କଣ ପାଇଁ ବୁଧବାର ଦିନ ଝିଅ ମାନେ ଶାଶୁଘରକୁ ଯିବା ଉଚିତ ନୁହେଁ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଭାରତକୁ ଏକ ପରମ୍ପରାର ଦେଶ ବୋଲି କୁହାଯାଇ ଥାଏ । ଆମ ଦେଶରେ ବିଭିନ୍ନ ପ୍ରକାରର ପରମ୍ପରା ଅଛି ଯାହାକୁ କି ଆମେ ସମସ୍ତେ ମାନି ଚଳି ଆସୁଛୁ । ଏହା ସହିତ ମଧ୍ୟ ଭରତରେ ଶାସ୍ତ୍ରର ବହୁତ ମହତ୍ଵ ରହିଛି । ଶାସ୍ତ୍ର ଅନୁସାରେ କିଛି ଏମିତି ଦିନ ବିଷୟରେ କୁହାଯାଇଛି ଯେଉଁ ଦିନରେ କି କୌଣସି ବି ଶୁଭ କାମ କରାଯାଇ ନଥାଏ । ଆଜି ଆମେ ଆପଣ ମାନଙ୍କୁ ବୁଧବାର ସହିତ ଯୋଡି ହୋଇଥିବା ଏକ ମାନ୍ୟତା ବିଷୟରେ କହିବାକୁ ଯାଉଛୁ । କୁହାଯାଇଛି କି ଝିଅ ମାନେ କେବେ ହେଲେ ବି ବୁଧବାର ଦିନ ଶାଶୁଘରକୁ ଯିବା ଉଚିତ ନୁହେଁ ।

ହୋଇଯାଇ ଥାଏ ଶାଶୁଘର ସହିତ ସମ୍ପର୍କ ଖରାପ

ଶାସ୍ତ୍ରରେ କୁହାଯାଇଛି କି ବୁଧବାର ଦିନ ଯଦି ଝିଅକୁ ଶାଶୁଘରକୁ ବିଦା କାରାଯାଇଥାଏ ବାଟରେ କିଛି ଦୁର୍ଘଟଣା ହେବା ସହିତ ଝିଅ ନିଜ ଶାଶୁଘର ଲୋକଙ୍କ ସହିତ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ । ଯେଉଁ କାରଣ ପାଇଁ ଆପଣଙ୍କ ସହିତ ଆପାଣଙ୍କ ଝିଅମାନେ ବହୁତ କଷ୍ଟ ପାଇଥାନ୍ତି ।

ବୁଧ ଗ୍ରହ ଚନ୍ଦ୍ରମା ଙ୍କୁ ନିଜର ଶତ୍ରୁ ବୋଲି ଭାବିଥାନ୍ତି

ପୁରାଣରୁ ଜଣା ପଡେ କି ବୁଧ ଗ୍ରହ ଚନ୍ଦ୍ରକୁ ନିଜର ଶତୃ ବୋଲି ଭାବିଥାନ୍ତି କିନ୍ତୁ ଚନ୍ଦ୍ରମା ସେମିତି ଭାବି ନଥାନ୍ତି । ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ଙ୍କୁ ଯାତ୍ରାର କାରକ ବୋଲି କୁହାଯାଇ ଥାଏ । ଏଥିପାଇଁ ବୁଧବାର ଦିନ ଯାତ୍ରା କରିବା ବହୁତ ହାନିକରକ ହୋଇଥାଏ । ଯଦି ଆପଣଙ୍କର ବୁଧ ଗ୍ରହ ଖରାପ ଥାଏ ତାହେଲେ ଆପଣଙ୍କର ଦୁର୍ଘଟଣା ମଧ୍ୟ ହୋଇପାରେ । ବୁଧବାର ଦିନ ଝିଅ ମାନଙ୍କୁ ବିଦା ନକରିବାର ଅନ୍ୟ ଏକ କାରଣ ମଧ୍ୟ ଅଛି ।

ମଧୁସୂଦନ ନାମକ ଏକ ସାହୁକାରଙ୍କର କଥା

ବହୁତ ବର୍ଷ ପୂର୍ବର କଥା ଏକ ନଗରର ମଧୁସୂଦନ ନାମକ ସାହୁକାରଙ୍କ ବିବାହ ଗୁଣବତୀ ସଙ୍ଗୀତାଙ୍କ ସହିତ ହେଲା । ମଧୁସୂଦନ ଶଶୁର ଘର ଲୋକଙ୍କୁ ବୁଧବାର ଦିନ ସଙ୍ଗୀତାଙ୍କୁ ବିଦା କରିବା କହିଲେ । ଏହା ଶୁଣିବା ପରେ ସଙ୍ଗୀତା ଘରର ଲୋକ ରାଜି ହେଉନଥିଲେ କିନ୍ତୁ ପରେ ତାଙ୍କ କଥାରେ ରାଜି ହୋଇ ସେହି ଦୁଇଜଣଙ୍କୁ ବିଦା କଲେ । ସେ ଦୁଇଜଣ ଶଗଡ ଗାଡିରେ ଯାଉଥିବା ସମୟରେ ଅଧା ବାଟରେ ଶଗଡର ଚକ ଭାଙ୍ଗିଗଲା ଯେଉଁଥି ପାଇଁ କି ସେମାନେ ଚାଲିଚାଲି ଗଲେ । କିଛି ବାଟ ଯିବା ପରେ ସଙ୍ଗୀତା କୁ ଶୋଷ ଲାଗିଲା ଏବଂ ମଧୁସୂଦନ ତାଙ୍କୁ ଏକ ଗଛ ମୂଳରେ ବସାଇ ପାଣି ପାଇଁ ଗଲେ । ଯେତେବେଳେ ସେ ଫେରିଲେ ଦେଖିଲେ କି ତାଙ୍କ ଭଳି ଦେଖାଯାଉ ଥିବା ଏକ ଲୋକ ସଙ୍ଗୀତା ପାଖରେ ଅଛି । ସେ ଏହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ।

ତାହାପରେ ମଧୁସୂଦନ ଏବଂ ସେହି ବ୍ୟକ୍ତିଙ୍କର ଝଗଡା ଲାଗିଲା ଏହା ଶୁଣିବା ପରେ ନଗରର ସିପାହୀ ମାନେ ଆସି ସେ ଦୁଇ ଜଣଙ୍କୁ ରାଜାଙ୍କ ପାଖକୁ ନେଇ ଗଲେ । ରାଜା ସଠିକ ନିଷ୍ପତ୍ତି ନେଇ ନପାରିବାରୁ ସେ ଦୁଇଜଣଙ୍କୁ କାରଗାର ରେ ରଖିବା ପାଇଁ ଆଦେଶ ଦେଲେ । ଏହା ଶୁଣିବା ପରେ ଅସଲ ମଧୁସୂଦନ ହାଲତ ଖରାପ ହୋଇଗଲା । ସେତେବେଳେ ଆକାଶବାଣୀ ହେଲା କି ତୁମେ ବୁଧବାର ଦିନ ଜବରଦସ୍ତ ସଙ୍ଗୀତା କୁ ନେଇ ଆସିଲ ଏହା ବୁଧ ଦେବଙ୍କ ପ୍ରଭାବ ଅଟେ ।

ମଦୁସୁଦନ ଙ୍କ ପ୍ରାର୍ଥନାରେ କ୍ଷମା କରିଦେଲେ ବୁଧଦେବ

ଏହାପରେ ମଧୁସୂଦନ ନିଜର ଭୁଲ ବୁଝି ପାରିଲେ ଏବଂ ସେ ବୁଧ ଦେବଙ୍କୁ କ୍ଷମା ମାଗି କହିଲେ କି ସେ ଏମିତି ଭୁଲ ଆଉ କେବେ ହେଲେ ବି କରିବେ ନାହିଁ । ତାଙ୍କ ପ୍ରାର୍ଥନା ପରେ ବୁଧଦେବ ତାଙ୍କୁ କ୍ଷମା କରିଦେଲେ ଏବଂ ସେହି ବହୁରୂପି ଜଣକ ସେଠାରୁ ଉଭାଇ ଗଲା, ଏହା ଦେଖି ରାଜା ଏବଂ ସବୁ ପ୍ରଜାମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ।

Leave a Reply

Your email address will not be published. Required fields are marked *