କାନ୍ଦି କାନ୍ଦି ନିଜ ସାନ ଭାଇର ମୁଖାଗ୍ନି ଦେଉଛନ୍ତି Amlan, ଦେଖିଲେ କୋହ ସହୁନି, ଗଡିଯାଉଛି ଅମାନିଆ ଲୁହଗୁଡା

ନମସ୍କାର ବନ୍ଧୁଗଣ, ପରଲୋକ ଗମନ କରିଥିବା ବରିଷ୍ଠ ଅଭିନେତା ମିହିର ଦାସଙ୍କ ସାନ ପୁଅଙ୍କର ଆଜି ଦେହାନ୍ତ ହୋଇଛି । ତାଙ୍କ ମୁହଁରେ ଅମ୍ଳାନ ଦେଉଛନ୍ତି ମୁଖାଗ୍ନି । ତେବେ ଅମ୍ଳାନଙ୍କ ପରିବାରରେ ଜଣଙ୍କ ପରେ ଜଣେ ପରଲୋକ ଗମନ କରୁଛନ୍ତି । ଅମ୍ଳାନ ନିଜର କୋହକୁ ଅଟକାଇ ସାନ ଭାଇକୁ ଦେଉଛନ୍ତି ମୁଖାଗ୍ନି । ବାପଙ୍କୁ ବି ଦେଇଥିଲେ ମା ଙ୍କୁ ମଧ୍ୟ ଦେଇଥିଲେ ମୁଖାଗ୍ନି ଆଉ ଆଜି ଦଇବ ତାଙ୍କ ହାତରେ ସାନ ଭାଇର ମଧ୍ୟ ଶେଷ କୃତ୍ୟ କରାଇଲା । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ମିହିର ଦାସଙ୍କ ପରଲୋକ ଗମନ ପରେ ତାଙ୍କ ସାନ ପୁଅ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ ଅକ୍ଲାନ୍ତ ଦାସ । ବାପାଙ୍କୁ ବହୁତ ଭଲ ପାଉଥିଲେ ସାନ ପୁଅ ଅକ୍ଲାନ୍ତ । ବାପା ମଧ୍ୟ ନିଜର ସାନ ପୁଅକୁ ବହୁତ ଭଲ ପାଉଥିଲେ । ଏବେ ଅମ୍ଳାନ ସମ୍ପୂର୍ଣ ଏକା ହୋଇଯାଇଛନ୍ତି । କିଛି ବର୍ଷ ପୂର୍ବରୁ ମାର ଆଶୀର୍ବାଦ ହାତ ଉଠିଯାଇଥିଲା ଅମ୍ଳାନଙ୍କ ମୁଣ୍ଡରେ ଆଉ ପୁଣି ବାପା ତାଙ୍କୁ ହାତ ଛାଡି ଦେଇ ଚାଲିଗଲେ ।

ହେଲେ ଦଇବର ଏତିକିରେ ମନ ଶାନ୍ତି ହେଲା ନାହିଁ ଯେ ଏବେ ତାଙ୍କ ସାନ ଭାଇକୁ ମଧ୍ୟ ତାଙ୍କ ଠାରୁ ଛଡାଇ ନେଲେ । ତେବେ ବାପାଙ୍କୁ ହରାଇବା ପରେ ସାନ ପୁଅ ବହୁତ ଭାଙ୍ଗି ପଡିଥିଲେ । ଅକ୍ଲାନ୍ତ ବହୁତ ଡିପ୍ରେସନରେ ରହୁଥିଲେ । ଏହାପରେ ଲିଭର ଜନିତ ସମସ୍ୟା ହେତୁ ସେ ଅସୁସ୍ଥ ହୋଇପଡିଥିଲେ ।

ଭୁବନେଶ୍ଵର ସ୍ଥିତ ଏମସ ହସପିଟାଲରେ ସେ ଚିକିତ୍ସା ହେଉଥିଲେ । ହେଲେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସିନଥିଲା । ଆଉ ଆଜି ସେ ତାଙ୍କ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଏହାପରେ କଟକ ସତୀଚଉରା ଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପର୍ଣ କରାଯାଇଛି । ଅକ୍ଲାନ୍ତ 26 ବର୍ଷ ବୟସରେ ନିଜର ଜୀବନ ହରାଇଛନ୍ତି ।

ଖୁବ କମ ବୟସରେ ସେ ତାଙ୍କ ବାପା ମାଙ୍କ ପାଖକୁ ପରଲୋକ ଗମନ କରିଯାଇଛନ୍ତି ଅକ୍ଲାନ୍ତ । ସତରେ ଏହା କଷ୍ଟ ଦାୟକ ଅଟେ । ଏକ ମାସ ହେବ ସେ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଆଉ ଗତ କାଲି ରାତି 12ଟାରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଏଭଳି ଏକ କଷ୍ଟଦାୟକ ଖବର ଶୁଣି ବିଶ୍ଵାସ ହେଉନଥିଲେ ମଧ୍ୟ ଆମେ ବିଶ୍ଵାସ କରିବା ପାଇଁ ବାଧ୍ୟ । ତେବେ ଆମର ଏହି ପୋଷ୍ଟଟିକୁ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *