ମିହିର ଭାଇ ଯିବା ପରେ ରିକି ବହୁତ ଭାଙ୍ଗି ପଡିଥିଲା, ଏବେ ଅମ୍ଲାନକୁ ଏକୁଟିଆ କରି ସେ ବି ଚାଲିଗଲା, ଅମ୍ଳାନକୁ ସାହସ ଦିଅନ୍ତୁ ଭଗବାନ, ଯେମିତି କି ସେ…

ନମସ୍କରା ବନ୍ଧୁଗଣ, କଳାକାର ଜଗତର ଜଣେ ଜଣା ଶୁଣା କଳାକାର ଥିଲେ ମିହିର ଦାସ । ତାଙ୍କର ପରଲୋକ ଗମନ କରିବାର ବର୍ଷେ ହୋଇଛି କି ନାହିଁ ତାଙ୍କ ସାନ ପୁଅ ଆଜି ଜୀବନ ହରାଇଛନ୍ତି । ତେବେ ଏହି ଖବର ପ୍ରସାରିତ ହେବା ପାରେ ଫିଲ୍ମ ଜଗତର ସମସ୍ତ କଳାକାର ବହୁତ ମର୍ମାହତ । ତେବେ ଏନେଇ କଣ କହୁଛନ୍ତି ଶ୍ରିତମ ଦାସ କିଭଳି ଥିଲେ ମିହିରଙ୍କ ପୁଅ ଅକ୍ଲାନ୍ତ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଶ୍ରିତମ କହିଛନ୍ତି ରିକି ଏମିତି ଚାଲିଯିବା ଟା ତାଙ୍କୁ ବହୁତ ଦୁଃଖ ଲାଗୁଛି । ସେ କହିଛନ୍ତି କିହିଛନ୍ତି କି ମିହିର ଭାଇ ଯିବା ପରେ ସେ ବହୁତ ଟେନସନରେ ଥିଲା । ପ୍ରଥମେ ଆନି ଅପା ତଥା ତାଙ୍କ ମା ଯିବା ବେଳକୁ ସେ ଛୋଟ ହୋଇଥିବା କଥା କହିଛନ୍ତି । ମିହିର ଦାସ ଯିବା ପରେ ତାଙ୍କ ସାନ ପୁଅ ବହୁତ ଅଧିକ ଭାଙ୍ଗି ପଡିଥିଲା । ଶ୍ରିତମ କହିଛନ୍ତି କି ସେ ନିଜେ ଦେଖିଛନ୍ତି ମିହିର ଦାସଙ୍କ ଶବକୁ ମଧ୍ୟ ତାଙ୍କ ସାନ ପୁଅ ଦେଖିବା ପାଇଁ ଆସୁନଥିଲା ।

ତାଙ୍କ କହିବା ଅନୁଯାୟୀ ରିକି ତଥା ମିହିର ଦାସଙ୍କ ସାନ ପୁଅ ଲିଭର ଜନିତ ସମସ୍ୟା ପାଇଁ 20, 25 ଦିନ ହେବ ମେଡିକାଲରେ ଚିକିତ୍ସା ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ତାରେ ସୁଧାର ଆସିଥିଲେ ମଧ୍ୟ ହଠାତ ତାଙ୍କ ଦେହାନ୍ତ ହୋଇଛି କାଲି ରାତି 12 ଟାରେ ବୋଲି ଶ୍ରିତମ କହିଛନ୍ତି । ମିହିରଙ୍କ ପୁଅ ରିକି ସିନେମାକୁ ବହୁତ ଅଧିକ ପାଆନ୍ତି ।

ଯେଉଁ ସିନେମା ତାଙ୍କୁ ଭଲ ଲାଗିଥାଏ ତାହାକୁ ଭଲ ଭାବରେ ଦେଖି କେଉଁ ସିନ ଭଲ ଥିଲା କେଉଁ ସିନ ଆଉ ଟିକେ ଭଲ ହୋଇପାରିଥାନ୍ତା ଏହି ସବୁ କଥାକୁ ସେ ବେସ ଆରମରେ ଜାଣି ନେଉଥିଲେ ଏବଂ ଶ୍ରିତମଙ୍କୁ ସେ କହୁଥିଲେ । ଶ୍ରିତମଙ୍କ ବହୁତ ସିନେମାକୁ ଦେଖି ରିକି ତାଙ୍କୁ କୁହନ୍ତି ଦାଦା ତମର ଏହି ସିନେମା ଟା ବହୁତ ଭଲ ଲାଗିଲା ଏଇଠି ଆଉ ଟିକେ ଭଲ ହୋଇପାରିଥାନ୍ତା ବୋଲି ସିଏ କୁହନ୍ତି ।

କିଛି ଟାଇମରେ ମିହିର ଦାସ ତଥା ତାଙ୍କ ବାପାଙ୍କ ସହ ବହୁତ ଜାଗାକୁ ଶୁଟିଙ୍ଗ ସେଟକୁ ଯାଉଥିଲେ । ଶ୍ରିତମ ନିଜର କଷ୍ଟକୁ ଜାହିର କରିଛନ୍ତି ତାଙ୍କ ସାମ୍ନାରେ ଜନ୍ମ ହୋଇ ତାଙ୍କ ଆଖି ସାମ୍ନାରେ ଖେଳ କୁଦ କରି ବଡ ହୋଇଥିବା ପିଲାଟି ଆଜି ଖୁବ କମ ବୟସରେ ଆଖି ବୁଜିଦେଇଛି । ଅମ୍ଳାନଙ୍କୁ ସାହସ ମିଳୁ ବୋଲି ସେ ଭଗବାନଙ୍କ ପାଖେ ପ୍ରାଥନା କରିଛନ୍ତି । ଆମର ଏହି ପୋଷ୍ଟଟିକୁ ଲାଇକ ଏବଂ ଶେୟାର କରିବାକୁ ଜମା ବି ଭୁଲିବେନି ବନ୍ଧୁଗଣ ।

Leave a Reply

Your email address will not be published. Required fields are marked *