ସାଉଥର ଏହି ଅଭିନେତାଙ୍କ ପରି ଜୀବନସାଥୀ ଚାହୁଁଛନ୍ତି ହିରୋଇନ ତମ୍ମନା ଭାଟିୟା

ତମ୍ମନା ଭାଟିଆ ଉଭୟ ବଲିଉଡ୍ ଓ ସାଉଥ୍ ପିଲ୍ମ୍ ଜଗତରେ ଅଭିନୟ କରିଛନ୍ତି । ବଲିଉଡ୍ ଜଗତରେ ସେ ନିଜର ସ୍ଥାନ ବନାଇ ପାରି ନଥିବା ବେଳେ ସାଉଥ୍ ରେ ସେ ଟପ୍ ହିରୋଇନଙ୍କ ମଧ୍ୟରେ ଜଣେ । ତାମ୍ମନା ଭାଟିଆ ସାଉଥ୍ ର ବହୁତ୍ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ଜରିଆରେ ସେ ଦର୍ଶକଙ୍କ ମନରେ ରହିଛନ୍ତି । ତାଙ୍କ ଫିଲ୍ମ୍ କୁ ମଧ୍ୟ ଦର୍ଶକ ପସନ୍ଦ କରୁଛନ୍ତି । ତମ୍ମନା ଭାଟିଆ ଏସ ଏସ ରଜମୌଲିଙ୍କ ବାହୁବଳୀ ଓ ବାହୁବଳୀ ୨ ରେ ମଧ୍ୟ ଅଭିନୟ କରିଛନ୍ତି।

ଯାହାକି ଭାରତ ଇତିହାସର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ୍ ଅଟେ । ଥରେ ତମ୍ମନା ଭାଟିଆ ନିଜ ବିବାହ ସମ୍ପର୍କରେ ଗୋଟେ ଇଣ୍ଟରଭିୟୁରେ କହିଥିଲେ । ସେ କହିଥିଲେ ତାଙ୍କର ଏବେ ବିବାହ କରିବାକୁ ଇଚ୍ଛା ନାହିଁ । ବିବାହ ପାଇଁ ତାଙ୍କର କିଛିଟା ସର୍ତ୍ତ ଅଛି ବୋଲି ମଧ୍ୟ ସେ କହିଥିଲେ । ସେ ଏମିତି ସର୍ତ୍ତ ରଖିଛନ୍ତି ଯାହା ଶୁଣିଲେ ଆପଣ ଭାବିବେ ତାଙ୍କ ବିବାହ ଆପଣ ଦେଖିପାରିବେ କି ନାହିଁ ।

କାରଣ ସେ ଏମିତି ଏକ ଅଭିନେତାଙ୍କୁ ତାଙ୍କ ପତି ରୂପେ ପାଇବାକୁ ଚାହୁଁଛନ୍ତି ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ । ତମ୍ମନା ଇଶାରାରେ କହିଛନ୍ତି କି ସେ ହେଉଛନ୍ତି ସାଉଥ୍ ଫିଲ୍ମର ଡ୍ୟାଶିଙ୍ଗ ହିରୋ ମହେଶ ବାବୁ । ତାଙ୍କ କହିବା ଅନୁସାରେ ମହେଶ ବାବୁ ଏକ ଭଲ ଅଭିନେତା ସଙ୍ଗେ ସଙ୍ଗେ ଆଇଡଲ୍ ଓ ପର୍ଫେକ୍ଟ୍ ସ୍ଵାମୀ ଭଳି ମଧ୍ୟ ଦେଖାଯାଆନ୍ତି ।

 

ଏହା ବ୍ୟତୀତ ସେ ସାଉଥ୍ ର ସବୁଠାରୁ ହ୍ୟାଣ୍ତସମ୍ ହିରୋ ଅଟନ୍ତି । କିନ୍ତୁ ସେ ବିବାହିତ ଅଟନ୍ତି । ଏହା ସହିତ ତାଙ୍କର ୨ ଟି ସନ୍ତାନ ମଧ୍ୟ ଅଛନ୍ତି ଓ ସେ ତାଙ୍କ ପରିବାର ସହିତ ମଧ୍ୟ ବହୁତ ଖୁସିରେ ଅଛନ୍ତି । ଏବେ କେବଳ ଦର୍ଶକ ଅପେକ୍ଷା ରେ ଅଛନ୍ତି କି ତମ୍ମନା କେବେ ଓ କିପରି ଲାଇଫ ପାର୍ଟନର ପାଉଛନ୍ତି । ଏମିତି ମନୋରଞ୍ଜନ ଦୁନିଆର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *