Rishabh Pant ଙ୍କୁ ପୂର୍ବରୁ ହିଁ ସାବଧାନ କରେଇ ଥିଲେ ଧବନ, ହେଲେ ମାନିଲେ ନାହିଁ ଋଷଭ, ବଞ୍ଚେଇ ଦେଲେ 1.2 କୋଟି ଟଙ୍କାର କାର

ବନ୍ଧୁଗଣ, ସୂଚନା ଅନୁଯାୟୀ କାର ଦୁର୍ଘଟଣାରେ ଋଷଭ ପନ୍ତ ଭାଗ୍ୟବଶତ ବଞ୍ଚିଯାଇଛନ୍ତି । କିନ୍ତୁ ଏହା ମଧ୍ୟ ସତ ଯେ ଋଷଭ ପନ୍ତ କାର କୁ ସବୁବେଳେ ଦୃତ ଗତିରେ ଚଳାଇଥାନ୍ତି । ଏହା କହିଛନ୍ତି ଟିମ ଇଣ୍ଡିଆର କ୍ୟାପଟେନ ରହିଥିବା ଶିଖର ଧବନ । ବର୍ତ୍ତମାନ ଗୋଟିଏ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହୋଇଥିବାର ଦେଖିବାକୁ ମିଳିଛି, ଯେଉଁଥିରେ ଋଷଭ ପନ୍ତ ଶିଖର ଧାବନ କୁ କହିଥିଲେ ଯେ ଯଦି ତୁମକୁ କିଛି ଉପଦେଶ ମୋତେ ଦେବାର ଥାଏ ତେବେ ତାହା କ’ଣ ଦେବ ?

ସେହି ଭି-ଡି-ଓରେ ଶିଖର ଧବନ ଏହା କହିଥିଲେ ଯେ ଋଷଭ ଗାଡି କୁ ସ୍ଲୋ ଚାଳାଇବା ଅଭ୍ୟାସ କର । ଅର୍ଥାତ ଶିଖର ଏହି ମୂହୁର୍ତ୍ତ କୁ ନିଶ୍ଚିତ ଭାବରେ ଅନୁଭବ କରିଥିବେ ଯେ ଋଷଭ ଯେବେ ମଧ୍ୟ କାର ଚଳାଇଥାନ୍ତି ତେବେ ସେ ଗାଡି କୁ ଜୋରସେ ଚଳାଇଥାନ୍ତି । ତେବେ ଋଷଭ ଙ୍କର ବର୍ତ୍ତମାନ ଯେଉଁ ଆକ୍ସିଡେଣ୍ଟ ହୋଇଛି ସେଥିରେ ଋଷଭ ଙ୍କର କାରର ସ୍ପିଡ 150 ରୁ କମ ନଥିଲା ।

ତେବେ ନିଦ ଲାଗି ଆସୁଥିବା ସମୟରେ ଏହିଭଳି ଦୁର୍ଘଟଣା ଘଟିଲା କି କ’ଣ ହେଲା ତାହା କେବଳ ଋଷଭ ପନ୍ତ ହିଁ ଜାଣିଛନ୍ତି । ମାତ୍ର ଏହା ଉତ୍ତମ କଥା ଯେ ଋଷଭ ପନ୍ତ ବଞ୍ଚିଯାଇଛନ୍ତି । ଆପଣ ଏହା ମଧ୍ୟ କହିପାରିବେ ଯେ ଋଷଭ ପନ୍ତ ଙ୍କର ଏକ କରୋଡ ୨୦ ଲକ୍ଷର ଗାଡି ତାଙ୍କୁ ବଞ୍ଚାଇଦେଲା । ଭାରତୀୟ କ୍ରିକେଟର ଋଷଭ ପନ୍ତ MERCEDESBENZ, AMG GLE କୁ ନିଜେ ଡ୍ରାଇଭ କରୁଥିଲେ ।

ଏହାର ମୂଲ୍ୟ ୧ କରୋଡ ୨୦ ଲକ୍ଷ ଟଙ୍କା ଅଟେ । ସେଫଟି ଫିଚର ରେ ମଧ୍ୟ ଏହି କାର ବହୁତ ସାନଦାର ଅଟେ । ମି-ଡି-ଆ ରିପୋର୍ଟ ଅନୁଯାୟୀ ତାଙ୍କ ସ୍ପିଡ ଅଧିକ ଥିଲା, ଯାହା ଫଳରେ ଡିଭାଇଡରରେ ଟକ୍କର ଖାଇ ଦୁର୍ଘଟଣା ଘଟିଲା । ଋଷଭ ପନ୍ତ ଯେଉଁ କାରକୁ ଡ୍ରାଇଭ କରି ଘରକୁ ଯାଊଥିଲେ, ଏହି କାର ବହୁତ ସୁରକ୍ଷିତ ଅଟେ ।

ଏଥିରେ ଆଣ୍ଟି ଲକ ବେକିଙ୍ଗ ସିଷ୍ଟମ ଅଛି, ସେଣ୍ଟ୍ରାଲ ଲକ, ପାୱାର ଡୋର ଲକ, ମଲ୍ଟିପଲ ଏୟାର ଲକ ବ୍ୟାଗ୍ସ ରହିଛି, ସିଟ ବେଲ୍ଟ ୱାର୍ନିଙ୍ଗ ମଧ୍ୟ ରହିଅଛି । କ୍ରାଶ ସେନ୍ସର ସହିତ ଅନେକ କିଛି ରହିଅଛି, 2996 CC ର ପେଟ୍ରୋଲ ଇଞ୍ଜନ ରହିଅଛି, ଏହା ସହିତ ଟପ ସ୍ପିଡ 250 କିଲୋ ମିଟର ପ୍ରତିଘଣ୍ଟା କିଲୋମିଟର ଅଟେ । ତେବେ ଗାଡି ପାଇଁ ଋଷଭ ପନ୍ତ ବଞ୍ଚିଗଲେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *