ଲୋକପ୍ରିୟ ଯାତ୍ରା ଅଭିନେତା Kanha ନିଜ ସ୍ତ୍ରୀ Tikina ଙ୍କ ବିଷୟରେ କହିଲେ କିଛି ଏମିତି ଶୁଣିଲେ ଆପଣ ବି କରିବେ ପ୍ରଶଂସା ! ଦେଖନ୍ତୁ Video

ବନ୍ଧୁଗଣ, ଯାତ୍ରା ଜଗତର ଅଭିନେତା କାହ୍ନା କିଛି ଏଭଳି କହିଛନ୍ତି ଯେ ତାଙ୍କର ଅଭିନୟ କରିବାକୁ ଇଛା ଥିଲା ତାହା ରେଡିଓ ମାଧ୍ୟମରେ ହେଉ, ଅଥବା ଟିଭି ସିରିୟଲ ମାଧ୍ୟମରେ ହେଉ, କିମ୍ବା ଯାତ୍ରା ମାଧ୍ୟମରେ ହେଉ । ମାତ୍ର ମୋର ସେତିକି ଆର୍ଥିକ ସକ୍ଷମ ନଥିଲା ଯେ ମୁଁ ଟିଭି ଚ୍ୟାନେଲ ବ୍ୟାନର ରେ ଯାଇ କାମ କରିବି ଅଥବା ସେଠାରେ ଯାଇ ରହିବି । ପଇସା ଖର୍ଚ୍ଚ କରି ଅଭିନୟ ପଛରେ ଗୋଡାଇବା ବ୍ୟତୀତ ମୁଁ ଜାଣିଲି ଯେ ଯାତ୍ରା ମାଧ୍ୟମରେ ମଧ୍ୟ ଅଭିନୟ କରି ମୁଁ ଦର୍ଶକ ଙ୍କ ପାଖରେ ପହଁଞ୍ଚି ପାରିବି ।

ଟିଭି ଦୁନିଆରେ ମଧ୍ୟ ଦର୍ଶକ ଦେଖୁଥିଲେ ଏବଂ ଏଠାରେ ମଧ୍ୟ ସେହି ଦର୍ଶକେ ହିଁ ଦେଖିବେ । ଏଣୁ ମୁଁ ଯାତ୍ରା କୁ ବାଛିନେଲି । ଅଭିନୟ କରିବା ନିମନ୍ତେ ସୁଯୋଗ ଖୋଜୁଥିଲି ଏବଂ ମୁଁ ତାହା ପାଇଗଲି । ମାତ୍ର ମୋର ୭୫ ଭାଗ ନେଗେଟିଭ ରୋଲ ଥିଲେ ଆଉ ବାକି ୨୫ ଭାଗ ପଜେଟିଭ ଥାଏ ।

ଜୀବନରେ ପରିବର୍ତ୍ତନ ହେଲେ ହିଁ ଭଲ ଲାଗେ । ସବୁ ପ୍ରକାରର ଚରିତ୍ର କୁ ମୁଁ ବହୁତ ଭଲ ପାଏ । ମୋର ପ୍ରଥମ ଅନୁଷ୍ଠାନ ହେଉଛି ଶିବାନୀ ଗଣନାଟ୍ୟ । ଏହାପରେ ମୁଁ ଯାତ୍ରା ଜୀବନରେ ନିଜର ୧୩ ବର୍ଷ ବିତାଇ ଦେଇଛି । ମାତ୍ର ଏହି କଥା ମୁଁ ଦୃଢ ଭାବରେ କହିବି ଯେ ଆଜିର ଯାତ୍ରା ଜଗତରେ କାହାକୁ ଏତେ ସୁଯୋଗ ଦିଆଯାଏନାହିଁ ଆଗକୁ ଯିବା ପାଇଁ ।

ଯଦି କିଏ ଜଣେ ଆଗକୁ ଯାଉଛି ତେବେ ମଣିଷ ପ୍ରକୃତି କଙ୍କଡା ଭଳି ଗୋଡ ଭିଡିବା । ମୋର ନିଜ ବିଶ୍ଵାସ ହେଉଛି ଯେ ମୁଁ କିଭଳି ଖଣ୍ଡା ଚଲାଇ ପାରିବି, କାରଣ ଖଣ୍ଡା ଚଳାଇଲେ ହିଁ ମୁଁ ଯୁଦ୍ଧ ରୁ ଜିତିବି ଏବଂ ମୋର ଢାଲ ହେଉଛି ଟିକି । ସେ ସବୁ ସମୟରେ ମୋ ଜୀବନସାଥି ହୋଇ ମତେ ସାହାସ ଦେଇ ଆସିଛି । ଆଜି ପର୍ଯ୍ୟନ୍ତ ପରିସ୍ଥିତି କିଭଳି ରହୁ ନା କାହିଁକି ସେ ସବୁବେଳେ ମୋ ସହିତ ପାଦରେ ପାଦ ମିଶାଇ ଚାଲିଛି ।

ସ୍ତ୍ରୀ ରୂପରେ ମୁଁ ଜଣେ ସାଙ୍ଗ ଏବଂ ଉତ୍ତମ ମଣିଷ ଟିଏ ପାଇଛି ଯେ କି ମତେ କେବେ ହାରିବାକୁ ଦେଇନାହିଁ । ମୁଁ ତାଙ୍କୁ ନିଜ ଧର୍ମପତ୍ନୀ ଭାବରେ ପାଇ ବହୁତ ଖୁସି ଏବଂ ଗର୍ବିତ ଅଟେ । ତେବେ ଯାତ୍ରା ଜଗତର ଅଭିନେତା କାହ୍ନା ନିଜର ମନର କଥା କିଛି ଏଭଳି ଭାବରେ ପ୍ରକାଶ କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିପରି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *