ଗିଲେ । ରୁଚିକାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦାବିରେ ଲଗାତାର ବିରୋଧ ପ୍ରଦର୍ଶନ କରିଆସୁଥିବା ନବ ନିର୍ମାଣ ସଂଗଠନ ତରଫରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ୧୯ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଗଠନ ।

ଏହା ପୂର୍ବରୁ ୧୭ ତାରିଖରେ କଟକ ଡିଜିପି ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ମଧ୍ୟ ଦେବ ସଂଗଠନ । ବନ୍ଦରେ ଛାତ୍ରଛାତ୍ରୀ ସାମିଲ୍ ପାଇଁ ୧୪ ଓ ୧୫ ରେ କଲେଜ ବୁଲିବେ ରୁଚିକାଙ୍କ ମା’ । ଏନେଇ ସୂଚନା ଦେଇଛନ୍ତି ସଂଗଠନ ମୁଖ୍ୟ ତଥା ଚାଷୀନେତା ଅକ୍ଷୟ କୁମାର । ତେବେ ରୁଚିକାଙ୍କୁ ନ୍ୟାୟ ଦାବିରେ ୧୯ରେ ଓଡ଼ିଶା ବନ୍ଦ ଡାକରା ଦେଲେ ଅକ୍ଷୟ କୁମାର ।    ଦୁଇ ଦିନ ପୂର୍ବରୁ ବିଜେବି କଲେଜ ସମ୍ମୁଖରେ ପ୍ରତିବାଦ କରୁଥିବା ବେଳେ ପୋଲିସ ରୁଚିକାଙ୍କ ମାଆଙ୍କ ସହ ଅନ୍ୟ ବିକ୍ଷୋଭକାରୀମାନଙ୍କୁ ଉଠାଇ ନେଇଥିଲା ।

ଦିନ ୧୦ଟା ବେଳେ ବିଜେବି କଲେଜ ଆଗରେ ଧାରଣାରତ ରୁଚିକାଙ୍କ ମା‌ଆଙ୍କୁ ପୋଲିସ ଘୋଷାରୀ ଘୋଷାରୀ ନେବାର ଦୃଶ୍ୟ ବେଶ୍‌ ହୃଦୟବିଦାରକ ଥିଲା । ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ । ରୁଚିକାଙ୍କ ମାଆଙ୍କ ସମେତ ସମସ୍ତ ଆନ୍ଦୋଳନରତ ଛାତ୍ରଛାତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ବି ଉଠାଇ ନେଇଥିଲା ।

ପୂର୍ବରୁ ସକାଳୁ ସକାଳୁ ଧାରଣାସ୍ଥଳର ଟେଣ୍ଟ ଭାଙ୍ଗି ଦେଇଥିଲା ପୋଲିସ । ଆନ୍ଦୋଳନକାରୀ ଧାରଣାରେ ବସିବାକୁ ଗେଟ ସମ୍ମୁଖରେ ପହଞ୍ଚିବା କ୍ଷଣି କାହାକୁ ଟେକି ନେଇଥିଲେ ତ ଆଉ କାହାକୁ ରାସ୍ତାରେ ଘୋଷାରି ଘୋଷାରି ନେଇ ଗାଡିରେ ଭର୍ତ୍ତି କରିଥିଲା ପୋଲିସ । ତେବେ ଗତକାଲି ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ୧୧ ଦିନ ପରେ ପ୍ରେସମିଟ୍ କରି ଭୁବନେଶ୍ୱର ଡିସିପି କହିଥିଲେ, ରୁଚିକାଙ୍କୁ ରାଗିଂ ନେଇ କିଛି ବି ସୁରାକ ମିଳିନି ।

ତେବେ କଲେଜରେ ରାଗିଂ ହେଉଥିବା ନେଇ କୌଣସି ଛାତ୍ରୀ ସ୍ୱୀକାର କରିନାହାନ୍ତି । ତଥାପି ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି । ଏପରିକି ପୋଲିସକୁ ସୂଚନା ଦେବାକୁ ଏକ ଗୁପ୍ତ ନମ୍ବର ଦିଆଯାଇଛି । କାହା ପାଖରେ କିଛି ତଥ୍ୟ ଥିଲେ ସେମାନେ ପୋଲିସକୁ ଜଣାଇ ପାରିବେ ବୋଲି ଡିସିପି କହିଥିଲେ । ରୁଚିକାଙ୍କ ମୋବାଇଲରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥାଇପାରେ ତେଣୁ ଡାଟା ରିଟ୍ରାଇଭ୍ ପାଇଁ ମୋବାଇଲକୁ ସିଙ୍ଗାପୁର ପଠାଯିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି  ।

ତେବେ ସେପଟେ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା ୧୯ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି । ସଂଗଠନ ପକ୍ଷରୁ ଆସନ୍ତା ୧୭ ତାରିଖରେ କଟକ ଡିଜିପି ଅଫିସ ଆଗରେ ମୌନବ୍ରତ ଧାରଣା ଦିଆଯିବ । ପିଏମଜିରେ ୧୧ ଦିନର ଧାରଣା ପରେ ସଂଗଠନ ପକ୍ଷରୁ ଏହି ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ଘୋଷଣା କରିଛନ୍ତି । ଓଡ଼ିଶା ବନ୍ଦ ସମର୍ଥନ ପାଇଁ ରୁଚିକାଙ୍କ ମା’ ବିଦୁପ୍ରଭା ମହାନ୍ତି ଆବେଦନ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *