କଲେଜ ହଷ୍ଟେଲର ସବୁ ଗୁମର ଖୋଲି କହିଦେଲେ BJD ନେତା Tejeswar Parida, ରାତିରେ ଝିଅମାନଙ୍କ ସହ ହେଉଛି ଏମିତି କଦର୍ଯ୍ୟ ବ୍ୟବହାର, ଦେଖନ୍ତୁ ଏହି Video

ବନ୍ଧୁଗଣ ରୁଚିକା ମହାନ୍ତିଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ଟୁଇଷ୍ଟ ଏବେ ଦେଖିବାକୁ ମିଳିଛି । ରୁଚିକାଙ୍କ ମୃତ୍ୟୁକୁ ଗତ ତିନି ଦିନ ହୋଇଯାଇଛି ହେଲେ ଏବେ ସେହି ତିନି ଜଣ ଛାତ୍ରୀ ଧରା ପଡି ନାହାନ୍ତି ଯେଉଁ ମାନଙ୍କ ପାଇଁ ରୁଚିକା ନିଜ ଜୀବନ ହାରିଛନ୍ତି । ରୁଚିକା ଯୁକ୍ତ 3 ପ୍ରଥମ ବର୍ଷରେ ପାଠ ପଢୁଥିଲେ ହେଲେ ତିନି ଜଣ ସିନିୟର ତାଙ୍କୁ ରାଗିଙ୍ଗ କରିବାରୁ ସେ ସହ୍ୟ କରିପାରି ନଥିଲେ ଯାହାଫଳରେ ସେ ଶେଷରେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲେ ।

ତେବେ ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ବନ୍ଧୁଗଣ ଏବେ ତେଜେଶ୍ଵର ପରିଡା ନାମକ ଜଣେ ବ୍ୟକ୍ତି ଏହି ମାମଲାକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ତେଜେଶ୍ଵରଙ୍କ କହିବା ମୁତାବକ-‘ଏବେ ରାଗିଙ୍ଗର ହଟ୍ ସ୍ପଟ ହେଲାଣି ଓଡିଶା ଗୁର୍ଲା ଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଅନେକ କଲେଜରେ ରାଗିଙ୍ଗ ଯୋଗୁଁ ମୁଣ୍ଡ ଗଡିବାରେ ଲାଗିଛି ।

ହେଲେ ସବୁଠାରୁ ଦୁଃଖ କଥା ହେଉଛି ରାଗିଙ୍ଗ ପାଇଁ ଯେଉଁଠି ମୃତ୍ୟୁ ହେଉଛି ସେଠି ସମସ୍ତ ପ୍ରମାଣ ଥାଇ ମଧ୍ୟରେ ତାକୁ ଆତ୍ମହତ୍ୟା କୁହାଯାଉଛି । ଆଉ ଗୋଟେ ଦୁଃଖ କଥା ହେଉଛି ଏଠି ଅନେକ କଲେଜରେ ଶିକ୍ଷା ମ୍ୟାନେଜମେଣ୍ଟ ଦାୟିତ୍ଵରେ ଯେଉଁ ମାନେ ଅଛନ୍ତି ହଷ୍ଟେଲର ୱାଡେର୍ନଙ୍କ ଠାରୁ ଆରମ୍ଭ କରି କଲେଜର ପ୍ରିନ୍ସିପାଲଙ୍କ ପର୍ଯ୍ୟନ୍ତ ଜଣେ ହେଲେ କାହାକୁ ଉତ୍ତରଦାୟୀ କରାଯାଇ ନାହିଁ ।

ବିଜେପି କଲେଜରେ ରାଗିଙ୍ଗ ହେଇଛି ଆଉ ମୃତ୍ୟୁ ପୂର୍ବରୁ ରୁଚିକା ମହାନ୍ତି ସୁସାଇଡ ନୋଟ ଲେଖି ଯାଇଛନ୍ତି । ହେଲେ ବିଜେପି କଲେଜରେ ଯେଉଁ ମାନେ ଦୋଷୀ ବିଶେଷ କରି ଆମେ ଏଠି ସିନିୟର ପିଲା ମାନଙ୍କୁ ଦୋଷୀ କହୁନୁ କାରଣ ସିନିୟର ମାନେ ଯେତିକି ଦୋଷୀ ସେତିକି ଦୋଷୀ ହେଉଛନ୍ତି ଯେଉଁ ମାନେ ରାଗିଙ୍ଗ ରୋକିବାରେ ବିଫଳ ହୋଇଛନ୍ତି ।ଆଉ ଗୋଟେ ବଡ କଥା ହେଉଛି ରାତି ସମୟରେ କଲେଜ ହଷ୍ଟେଲ ମାନଙ୍କରେ ଶାରୀରିକ ମାନସିକ ନିର୍ଯାତନା ଦିଆଯାଉଛି ।

କେଉଁଠି ଉ-ଳ-ଘ୍ନ ହୋଇ ଛିଡା ହେବାକୁ କୁହାଯାଉଛି କେଉଁଠି ବାହାରୁ ମଦ୍ୟ ସିଇଗାଆରେଟ ଆଣି ଦେବାକୁ କୁହାଯାଉଛି, କେଉଁଠି ନିଜେ ସିଇଗାଆରେଟ ଟାଣିବା ପାଇଁ ବାଧ୍ୟ କରାଯାଉଛି । କେଉଁଠି ଛାତ୍ର ଛାତ୍ରୀ ମାନଙ୍କୁ ନାଚିବା ପାଇଁ କୁହାଯାଉଛି । ଅଧିକାଂଶ ସମୟା ସେକେଣ୍ଡ ଇୟର ଓ ଫାଇନାଲ ଇୟର ଷ୍ଟୁଡେଣ୍ଟ ମାନେ ନୋଟ ଲେଖିବା ପାଇଁ ଜୁନିୟର ମାନଙ୍କୁ ବାଧ୍ୟ କରୁଛନ୍ତି । ଏ ସବୁ ବଏସ ହଷ୍ଟେଲରେ ହେଉଛି ଆଉ ଗାର୍ଲ୍ସ ହଷ୍ଟେଲରେ ବି ହେଉଛି’ । ତା ହେଲେ ବନ୍ଧୁଗଣ ତେଜସ୍ଵରଙ୍କ ଏହି ମନ୍ତବ୍ୟ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published.