ଜାଣନ୍ତୁ କେମିତି ସ୍ବାସ୍ଥ୍ୟ, ସ୍କିନ ଓ ଚୁଟି ପାଇଁ ଲାଭ ପହଞ୍ଚାଇ ଥାଏ ବନ୍ଧା କୋବି

ଆମେ ସମସ୍ତେ ଆମ ସ୍ଵାସ୍ଥ୍ୟକୁ ନେଇ ବହୁତ ସାବଧାନ ରହିଥାଉ । ସେଥିପାଇଁ ଆମେ ବିଭନ୍ନ ପ୍ରକାରର ପୋଷାକ ତତ୍ଵ ଥିବା ଖାଦ୍ୟ ଖାଇଥାଉ ଯେପରିକି ଆମ ଶରୀରକୁ ଉଚିତ ପରିମାଣର ପୋଷାକ ତତ୍ଵ ମିଳିପାରିବ । ଏମିତି କିଛି ଜିନିଷ ଅଛି ଯାହାକୁ ଆମେ ଖାଇଥାଉ କିନ୍ତୁ ଆମକୁ ସେଥିରୁ ମିଳୁଥିବା ଲାଭ ବିଷୟରେ ଜଣା ନଥାଏ । ଏମିତିରେ ଆପଣ ସମସ୍ତଙ୍କୁ କହି ଦେଉଛୁ କି ସ୍ଵାସ୍ଥ୍ୟ ପାଇଁ ବନ୍ଧାକୋବି ବହୁତ ଗୁଣକାରୀ ହୋଇଥାଏ । ସେଥିପାଇଁ ଏହାର ବ୍ୟବହାର ନିଶ୍ଚୟ କରିବା ଦରକାର ।

ପ୍ରକୃତରେ କ୍ଷୀର ସହିତ ସମାନ ପରିମାଣର କ୍ୟାଲସିୟମ ବନ୍ଧାକୋବିରୁ ବି ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବନ୍ଧାକୋବି ଖାଇବା ଦ୍ୱାରା ହେବାକୁ ଥିବା ଲାଭ ବିଷୟରେ । ଏଥିରେ ଫାଇବର, ବିଟା କେରୋଟିନ, ଭିଟାମିନ B1, B6, ଭିଟାମିନ କେ, ଇ ଓ ସି ବ୍ୟତୀତ ଆହୁରି ଭିଟାମିନ ହୋଇଥାଏ । ଏହା ସହିତ ବନ୍ଧାକୋବି ସ୍ଵାସ୍ଥ୍ୟ, ସ୍କିନ ଓ ଚୁଟି ପାଇଁ ବହୁତ ଉପଯୋଗୀ ହୋଇଥାଏ ।

ବନ୍ଧାକୋବିରେ କ୍ଷୀର ବରାବର କ୍ୟାଲସିୟମ ରହିଥାଏ । ଯାହା ଆପଣଙ୍କ ହାଡକୁ ମଜବୁତ କରିଥାଏ । ଏହି କାରଣ ଅଟେ କି ଯେଉଁ ଲୋକଙ୍କୁ କ୍ଷୀର ପିଇବା ପସନ୍ଦ ନଥାଏ ତାଙ୍କ ପାଇଁ ଏହା ଗୋଟେ ଭଲ ବିକଳ୍ପ ଅଟେ । ଏହା ସହିତ ପେଟ ଦରଜ ପାଇଁ ବନ୍ଧାକୋବି ଲାଭ ଦାୟକ ହୋଇଥାଏ ।

ବନ୍ଧାକୋବିରେ ମିଳୁଥିବା ପୋଷକ ତତ୍ତ୍ଵ ପାଇଁ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ମିଳିଥାଏ କାହିଁକି ନା ବନ୍ଧାକୋବିରେ ଡିଆଇଏମ, ସିନୋଗ୍ରେନ, ଲ୍ୟୁପେଲ, ସଲ୍ଫୋରେନ ଭଳି ତତ୍ତ୍ଵ ରହିଥାଏ ଓ ଏହି ସବୁ ପୋଷକ ତତ୍ତ୍ଵ କ୍ୟାନ୍ସରରୁ ବଞ୍ଚିବା ପାଇଁ ଲାଭ ଦାୟକ ହୋଇଥାଏ ।

ବନ୍ଧାକୋବି ପୋଷକ ତତ୍ତ୍ଵରେ ଭରପୁର ହୋଇଥାଏ ଓ ଏଥିରେ ଏମିନୋ ଏସିଡ ମାତ୍ରା ଅତ୍ୟଧିକ ହୋଇଥାଏ । ଯାହା ଆଣ୍ଠୁ ଓ ଗଣ୍ଠିର ବିନ୍ଧାକୁ କମ କରିଥାଏ ।

ବନ୍ଧାକୋବିରେ ଅକ୍ସିଡେଣ୍ଟର ମାତ୍ରା ବହୁତ ଅଧିକ ମିଳିଥାଏ ଓ ଏହା ସ୍କିନ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଆମେ ଖାଲି ବନ୍ଧାକୋବିକୁ ତରକାରୀ କରି ଖାଇବା ଜାଣିଛୁ କିନ୍ତୁ ତା ଭିତରେ ଥିବା ଔଷଧୀୟ ଗୁଣ ବିଷୟରେ ଆମେ ମାନେ କେହି ଜାଣିନୁ ତେବେ ବନ୍ଧାକୋବିକୁ ଖାଆନ୍ତୁ, ଏହି ସବୁ ରୋଗରୁ ମୁକ୍ତି ପାଆନ୍ତୁ ।

Leave a Reply

Your email address will not be published. Required fields are marked *