Vastu Shastra- ରୋଷେଇ ଘରୁ କେବେ ବି ସରିବାକୁ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନ ହେଲେ ହେବ ସର୍ବନାଶ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ରୋଷେଇ ଘରୁ ନ ସରିବା ଉଚିତ । ଯଦି ବନ୍ଧୁଗଣ ଆପଣଙ୍କ ରୋଷେଇ ଘରୁ ଏହି ଜିନିଷ ସରିଯାଉଛି ତା ହେଲେ ଆପଣଙ୍କୁ ଗରିବ ଓ କଙ୍ଗାଳ ହେବାରୁ କେହି ଅଟକାଇ ପାରିବେ ନାହିଁ ଏବଂ ଖାଲି ଏତିକି ନୁହେଁ, ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇପାରେ । ଏହା ସହିତ ଆପଣଙ୍କ ବ୍ୟାପାର ବାଣିଜ୍ୟରେ କ୍ଷତି ଘଟିପାରେ ଓ କେବେ ହେଲେ ଆପଣଙ୍କ ଘରେ ମାତା ଅନ୍ନପୂର୍ଣ୍ଣା ବାସ କରିବେ ନାହିଁ । ତାହାଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ । ଯାହାକୁ ଭୁଲ ସେ ମଧ୍ୟ ଆପଣ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ ।

୧. ଅଗ୍ନି- ବନ୍ଧୁଗଣ ପ୍ରାଚୀନ ସମୟରେ ସମସ୍ତ ଙ୍କ ଘରେ ଚୁଲିରେ ରୋଷେଇ ହେଉଥିଲା ଏବଂ ସମସ୍ତଙ୍କ ଚୁଲିରେ ନିଆଁ ଜଳୁଥିଲା । ହେଲେ ଆଜିକାଲିର ଦୁନିଆରେ ସମସ୍ତଙ୍କ ଘରେ ହିଟର ଓ ଗ୍ଯାସ ଦ୍ଵାରା ରୋଷେଇ ହେଉଛି । କିନ୍ତୁ ବନ୍ଧୁଗଣ ଏହା ଅଶୁଭ ହୋଇଥାଏ, କାରଣ ଆପଣଙ୍କ ଘରେ ଅଗ୍ନି ଦେବତା ବାସ କରନ୍ତି ନାହିଁ । ଏଥିପାଇଁ ଆପଣଙ୍କ ଘର ପଞ୍ଚତତ୍ଵରୁ ବାହାରେ ରହିଥାଏ ।

ହେଲେ ବନ୍ଧୁଗଣ ଆପଣଙ୍କ ଘରୁ ଯେପରି ଅଗ୍ନି ସରିବ ନାହିଁ । ଏହାର ଧ୍ୟାନ ରଖିବେ । ଯଦି ଆପଣଙ୍କ ଗ୍ଯାସ ଶେଷ ହେବାକୁ ଯାଉଛି ତା ହେଲେ ଆପଣ ଗ୍ଯାସ ଶେଷ ହେବା ପୂର୍ବରୁ ଅନ୍ୟ ଏକ ଗ୍ଯାସ ନେଇ ଆସନ୍ତୁ ହେଲେ ଅଗ୍ନି ଯେପରି ଆପଣଙ୍କ ଘରେ ଶେଷ ନହେବ ।

୨. ଖାଦ୍ୟ- ବନ୍ଧୁଗଣ ଆପଣଙ୍କ ଘରୁ କେବେହେଲେ ଖାଦ୍ୟ ଜିନିଷ ନସରିବା ଉଚିତ । ଅର୍ଥାତ ଅପାଣଙ୍କ ଘରୁ କେବେହେଲେ ଚାଉଳ ଓ ଅଟା ନସରିବା ଉଚିତ । ଆପଣଙ୍କ ଘରେ ଖାଦ୍ୟ ସରିବା ଦ୍ଵାରା ରାହୁ କେତୁ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି । ସେହି ବ୍ୟକ୍ତି ଲକ୍ଷ ଲକ୍ଷ ଉପାୟ କରିଲେ ମଧ୍ୟ ତାର ଜୀବନରେ ଦରିଦ୍ରତା ହଟେ ନାହିଁ । ତେଣୁ ରୋଷେଇ ଘରୁ କେବେହେଲେ ଖାଦ୍ୟ ଜିନିଷ ନସରିବା ଉଚିତ । ଯେଉଁ ଘରେ ସବୁବେଳେ ଖାଦ୍ୟ ଜିନିଷ ଭରପୁର ହୋଇ ରହିଥାଏ ସେହି ଘରେ ମାତା ଅର୍ଣ୍ଣପୂର୍ଣ୍ଣା ବାସ କରିଥାନ୍ତି ।


୩. ହଳଦୀ- ବନ୍ଧୁଗଣ ଆପଣ ମାନେ ହଳଦୀକୁ ଖାଦ୍ୟର ରଙ୍ଗ ବଦଳାଇବା ପାଇଁ ବ୍ୟବହାର କରୁଥିବେ । ହଳଦୀକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ମନା ଯାଇଥାଏ ଏବଂ ଯେଉଁ ଘରେ ଭଗବାନ ବିଷ୍ଣୁ ରହିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ଆପେ ଆପେ ପ୍ରବେଶ କରିଥାନ୍ତି । ଯଦି ଆପଣଙ୍କ ରୋଷେଇ ଘରୁ ହଳଦୀ ସରିଯିବ ତା ହେଲେ ଆପଣଙ୍କ ଘର ଉପରେ ବହୁତ ସଙ୍କଟ ମାଡିଆସିବ ଏବଂ ହଳଦୀ ନ ରହିବା କାରଣରୁ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି ନାହିଁ । ତେଣୁ ବନ୍ଧୁଗଣ କେବେହେଲେ ଘରେ ହଳଦୀକୁ ଶେଷ ହେବାକୁ ଦିଅନ୍ତୁ ନାହିଁ ।


ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ସମସ୍ତ କଥାର ଧ୍ୟାନ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଏହା ସହିତ ଯଦି ଆପଣ ମାନଙ୍କୁ ଆମ ଆର୍ଟିକିଲ ଭଲ ଲାଗିଲା ତା ହେଲେ ନିଶ୍ଚୟ ଗୋଟେ ଲାଇକ ଓ ସେୟାର କରିଦିଅନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *