ଧରା ପଡିଲେ 3 Senior, ସେମାନେ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ, 2 ଦିନିଆ ଜେରା ପରେ ସାମ୍ନାକୁ ଆସିଲା ସାଂଘାତିକ ସତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଜେବି କଲେଜ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ, ରୁଚିକା ମହାନ୍ତିଙ୍କ ଜୀବନ ହାରିବା ଘଟଣା, ଏହାରି ଭିତରେ ଏହି ଘଟଣାକୁ ପ୍ରାଏ ୩ ଦିନ ବୀତିଗଲାଣି । ଏବେ ସବୁଠାରେ ସେହି ଗୋଟିଏ ଚର୍ଚ୍ଚା ଯେ ସେହି ୩ ସିନିଅର କିଏ ? ଯେଉଁ ମାନଙ୍କ ଅତ୍ୟାଚାର ସୀମା ଲଙ୍ଘିଲା ? ଆଉ ଯେଉଁଥିପାଇଁ ଜୀବନ ତ୍ୟାଗ କରିଦେଲେ ରୁଚିକା ମହାନ୍ତି । ତେବେ ବର୍ତ୍ତମାନ ୩ ଦିନର ତଦନ୍ତ ପରେ ସାମ୍ନାକୁ ଆସିଛନ୍ତି, ସେହି ସମସ୍ତ ସିନିଅର ଛାତ୍ରୀ ।

ସେହି ସମସ୍ତେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ । ତେବେ ଆଜି ସେହି ସିନିଅର ମାନଙ୍କୁ ଜେରା କରାଯିବ । ୨ ଦିନିଆ ଜେରାରେ ୩ ସିନିଅରଙ୍କ ସମ୍ପର୍କରେ ପୋଲିସଙ୍କୁ ନେଇ କିଛି ସୁରାକ ମିଳିଛି । ସେମାନେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ବୋଲି ପୋଲିସ ଚିହ୍ନତ କରିସାରିଛି । କିନ୍ତୁ ରାଗିଙ୍ଗ ସମ୍ପର୍କରେ ସେମାନଙ୍କର ସପୃକ୍ତି ଅଛି କି ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ପୋଲିସ ।

ରୁଚିକାଙ୍କର ଶେଷ ଚିଠିକୁ ହ୍ୟାଣ୍ଡରାଇଟିଙ୍ଗବ୍ୟୂରୋକୁ ପଠା ଯାଇଅଛି । ଉକ୍ତ ଚିଠିକୁ ରୁଚିକ ଲେଖିଥିଲେ କି ନାହିଁ ? ଏହାର ମଧ୍ୟ ରିପୋର୍ଟ ଆସିବ । ତେବେ ରିପୋର୍ଟ ଆସିବା ପରେ ପୋଲିସ ସ୍ପଷ୍ଟ କରିବେ ଯେ ଏହି ଚିଠିକୁ ରୁଚିକା ଲେଖିଛନ୍ତି ନା ଆଉ କିଏ ଲେଖିଛନ୍ତି । ଏବଂ ଏହାପରେ ହିଁ ଏହି ୩ ସିନିୟର ସାମ୍ନାକୁ ଆସିବେ ।

ତେବେ ଯାହା ହେଉ ନା କାହିଁକି ସେହି ୩ ସିନିୟରକୁ ସମସ୍ତେ ଅପେକ୍ଷା କରିଛନ୍ତି । ଶାନ୍ତସରଳ ସ୍ଵଭାବର ଝିଅଟି ନିଜ ଜୀବନକୁ ହରେଇଦେଲେ । ଏହା କେବଳ ୩ ସିନିୟରଙ୍କ ପାଇଁ । ପାଠପଢୀ କଲେକ୍ଟର ହେବାର ସ୍ଵପ ଦେଖିଥିଲେ ରୁଚିକା । ମାତ୍ର ତାଙ୍କର ସବୁ ସ୍ଵପ୍ନ ରହିଗଲା ଅଧା । ହଟାତ ରୁଚିକାଙ୍କ ମୃତ୍ୟୁ ଖବର ଶୁଣି ଉଭୟ ମାତା ପିତା ମୁଣ୍ଡରେ ହାତ ଦେଇ ସ୍ତବ୍ଦହୋଇଗଲେ ।

ରୁଚିକାଙ୍କର ତାଙ୍କ ରୁମମେଟ ସହିତ କାହା ସହିତ ବିଶେଷ ପଡେ ନାହିଁ । ରୁଚିକ କହିଥିଲେ ଯେ ମୁଁ ଅଧିକ ଡେରି ଯାଏଁ ପଢେବୋଲି ମତେ ସମସ୍ତେ ଆବନର୍ମାଲ ବୋଲି କୁହନ୍ତି । ତେବେ ଜାଣିଶୁଣି ମାନସିକ ସ୍ତରରେ ବାଧ୍ୟ କରାଯାଇଥିଲା ରୁଚିକଙ୍କୁ ଆ-ତ୍ମ-ହ-ତ୍ୟା ନିମନ୍ତେ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *