ଋଷି କପୁରଙ୍କ ହେଲା ନିଧନ, ବଲିଉଡରେ ଗଭୀର ଶୋକର ପରିବେଶ, ଜାଣନ୍ତୁ କେମିତି ହେଲା ତାଙ୍କ ଦେହାନ୍ତ

ଈର୍ଫାନ ଖାନଙ୍କ ପରେ ପୁଣିଥରେ ବଲିଉଡ଼ର ଗମ୍ଭୀର ଦୁଃଖ, ଆମ ଗହଣରେ ଆଉ ନାହାନ୍ତି ରିଶି କପୁର । ବଲିଉଡ଼ର ଆଗଧାଡିର କଳାକାର ଭାବେ ରିଶି କପୁରଙ୍କୁ କିଏ ବା ନଜାଣେ । ହଠାତ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ରିଲାଏନ୍ସ ହସ୍ପିଟାଲ୍ କୁ ନିଆଯାଇଥିଲା ସେଠାରେ ତାଙ୍କର ଦେହାନ୍ତ ହୋଇଛି । ହସ୍ପିଟାଲ୍ ପରିଚାଳନା କମିଟି ପକ୍ଷରୁ ଯାହା ଖବର ମିଳିଛି ତାହା ହେଉଛି ତାଙ୍କୁ କ୍ୟାନ୍ସର ଜନିତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଓ ତାଙ୍କୁ ସେଠାକାର ଆଇସିୟୁ ମଧ୍ୟରେ ରଖା ଯାଇଥିଲା ।

ଯାହା ଖବର ମିଳିଛି ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା ତେଣୁ ପରିସ୍ଥିତି ଜଟୀଳତା ଆଡକୁ ଗତି କରିଥିଲା । ସେ ପ୍ରାୟ ଦେହ ଖରାପ ହେବାରୁ ୧ସପ୍ତାହ ଧରି ମେଡିକାଲ୍ ରେ ଥିଲେ । ଏହା ପୂର୍ବରୁ ଫେବୃୟାରୀ ମାସରେ ତାଙ୍କ ଦେହ ବହୁତ୍ ଖରାପ ମଧ୍ୟ ହୋଇଥିଲା ଯାହା ଫଳରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପଟାଲରେ ଚିକିତ୍ସା କରାଯାଇଥିଲା । ଏବଂ ସେଥର ସେ ସୁସ୍ଥ ହୋଇଯାଇଥିଲେ କିନ୍ତୁ ଡାକ୍ତରଙ୍କ ପାଖରେ ତାଙ୍କୁ ବଞ୍ଚାଇବା ପାଇଁ ଏଥର କୌଣସି ଅସ୍ତ୍ର ନଥିଲା ।

ରିଶି କପୁର ଙ୍କ ଭାଇ ରଣଧୀର କପୁର ଇଣ୍ଡିଆନ୍ ଏକ୍ସପ୍ରେସ ଜରିଆରେ କହିଛନ୍ତି କି ତାଙ୍କ ଭାଇଙ୍କର ସ୍ଵାଶକ୍ରୀୟା ରେ ଅସୁବିଧା ହେଉଥିଲା । ଯେଉଁଥି ପାଇଁ ତାଙ୍କୁ ହସ୍ପିଟାଲ୍ ନେଇଥିଲେ । ଯେଉଁ ଠାରେ ତାଙ୍କ ସ୍ତ୍ରୀ ନିତୁ କପୁର ମଧ୍ୟ ତାଙ୍କ ସଙ୍ଗେ ଥିଲେ । ଗୁପ୍ତ ସୂତ୍ରରୁ ଖବର ମିଳିଛି କି ତାଙ୍କର ୨୦୧୮ ମସିହାରେ ଶରୀରରେ କ୍ୟାନ୍ସର ପରିଲକ୍ଷିତ ହୋଇଥଲା । ଯେଉଁଥିପାଇଁ ତାଙ୍କର ନ୍ୟୁୟର୍କରେ ୮ ମାସ ଧରି ଟ୍ରିଟମେଣ୍ଟ ଚାଲିଥିଲା । ପୂର୍ବରୁ କେବେ ନିଜେ ରିଶି କିମ୍ବା ତାଙ୍କ ପରିବାର ପାଖରୁ କ୍ୟାନ୍ସର ସମ୍ବନ୍ଧିତ କିଛି କଥା ଶୁଣାଯାଇଥିଲା ।

https://twitter.com/akshaykumar/status/1255714491515285505

ପରେ ନିଜେ ରିଶୀ କପୁର ତାଙ୍କୁ କ୍ୟାନ୍ସର ହୋଇଥିବା କଥା ଦର୍ଶକଙ୍କୁ କହିଥିଲେ । ରିଶି ୨୦୧୯ ରେ ତାଙ୍କ ଫ୍ୟାନଙ୍କୁ ନିଜର କ୍ୟାନ୍ସର ସମ୍ବନ୍ଧିତ କଥା ଜଣାଇଥିଲେ । ତାଙ୍କର ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ପତ୍ନୀ ନୀତୁ କପୁର ତାଙ୍କ ସହ ନିୟୁ୍ୟାର୍କ ରେ ରହି ତାଙ୍କ ସେବା କରୁଥିଲେ । ସେଠାରୁ ସୁସ୍ଥ ହେଇ ଫେରିବା ପରେ ନିତୁ ମିଡିଆରେ ସେଠାକାର ପରିସ୍ଥିତି ସମ୍ବନ୍ଧରେ ଜଣାଇଥିଲେ । ଆଜି ବି ରିଷି କପୁରଙ୍କ ଫିଲ୍ମ୍ କଥା ଆଲୋଚନା ହେଲେ ମାନେ ପଡ଼ିଯାଏ ତାଙ୍କର ସେଇ ପୁରୁଣା ଦିନ ସ୍ମୃତି । ଚେହେରା ହେ ୟେ ଚାନ୍ଦ ଖିଲାହେ ଜୁଲ୍ଫ ଘନେରି ସାମ ହେ କ୍ୟା । ଭଗବାନ ଙ୍କ ନିକଟରେ ଆମର ଏତିକି ପ୍ରଥାନା ତାଙ୍କ ଅମର ଆତ୍ମାର ସଦଗତି ହେଉ ।

Leave a Reply

Your email address will not be published. Required fields are marked *