ଯଦି ଆପଣବି ହାର୍ଟ ରୋଗୀ ତେବେ ଆଜିଠୁ ଆରମ୍ଭ କରିଦିଅନ୍ତୁ ଏହି ସବୁ ଜିନିଷର ସେବନ

ବର୍ତ୍ତମାନ ସମୟରେ ଲୋକମାନେ ଟଙ୍କା କମାଇବାରେ ଏତେ ବ୍ୟସ୍ତ ଅଛନ୍ତି କି ନିଜର ଠିକ ଭାବରେ ଦ୍ୟାନ ନେଇ ପାରୁ ନାହାଁନ୍ତି । ଯେଉଁ କାରଣରୁ ଶରୀରରେ ଅନେକ ରୋଗ ଘର କରିନିଏ । ଶେଠୀ ମଧ୍ୟରୁ ଗୋଟିଏ ଅଟେ ହାର୍ଟଟାକ । ଆଜିକାଲି ହାର୍ଟଟାକ୍ ବହୁତ୍ ଗମ୍ଭୀର ସମସ୍ୟାର ରୂପ ନେଉଛି । ଏହାର କାରଣ ହେଉଛି ସନ୍ତୁଳିତ ଖାଦ୍ୟ, ଭୋଜନ ଠାରୁ ଦୂରେଇ ରହିବା, ଏକ୍ସରସାଇଜ ନକରିବା ଦ୍ଵାରା ହାର୍ଟ ରୋଗ ପ୍ରଚୁର ମାତ୍ରାରେ ଗମ୍ଭୀର ରୂପ ନେଉଛି । ଆଜି ଆମେ ଆପଣଙ୍କୁ ହାର୍ଟଟାକରୁ ବଞ୍ଚିବା ପାଇଁ କେଉଁ ଜିନିଷ ଖାଇବା ଉଚିତ୍ ସେ ବିଷୟରେ ଜଣାଇବୁ ।

ଓଟ୍ସ-

ଓଟ୍ସ ର ସେବନ ହାର୍ଟ ରୋଗୀଙ୍କ ପାଇଁ ବହୁତ୍ ଭଲ ହୋଇଥାଏ । ଓଟ୍ସ ସକାଳର ଜଳଖିଆ ପାଇଁ ସବୁଠାରୁ ଉତ୍ତମ ଖାଦ୍ୟ କାରଣ ଏହାକୁ ଖାଇବା ଦ୍ଵାରା ପେଟ ଭରପୁର ରହିଥାଏ ଏବଂ ଏହା ହାର୍ଟ ପାଇଁ ମଧ୍ୟ ଉତ୍ତମ ଅଟେ । ଓଟ୍ସ ରେ ଭିଟା ଗ୍ଲୁକୋନ ରହିଛି ଯାହାକି ଏକ ଘୂର୍ଣ୍ଣନଶୀଳ ଫାଇବର୍ ଅଟେ । ଏହାର ସାହାଯ୍ୟରେ କୋଲେଷ୍ଟ୍ରଲର ପରିମାଣ କମ ରହିଥାଏ ।

ସବୁଜ ପରିବା-

ସବୁଜ ପତ୍ରଥିବା ପରିବା ଯେମିତିକି ପାଳଙ୍ଗ, ମେଥି ଶାଗ, ମୂଳା ଶାଗ, ବନ୍ଧାକୋବି ଖାଇବା ଦ୍ଵାରା ହୃଦରୋଗ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳି ପାରିବ । କାରଣ ଏସବୁରେ ଚର୍ବି ଅଂଶ ନଥାଏ ଓ କ୍ୟାଲୋରୀ ବଢିବାର ଚିନ୍ତା ମଧ୍ୟ ନଥାଏ । ବରଂ ଏଥିରେ ଫାଇବର ଥାଏ ଏହା ଛଡା ପୋଟାସିୟମ, କ୍ୟାଲସିୟମ, ଫଲିକ ଏସିଡ ଓ ମ୍ୟାଗ୍ନେସୀୟମ ମଧ୍ୟ ରହି ଥାଏ ।

ବାଦାମ-

ବାଦାମ ସେବନ ଦ୍ଵାରା ଶରୀରରେ କୋଲେଷ୍ଟ୍ରୋଲ୍ ଲେବୁଲ୍ କମ୍ ରୁହେ । ଏହା ସହିତ ବ୍ଲଡକ୍ଲଟ ହେବାରୁ ମଧ୍ୟ ରକ୍ଷା କରେ । ବାଦାମରେ ବି ୧୭, ଇ, ମିନେରାଲ, ମ୍ୟାଗ୍ନେସିୟମ୍, ଆଇରନ , ଜିଙ୍କ ଓ ମୋନୋସେଚ୍ୟୁରେଟେଡ ଫ୍ୟାଟ୍ ଭରପୁର ପରିମାଣର ଥାଏ ।

ଅନାଜ୍ ବା ଶସ୍ୟ-

ଶସ୍ୟ ଜାତୀୟ ଦ୍ରବ୍ୟ ମଧ୍ୟରେ ଆପଣ ଗହମ, ମକା, ଡାଲି, ରାଜମା ଓ ଚାଉଳ ଆଦି ଆପଣ ଖାଇ ପାରିବେ । ଏହା ଆପଣଙ୍କ ହାର୍ଟ ପାଇଁ ଲାଭଦାୟକ ଅଟେ କାରଣ ଏଥିରେ ଫାଇବର ଓ ଭିଟାମିନ ପ୍ରଚୁର ପରିମାଣରେ ଥାଏ । ଏହା ବ୍ୟତୀତ ଆଣ୍ଟି ଅକ୍ସିଡେ଼ଣ୍ଟ୍, ଆଇରନ , ମ୍ୟାଗ୍ନେସୀୟମ ଓ ଭିଟାମିନ- ଈ ଭରପୁର ମାତ୍ରାରେ ଥାଏ । ଏହାକୁ ପ୍ରତିଦିନ ଖାଇଲେ ବ୍ଲଡ଼ପ୍ରେସର୍ କଣ୍ଟ୍ରୋଲ ହୋଇ ରହିଥାଏ ।

ସୋୟାବିନ-

ହାର୍ଟଟାକରୁ ବଞ୍ଚିବା ପାଇଁ ସୋୟା କ୍ଷୀରରୁ ପ୍ରସ୍ତୁତ ସୋୟା ଦହି ଖାଆନ୍ତୁ । ଯଦି ଆପଣ ମାଂସ ଖାଉଛନ୍ତି ତେବେ ମାଂସ ନଖାଇ ସୋୟାରେ ପ୍ରସ୍ତୁତ ଖାଦ୍ୟକୁ ସେବନ କରନ୍ତୁ, କାରଣ ମାଂସରେ ପ୍ରଚୁର ପରିମାଣରେ ଫ୍ୟାଟ ଥାଏ । ଯାହାକି କୋଲେଷ୍ଟ୍ରୋଲ କୁ ବଢାଇଥାଏ । ତେଣୁ ନିୟମିତ ଉପରୋକ୍ତ ଦ୍ରବ୍ୟକୁ ସେବନ କରନ୍ତୁ ଓ ସୁସ୍ଥ ରୁହନ୍ତୁ । ଆପଣ ସୁସ୍ଥ ରହିଲେ ଦୁନିଆ ଆଗକୁ ବଢିବ । ଯଦି ଆପଣଙ୍କର କିଛି ପ୍ରଶ୍ନ ଥାଏ ତେବେ କମେଣ୍ଟ୍ ମାଧ୍ୟମରେ ଜଣାଇବେ । ଆଗକୁ ହେଲ୍ଥ ଟିପ୍ସ ସମ୍ବନ୍ଧରେ ଜାଣିବା ପାଇଁ ଆମ ପେଜ କୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *