କୋଭିଡ୍ ରୋଗୀଙ୍କର ଅକ୍ସିଜେନ୍ ସ୍ତର କମୁଛି କାହିଁକି ? ଜାଣନ୍ତୁ ଏହାର କାରଣ- Dr Khirod Ku Rout

ବନ୍ଧୁଗଣ ବର୍ତ୍ତମାନ ଦେଶର ଅବସ୍ତା ବହୁତ ଜଟିଳ ହୋଇଛି । କରୋନା ମହାମାରୀର କୋପ ଦିନକୁ ଦିନ ତୀବ୍ର ଗତିରେ ବଢିବାରେ ଲାଗିଛି । ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି ।

ବନ୍ଧୁଗଣ ଏହି ଭାଇରସଟି ଆକ୍ରାନ୍ତ ହେବା ପରେ ସାଧରଣତଃ ମଣିଷ ଶରୀରରର ଫୁସଫୁସକୁ ଆକ୍ରମଣ କରୁଛି ଯାହା ଫଳରେ ମଣିଷକୁ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ବହୁତ ଅସୁବିଧା ହେଉଛି ।

କରୋନା ଆକ୍ରାନ୍ତ ହେବା ପରେ ରୋଗୀର ଆକ୍ସିଜେନ ସ୍ତର ସଂପୂର୍ଣ୍ଣ କମିଯାଉଛି । ବନ୍ଧୁଗଣ କାହିଁକି କ୍ରୋନା ରୋଗୀଙ୍କର ଶରୀରରେ ଆକ୍ସିଜେନ ସ୍ତର କମୁଛି ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଡାକ୍ତର ଖିରୋଦ କୁମାର ରାଉତଙ୍କ ମତରେ, ଯେତେବେଳେ ଆମେ ନାକ ବାଟରେ ନିଶ୍ଵାସ ନେଇଥାଉ ସେତେବେଳେ ଅମ୍ଳଜାନ ସିଧା ଆମ ଶରୀରର ଆଲବୋହେଲକୁ ଯାଇଥାଏ ଓ ଆଲବୋହେଲକୁ ଖୋଲିଥାଏ ।

ଏହାପରେ ଆମ ଶରୀରରେ ଥିବା କାର୍ବନ ଡାଇଆକ୍ସାଇଡ ପ୍ରଶ୍ଵାସ ବାଟରେ ଚାଲିଯାଇଥାଏ ଓ ଅମ୍ଳଜାନ ଆମ ରକ୍ତରେ ମିଶି ଯାଇଥାଏ । ସେଥିପାଇଁ ବନ୍ଧୁଗଣ କୁହାଯାଇଛି ଅମ୍ଳଜାନ ହିଁ ଜୀବନ । ବନ୍ଧୁଗଣ ଆମ ଶରୀରରେ ଅସ୍କିଜେନ, ନାଇଟ୍ରୋଜେନ ଓ କାର୍ବନ ଡାଇଆକ୍ସାଇଡ ରହିଥାଏ । ଏହି ସବୁ ଜିନିଷ ମିଶିବା ଦ୍ଵାରା ଆମ ଶରୀରର ଆମାଇନୋ ଏସିଡ ମଝବୁତ ହୋଇଥାଏ ଓ ଏହା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢି ଥାଏ । ବନ୍ଧୁଗଣ ଅସ୍କିଜେନ ଆମ ଶରୀରର ସମସ୍ତ କୋଷରେ ରହିଥାଏ ।

ବନ୍ଧୁଗଣ ଯେତେବେଳେ କୌଣସି ମଣିଷ କରୋନା ଭାଇରସରେ ଆକ୍ରାନ୍ତ ହୋଇଥାଏ ସେତେବେଳେ ସେହି ଭାଇରସ ଆମ ନାକ ବା ପାଟି ବାଟରେ ଯାଇ ଆମ ଶରୀରରେ ଥିବା ଆଲଭିଓଲାରେ ଥିବା କୋଷ ଗୁଡିକୁ ନଷ୍ଟ କରି ଦେଇଥାଏ । ବନ୍ଧୁଗଣ ଏହା ଦ୍ଵାରା ଆମ ଶରୀରର ଅସ୍କିଜେନ ସ୍ତର କମିବାରେ ଲାଗିଥାଏ  । କାରଣ ଯେହେତୁ ଏହି ଭାଇରସ ଆମ ଫୁସଫୁସ ମଧ୍ୟରେ ଥିବା ଆଲଭିଓଲାର କୋଷ ଗୁଡିକୁ ନଷ୍ଟ କରିଥାଏ ଯାହାଫଳରେ ଆମକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅଧିକ ସମସ୍ୟା ହୋଇଥାଏ ।

ବନ୍ଧୁଗଣ ଏହି ଭାଇରସ ମଣିଷ ଶରୀରକୁ ବହୁତ ପ୍ରଭାବିତ କରିଥାଏ । ତେଣୁ ଆପଣ ମାନେ ନିୟମିତ ଭାବରେ ନିଜକୁ ସୁରକ୍ଷିତ ରଖନ୍ତୁ ଓ ନିଜର ଶରୀରର ଅସ୍କିଜେନ ସ୍ତରକୁ ମାପିବା ପାଇଁ ଆପଣ ଆକ୍ସିମିଟରର ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ଶରୀରରେ ଆକ୍ସିଜେନ ସ୍ତର କମୁଛି ତା ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *