EXCLUSIVE: ରିୟା ପାଇଁ ଜେଲରେ ହେଇଗଲା ବବାଲ, କାନ୍ଦି, ଚିଲେଇ କରିବାକୁ ଲାଗିଲା ପାଗଳାମି

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ରିୟା ଚକ୍ରବର୍ତୀଙ୍କୁ ନେଇ ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି । ଏହି କିଛି ଦିନ ହେବ ଏନସିବି ତଦନ୍ତ ଦ୍ଵାରା ରିୟାଙ୍କୁ ମୁମ୍ବାଇର ଭାଇକେଲା ଜେଲରେ ଜେରା କରାଯାଇଛି । ବନ୍ଧୁଗଣ ପ୍ରଥମେ ଏହି ଜେଲକୁ ଆସିବା ପରେ ରିୟାଙ୍କ ଅବସ୍ତା ଖରାପ ହୋଇଯାଇଥିଲା ଓ ସେ କେବଳ ହସ୍ପିଟାଲ ଯିବା ପାଇଁ କହୁଥିଲେ । ବର୍ତ୍ତମାନ ଭାଇକେଲା ଜେଲରୁ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ବନ୍ଧୁଗଣ ଖବର ଅନୁସାରେ ଜଣା ପଡିଛି ଯେ, ଜେଲ ମଧ୍ୟରେ ରିୟା ପାଗଳ ପରି ବ୍ୟବହାର କରୁଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।


ରିୟା ଚକ୍ରବର୍ତୀଙ୍କୁ ଏନସିବି ମାମଲାରେ ମୁମ୍ବାଇର ଭାଇକେଲା ଜେଲରେ ରଖା ଯାଇଛି । କମ ସେ କମ ୧୪ ଦିନ ପର୍ଯ୍ୟନ୍ତ ରିୟାଙ୍କୁ ଜେଲରେ ରହିବାକୁ ହେବ । ରିୟାଙ୍କ ପାଇଁ ଭାଇକେଲା ଜେଲରେ ଏକ ସ୍ଵତନ୍ତ୍ର ସେଲ ଦିଆଯାଇଛି । ଏହି ସେଲରେ କେବଳ ରିୟାଙ୍କ ଛଡା ଅନ୍ୟ କୌଣସି କଏଦି ରହିବେ ନାହିଁ । ପ୍ରଥମ ଦିନରେ ରିୟାଙ୍କ ଅବସ୍ତା ବହୁତ ଶୋଚନୀୟ ହୋଇ ଯାଇଥିଲା ହେଲେ ବର୍ତ୍ତମାନ ଖବର ଅନୁସାରେ ଜଣା ପଡିଛି ରିୟାଙ୍କର ସେଲ ବଦଳା ଯାଇଛି ।


ପ୍ରଥମ ସେଲ ତୁଳନାରେ ବର୍ତ୍ତମାନ ରିୟାଙ୍କୁ ଅନ୍ୟ ଏକ ଛୋଟ ସେଲରେ ରଖାଯାଇଛି । ଏହି ସେଲରେ ପଙ୍ଖା ନାହିଁ । କାରଣ କାଳେ ରିୟା ପଙ୍ଖାରେ ଫାଶୀ ଦେଇ ଆତ୍ମହତ୍ୟା କରିଦେବେ । ଏହା ସନ୍ଦେହ କରି ରିୟାଙ୍କୁ ବିନା ପଙ୍ଖା ଥିବା ସେଲ ଦିଆଯାଇଛି । ପୁରୁଣା ସେଲରେ ରିୟାଙ୍କୁ ବିଛଣା, ତକିଆ ଏବଂ ଚାଦର ଦିଆଯାଇଥିଲା, ହେଲେ ବର୍ତ୍ତମାନର ସେଲରେ ରିୟାଙ୍କ ଠାରୁ ସମସ୍ତ ଜିନିଷ ନିଆଯାଇଛି ।

ବର୍ତ୍ତମାନର ଗରମ ସମୟରେ ରିୟାଙ୍କୁ ଜେଲରେ ବିନା ପଙ୍ଖାରେ ବହୁତ କଷ୍ଟ ସହିବାକୁ ପଡୁଛି । ଯଦି କୋର୍ଟ ଆଦେଶ ଦେବ ତେବେ ରିୟାଙ୍କୁ ଏକ ଟେବୁଲ ପଙ୍ଖା ଦିଆଯିବ । ଜେଲ ସୂତ୍ର ଅନୁସାରେ ରିୟା ଚକ୍ରବର୍ତୀ ଲଗାତାର କାନ୍ଦୁଛନ୍ତି । ରିୟା ନିଜ ସେଲ ସାମ୍ନାରେ ବସି ବାରମ୍ବାର କାନ୍ଦି ଚିତ୍କାର କରୁଛନ୍ତି । କାନ୍ଦି କାନ୍ଦି ଶେଷରେ ଚୁପ ହୋଇ ରିୟା ଗୀତ ମଧ୍ୟ ଗାଇବାକୁ ଲାଗୁଛନ୍ତି ।


ରିୟାଙ୍କର ମାନସିକ ଅବସ୍ତା ଜେଲ ମଧ୍ୟରେ ବହୁତ ଖରାପ ହୋଇସାରିଛି । ଜେଲ ସୂତ୍ର ଅନୁସାରେ ରିୟା ପାଗଳ ପରି ହେଉଛନ୍ତି । ରିୟାଙ୍କର ଏହି ଅବସ୍ଥା ଦେଖି ଜେଲ ପ୍ରଶାସନ ମଧ୍ୟ ଭୟ କରୁଛି । ରିୟା ନିଜ ଉପରେ ନିୟନ୍ତ୍ରଣ କରି ପାରୁନାହାନ୍ତି । ରିୟାଙ୍କର ଏହି ବ୍ୟବହାର ପାଇଁ ଜେଲ ଅଧିକାରୀ ରିୟାଙ୍କ ସେଲ ବାହାରେ ଦୁଇଟି ମହିଳା କନେଷ୍ଟବଲ ଅଧିକାରୀଙ୍କୁ ଜଗିବା ପାଇଁ ରଖିଛନ୍ତି । ବର୍ତ୍ତମାନ ଦିନ ରାତି ରିୟାଙ୍କ ଉପରେ ନଜର ରଖାଯାଉଛି ।

ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *