ଆଜି ସବୁଠୁ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ଆଜିର ସୁନା ଦାମ

ବନ୍ଧୁଗଣ ସୁନା ଓ ରୂପା ଏପରି ଏକ ମୂଲ୍ଯବାନ ଧାତୁ ଅଟେ ଯାହାକୁ ସମସ୍ତେ ବ୍ୟବହାର କରିଥାନ୍ତି । ବିଭିନ୍ନ ବିବାହ ପ୍ରଥା ଓ ଅନ୍ଯାନ୍ଯ ଫଙ୍କସନରେ ଲୋକମାନେ ସୁନା ବା ରୂପା ପିନ୍ଧିଥାନ୍ତି । ବନ୍ଧୁଗଣ ଯଦି ଆପଣଙ୍କୁ ସୁନା ଓ ରୂପା ବହୁତ ପସନ୍ଦ ଆସେ, ତେବେ ଆମେ ଆପଣ ମାନଙ୍କ ପାଇଁ ସୁନା ଓ ରୂପା ସମ୍ବନ୍ଧିତ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ନେଇ ଆସିଛୁ । ବନ୍ଧୁଗଣ ସୁନା ଓ ରୂପାର ଦର ହ୍ରାସ ପାଇଛି, ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଭାରତୀୟ ବଜାରରେ ଆଜି ପୁଣି ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି । ଏମସିଏକ୍ସ ସୁନା ଫ୍ୟୁଚର ରେଟ ୦.୦୯ ପ୍ରତିଶତ ହ୍ରାସ ପାଇଁ ୫୦୩୬୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ସେହିପରି ରୂପା ଫ୍ୟୁଚର ରେଟ ୧.୫ ପ୍ରତିଶତ ହ୍ରାସ ପାଇ ୬୭୯୭୦ ଟଙ୍କା ପ୍ରତି ଏକ କିଲୋଗ୍ରାମରେ ରୂପା ଦର ପହଞ୍ଚିଛି ।

ଗତ ଥର ଅପେକ୍ଷା ସୁନା ୦.୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ରୂପା ୦.୫୨ ପ୍ରତିଶତ ବଢିଥିଲା । ଗତ ମାସରେ ୫୬୨୦୦ ସୁନା ରେଟ ପହଞ୍ଚିଥିଲା ଓ ୭୯୭୨୩ ଟଙ୍କା ରୂପା ଦର ଉଚ୍ଚ ସ୍ତରରେ ପହଞ୍ଚିଥିଲା ।


କିନ୍ତୁ ବର୍ତ୍ତମାନ ଉଭୟ ସୁନା ଓ ରୂପା ହ୍ରାସ ପାଇବାରେ ଲାଗିଛି । ଓଡିଶା ରାଜଧାନୀ ଭୁବନେଶ୍ବରରେ ଶୁକ୍ରବାର ସନ୍ଧ୍ୟା ସୁଧା ୨୨ କ୍ୟାରେଟର ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୦ ଟଙ୍କା କମି ୪୯୪୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟର ସୁନା ମୂଲ୍ୟରେ ମଧ୍ୟ ସମାନ ଭାବେ ୪୦ ଟଙ୍କା ହ୍ରାସ ପାଇ ୫୦୪୫୦ ଟଙ୍କା ହୋଇଥିବାର ଜଣା ପଡିଛି ।

କିନ୍ତୁ ଭୁବନେଶ୍ଵର ବଜାରରେ କିଛି ଅଧିକ ହ୍ରାସ ପାଇଛି ସୁନା ମୂଲ୍ୟ । ୨୨ କ୍ୟାରେଟ ର ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୭୦ ଟଙ୍କା କମି ୪୮୯୮୦ ରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୯୦ ଟଙ୍କା କମି ୪୯୪୩୦ ଟଙ୍କାରେ ପହଞ୍ଚିଛି ।

ଆନ୍ତର୍ଜାତୀୟ ବଜାର ରେ ସୁନାର ମୂଲ୍ୟ ଔନ୍ସ ପିଛା ୧୯ ଡଲାର ତଳକୁ ଖସି ଆସିଛି । ସ୍ପଟ ବଜାରରେ ସୁନା ଔନ୍ସ ପିଛା ୧୯୪୨ ଡଲାର ରେ ପହଞ୍ଚିଛି । ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *