ପ୍ରଧାନ ମନ୍ତ୍ରୀ Narendra Modi ଙ୍କୁ ଦୁଃଖର ଦିନରେ ଭେଟିଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ Mamata Banerjee

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଙ୍କ ମା’ ସବୁଦିନ ଲାଗି ଆରପାରିକୁ ଚାଲିଗଲେ । ଏହା ସତ୍ବେ ମଧ୍ୟ ମୋଦି ସବୁ ଦୁଃଖ କଷ୍ଟ ଏବଂ ଯନ୍ତ୍ରଣା କୁ ପଛ କରି ମୋଦି ବିକାଶ ମୂଳକ କାର୍ଯ୍ୟରେ ଯୋଗ ଦେଲେ । କୋଲକାତାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଲେ । କୋଲକାତାରେ ହାୱଡାରେ ଆୟୋଜନ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗୁଜୁରାଟରେ ଥାଇ ଭରଚୁଆଲରେ ଯୋଡି ହୋଇଥିଲେ । ପତାକା ଦେଖାଇ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରଣ ରକ୍ଷା କରି ଆସିଥିଲେ ମଧ୍ୟ ଷ୍ଟେଜ ଉପରକୁ ଆସିଲେ ନାହିଁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ରେଳ ବିଭାଗର ବରିଷ୍ଠ ଅଧିକାରୀ ଯେତେ ବୁଝାଇଥିଲେ ରାଜ୍ୟପାଳ ମଧ୍ୟ ପରିସ୍ଥିତି ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ଯିଏ ଯେତେ ବୁଝାଇଲେ ମଧ୍ୟ ମମତା ଷ୍ଟେଜ କୁ ଆସିଲେ ନାହିଁ । ଦର୍ଶକ ମାନେ ଯେଉଁଠାରେ ବସିଥିଲେ ସେ ମଧ୍ୟ ସେହିଠାରେ ରହିଲେ । ସେ ସେଠାରେ ଥାଇ ନିଜର ବକ୍ତବ୍ୟ ରଖିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ପ୍ରତି ସମବେଦନା ପ୍ରକାଶ କରିଲେ । ମମତା କହିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜୀବନରେ ବହୁତ ବଡ କ୍ଷତି ହୋଇଛି, ଏବଂ ସେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କୁ ବହୁତ ସାହାସ ଦିଅନ୍ତୁ । ତେବେ କୋଲକାତା ର ମୁଖ୍ୟମନ୍ତ୍ରୀ ମମତା ଷ୍ଟେଜ ଉପରକୁ ନ ଆସିବାର କାରଣ ଥିଲା କିଛି ଅଲଗା ।

ମୋଦି ଙ୍କ ସହିତ ପଡୁ ନଥିବାର କାରଣ ଥିଲା କିଛି ଅଲଗା, ମୋଦି ଙ୍କ ସହିତ ପଡୁ ନଥିବା ଯୋଗୁଁ ସେ ଏପରି ଯେ କରିଛନ୍ତି ତାହା ଆଦୌ ନୁହେଁ । କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ନାରାବାଜିରେ ଅସନ୍ତୋଷ ପ୍ରକାଶ କରି ସେ ଷ୍ଟେଜ କୁ ଆସି ନଥିଲେ ବୋଲି କୁହାଯାଉଛି । ମମତା ଯେତେବେଳେ ସଭା ସ୍ତଳରେ ପହଞ୍ଚିଥିଲେ, ସେତେବେଳେ କିଛି ଜନତା ତାଙ୍କ ନାମରେ ନାରାବାଜି କରି ଚିଲାଇଥିଲେ ।

ମମତା ବୁଲିପଡି ସେମାନଙ୍କ ଆଡକୁ ଚାହିଁଥିଲେ । ଏହାପରେ ମନକୁ କ’ଣ ଆସିଲା ଯେ ମମତା ଆଉ ଷ୍ଟେଜ କୁ ଯାଇ ନଥିଲେ । ପ୍ଲାଟଫର୍ମରେ ହୋଇଥିବା ଷ୍ଟେଜରେ ରେଳମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ମମତା ଙ୍କୁ ବାରମ୍ବାର ନିମନ୍ତ୍ରିତ କରାଯାଇଥିଲା । ମମତା ଆଉ ଷ୍ଟେଜ କୁ ନ ଯାଇ ଦର୍ଶକ ମାନଙ୍କ ପାଇଁ ଥିବା ସିଟରେ ରହିଥିଲେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *