ପୁରା ଇଣ୍ଡିଆକୁ ଦୋହଲାଇ ଦେଲା ସୁଶାନ୍ତଙ୍କର ଏହି ପୁରୁଣା ଭିଡିଓ, ଭାଇରାଲ ହେବା ମାତ୍ରେ ରିୟାକୁ ଗାଳି କରିବାକୁ ଲାଗିଲେ ଫ୍ୟାନ୍ସ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ସିବିଆଇ ତଦନ୍ତ ଜାରି ରଖିଛି। ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦେଖାଯାଉଛି । NCB ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରି 14 ଦିନ ପାଇଁ ନ୍ୟାୟିକ ହିରାସତକୁ ନେଇଛି।

ଏହା ପରେ ରିୟା ଚକ୍ରବର୍ତ୍ତୀଙ୍କ ଦ୍ଵାରା ଏକ ଜାମିନ ଆବେଦନ ମଧ୍ୟ କରାଯାଇଥିଲା, କିନ୍ତୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, କିନ୍ତୁ ନିକଟରେ ସୁଶାନ୍ତଙ୍କ ଦୁଇଟି ଅଣଦେଖା ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିବା ପରେ ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏହି ଦୁଇଟି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ନିଶ୍ଚିତ ନୁହଁନ୍ତି ଯେ ସୁଶାନ୍ତ ଏଭଳି ପଦକ୍ଷେପ ନେଇପାରିବେ । ଏଭଳି ପରିସ୍ଥିତିରେ ରିୟା ଚକ୍ରବର୍ତ୍ତୀଙ୍କ ପ୍ରତି ସୁଶାନ୍ତଙ୍କ ପ୍ରଶଂସକଙ୍କ କ୍ରୋଧ ବୃଦ୍ଧି ପାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସୁଶାନ୍ତ ସିଂ ରାଜପୁତଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଦେଖାଯାଉଛି । ସୁଶାନ୍ତ ସିଂ ରାଜପୁତଙ୍କ ସ୍ୱର ଶୁଣି ଏହା ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ତାଙ୍କ ସ୍ୱାସ୍ଥ୍ୟ ଆଦୌ ଭଲ ନାହିଁ ।

ରିୟା ବନାଇଥିଲେ ଭିଡିଓ

ଏହି ଦୁଇଟି ଭିଡିଓକୁ ରିୟା ଚକ୍ରବର୍ତ୍ତୀ ବନାଇଛନ୍ତି । ରିୟା ଚକ୍ରବର୍ତ୍ତୀ ଏନସିବିରେ ସ୍ୱୀକାର କରିଛନ୍ତି ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ ଆଣୁଥିଲେ। ଏଭଳି ପରିସ୍ଥିତିରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକ ରିୟା ଚକ୍ରବର୍ତ୍ତୀଙ୍କୁ ବହୁତ ଖରାପ କରି କହୁଛନ୍ତି ।

ଆଦିତ୍ୟ ରଂଜନ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରି ଲେଖିଛନ୍ତି ଯେ ମୁଁ ବିଶ୍ୱାସ କରିପାରୁ ନାହିଁ କି ଏପରି ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତି ଏମିତି ଭାବରେ ଡ୍ରଗ୍ସ ର ଶିକାର ହୋଇପାରନ୍ତି । ତଥାପି ଗୋଟିଏ ଜିନିଷ ମୁଁ ଜାଣେ ଯେ ଯଦି ଆପଣ କାହାକୁ ଭଲ ପାଆନ୍ତି ଏବଂ ସେ ଡ୍ରଗ୍ସ ନେଉଛନ୍ତି ତେବେ ଆପଣ ତାଙ୍କୁ ଡ୍ରଗ୍ ନେବାରେ କଦାପି ସମର୍ଥନ କରିବେ ନାହିଁ । ତେଣୁ ରିୟା ଚକ୍ରବର୍ତ୍ତୀ ହେଉଛନ୍ତି ପ୍ରକୃତ ଦୋଷୀ ।

ଏଥିସହ ସାଇ ନାମକ ଅନ୍ୟ ଜଣେ ଇଉଜର ଟ୍ୱିଟ୍ କରି କହିଛନ୍ତି ଯେ ରିୟା ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ ଦେଉଛନ୍ତି ଏବଂ ତାଙ୍କ ଭିଡିଓ ମଧ୍ୟ କରୁଛନ୍ତି। ଯଦି ଜଣେ ବ୍ୟକ୍ତି କାହାକୁ ଭଲ ପାଆନ୍ତି, ତେବେ ସେ କାହିଁକି ଡ୍ରଗ୍ସ ନେଉଥିବାର ଭିଡିଓ ପ୍ରସ୍ତୁତ କରିବେ ? ସେ ତାଙ୍କୁ ନେଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବେ।

https://twitter.com/SaiMadh20372319/status/1303376102358831104?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1303376102358831104%7Ctwgr%5Eshare_3&ref_url=https%3A%2F%2Fwww.newstrend.news%2F394024%2Fsushant-singh-rajput-2-unseen-videos-leaked-fans-lashes-out-at-rhea-chakroborty%2F

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଭିଡିଓ ଦେଖିବା ପରେ ମୋ ଆଖିରେ ଲୁହ ଆସି ଯାଉଛି । ରିୟା ଏହି ଇଣ୍ଟେଲିଜେଣ୍ଟ ମଣିଷ ସହିତ ଏ କଣ କରିଦେଲେ । ସେ କାହିଁକି ଏହି ଭିଡିଓଗୁଡିକୁ ସାମ୍ନାକୁ ଆନୁଛନ୍ତି ? କଣ ଏସବୁ ଯୋଜନା ରେ ପ୍ରସ୍ତୁତ ହେଉଛି ବୋଲି ମନେ ହେଉନାହିଁ କି? ମୁଁ ସୁଶାନ୍ତଙ୍କ ଅପରାଧୀଙ୍କୁ ଶୀଘ୍ର ଧରିବା ଏବଂ ସେମାନଙ୍କୁ ଦଣ୍ଡ ଦେବା ପାଇଁ ସିବିଆଇକୁ ନିବେଦନ କରୁଛି।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *