‘ଗରିବ ମାଇପ ସମସ୍ତଙ୍କ ଶାଳୀ, ଏବେ ଯଦି ସେ କୌଣସି MLA କି ମନ୍ତ୍ରୀଙ୍କ ଝିଅ ହେଇଥାନ୍ତା ତ ଏତେ ବେଳକୁ…’ Ruchika ଙ୍କୁ ନ୍ୟାୟ ଦାବି କରି କଣ କହିଲେ ସମାଜସେବୀ ମଧୁସ୍ମିତା ରଥ, ଦେଖନ୍ତୁ Video

ବନ୍ଧୁଗଣ ଭୁବନେଶ୍ବର ବିଜେପି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପରେ ଏବେ ସବୁ ଆଡେ କେବଳ ଏହି ଘଟଣାର ଚର୍ଚ୍ଚା । ରୁଚିକାଙ୍କ ମୃତ୍ୟୁକୁ ଗତ ତିନି ଦିନ ହୋଇସାରିଛି ଆଉ ପୋଲିସ ଏହି ମାମଲାକୁ ନେଇ ତଦନ୍ତ ଜାରି ରଖିଛି । ଗତ ଦୁଇ ଦିନ ତଳେ ରୁଚିକାଙ୍କ ମୃତ ଦେହ ତାଙ୍କ ହଷ୍ଟେଲ ରୁମ ଭିତରୁ ମିଳିଥିଲା । ରୁଚିକା ଆତ୍ମହତ୍ୟା କରିବା ପୂର୍ବରୁ ସୁସାଇଡ ନୋଟ ଲେଖିଥିଲେ ଆଉ ତାଙ୍କ ମୃତ୍ୟୁ ପଛରେ ତିନି ଜଣ ସିନିୟରଙ୍କ ହାତ ରହିଛି ବୋଲି ସେ ଲେଖିଥିଲେ ।

ବର୍ତ୍ତମାନ ରୁଚିକାଙ୍କ ପରିବାର ଲୋକେ କଲେଜ ସାମ୍ନାରେ ଧାରଣା ଦେଇ ବସିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ରୁଚିକା ମାଙ୍କ ସହିତ କିଛି ମହିଳା ସମାଜସେବୀ ମଧ୍ୟ ଛିଡା ହୋଇଛନ୍ତି । ଜଣେ ମହିଳା ସମାଜସେବୀ ଏହି ମାମଲାକୁ ନେଇ ନିଜର ମନ୍ତବ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି । ମହିଳା ସମାଜସେବୀଙ୍କ କହିବା ମୁତାବକ-‘ଗୋଟେ କଥାରେ ଅଛି ଗରିବ ମାଇପ ସମସ୍ତଙ୍କ ଶାଳୀ ।

ତେଣୁ ସେ ଝିଅଟି ଯଦି ଏମଏଲଏ ମନ୍ତ୍ରୀଙ୍କ ଝିଅ ହୋଇଥାନ୍ତା କି ଆଇଏଏସ ମାନଙ୍କର ଝିଅ ହୋଇଥାନ୍ତା ତା ହେଲେ ଏତେ ବେଳକୁ କଲେଜରେ କ୍ଳାସ ହୋଇ ନଥାନ୍ତା କି ଗେଟରେ ତାଲା ପଡି ନଥାନ୍ତା । ଯେହେତୁ ଏ ଗରିବ ଘରର ଝିଅଟି ମଫସଲରୁ ଆସିଛି ଏଇଟା ଯେହେତୁ ନମ୍ବର ୱାନ କଲେଜ ଆମେ ପାଠ ପଢିବା ବେଳ ଠାରୁ ଏ କଲେଜର ବହୁତ ନାଁ ଅଛି । ଏହି କଲେଜରେ ପାଠ ପଢି ବହୁତ ଆଇଏଏସ ଓ ଆଇପିଏସ ହୋଇଛନ୍ତି ।

ଯେହେତୁ ସେ ଆଶା ନେଇଥିଲା ଆଇଏଏସ ହେବା ପାଇଁ ତାର ଆଶାଟି ଆଶା ହେଇ ରହିଗଲା । କଲେଜ ୱାଡେର୍ନ ଝିଅକୁ ପାଗେଳି ବୋଲି ଜାଣି ପାରିଲା ସାଇକୋ ବୋଲି ଜାଣି ପାରିଲା ହେଲେ ଜାଣି ପାରିଲାନି ଝିଅ ଉପରେ କେତେ ଟର୍ଚ୍ଚର ହେଉଛି । ଗୋଟେ ଝିଅ ସୁସାଇଡ କରିବ ଲାଷ୍ଟ ସ୍ଟେପ ନେବ କାହିଁକି ନେବ ତାକୁ ସେତିକି ଟର୍ଚ୍ଚର ନ ହୋଇଥିଲେ ସେ କଣ କରିପାରିବ କି ।

ସେ ତ ଅର୍ଥ ପାଇଁ କରିନି ସେ ତ ପାଠ ଭଲ ପଢୁଥିଲା ତାର କିଛି ଅଭାବ ନଥିଲା ସେ କାହିଁକି ଆତ୍ମହତ୍ୟା କରିଲା । ତେଣୁ ୱାଡେର୍ନକୁ ଆରେଷ୍ଟ କରାଯାଉ ଆଉ ଯେଉଁ 6 ଝିଅ ପଳେଇଛନ୍ତି ସେମାନଙ୍କୁ ଧରା ଯାଉ ସେଥିରୁ ଯେଉଁ ତିନି ଝିଅ ଅଛନ୍ତି ତାଙ୍କୁ ଆରେଷ୍ଟ କରାଯାଉ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *