Rishabh Pant ଙ୍କ ପାଇଁ ଦେବଦୂତ ସାଜିଲେ ବସ ଡ୍ରାଇଭର ! ଜଳୁଥିବା କାର ରୁ ବଞ୍ଚାଇ ଦେଲେ ଋଷଭ ଙ୍କ ଜୀବନ

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାରତୀୟ କ୍ରିକେଟ ଟିମର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଙ୍କ ଗାଡି ଦୁର୍ଘଟଣା ଖବର ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ନିଜ ଘରକୁ ଯାଉଥିବା ସମୟରେ ଋଷଭଙ୍କ ଗାଡି ଡିଭାଇଡରରେ ମାଡ ହେବା ସହିତ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତ୍ଵର ଭାବରେ ଆହାତ ହୋଇଥିବା ବେଳେ ତାଙ୍କ ପିଠି ଆଉ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ।

ଋଷଭ ଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଠିକ ଥିବା ବେଳେ ତାଙ୍କୁ ବଞ୍ଚାଇବାରେ ଦେବଦୂତ ସାଜିଛନ୍ତି ସାମାନ୍ୟ ଜଣେ ବସ ଡ୍ରାଇଭର ସୁଶୀଲ କୁମାର । ଯେତେବେଳେ କାର ଦୁର୍ଘଟଣାରେ ଋଷଭ ମୃ-ତ୍ୟୁ ସହିତ ସଂଗ୍ରାମ କରୁଥିଲେ ସେତେବେଳେ ସୁଶୀଲ ହିଁ ତାଙ୍କ ପାଇଁ ସାଜିଥିଲେ ଦେବଦୁତ । ସୁଶୀଲ ଋଷଭ ପନ୍ତ ଙ୍କୁ ଉଦ୍ଧାର କରିବା ସହିତ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ ଏହା ସହିତ ତାଙ୍କ ଜୀବନ ରକ୍ଷା କରିଥିଲେ ।

ସୁଶୀଲ କୁମାର ଙ୍କ କହିବା ଅନୁସାରେ ସେ ହେଉଛନ୍ତି ହରିୟାନାରେ ଜଣେ ସାମାନ୍ୟ ବସ ଡ୍ରାଇଭର । ସେଦିନ ସେ ହରିଦ୍ଵାରରୁ ଫେରୁଥିଲାବେଳେ ହଠାତ ଦିଲ୍ଲୀ ପଟରୁ ଏକ କାର ଆସିଥିଲା, ଏବଂ ଡିଭାଇଡରରେ ମାଡ ହୋଇଯାଇଥିଲା । ମାତ୍ର ୫୦ ମିଟର ଦୂରରେ ଏହି ଦୁର୍ଘଟଣା କୁ ସେ ବସରୁ ଥାଇ ଦେଖୁଥିଲେ ।

ଏହା ପରେ ସେ ତୁରନ୍ତ ବସରୁ ଓହ୍ଲାଇ ଯିବା ସହିତ ଦୁର୍ଘଟଣା ହୋଇଥିବା କାର ପାଖରେ ପହଞ୍ଚିଥିଲେ । ଆଉ ବାହାରେ ଜଣେ ପଡିଥିବା ଦେଖିଥିଲେ ସେ ଆଊ କେହି ନଥିଲେ ସେ ଥିଲେ ଭାରତୀୟ କ୍ରିକେଟର ଋଷଭ ପନ୍ତ । ସୁଶୀଲ କୁମାର ଏହାପରେ ତୁରନ୍ତ ୧୧୨ ନମ୍ବର କୁ କଲ କରିବା ସହିତ ଋଷଭ ପନ୍ତକୁ ହସ୍ପିଟାଲରେ ପହଞ୍ଚାଇଥିଲେ ।

ଏହି ସମୟରେ ଋଷଭ ଙ୍କ ପିଠି ଆଉ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହିତ ତାଙ୍କ ମୁଣ୍ଡରୁ ର-କ୍ତ ମଧ୍ୟ ବୋହୁଥିଲା । ମାତ୍ର ଏ ସବୁ କୁ ଅତ୍ୟନ୍ତ ସାହାସର ସହିତ ସାମ୍ନା କରି ଆଜି ଆମର ପ୍ରିୟ କ୍ରିକେଟର କୁ ବଞ୍ଚାଇଦେଇଛନ୍ତି ବସ ଡ୍ରାଇଭର । ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ଋଷଭ ପନ୍ତ ବିପଦରୁ ମୁକ୍ତ ଅଛନ୍ତି ଏବଂ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ । କିନ୍ତୁ କିଛିଦିନ ବର୍ତମାନ କ୍ରିକେଟ ଖେଳିପାରିବେ ନାହିଁ ବୋଲି କହିଛନ୍ତି ଡାକ୍ତର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *