ଗଣମାଧ୍ୟମ ପ୍ରଚାର ଓ ପ୍ରସାର ପରେ ଶୁଭଦ୍ରା ପଣ୍ଡାଙ୍କ ଘରେ ରାତିରେ ପଶିଲେ ଦୁର୍ବୃତ୍ତ, କରିଲେ ଏମିତି କାଣ୍ଡ….ଦେଖନ୍ତୁ ଏ ନେଇ କଣ କହିଲେ ସୁଭଦ୍ରା…

ବନ୍ଧୁଗଣ ଏବେ ସୁଭଦ୍ରା ପଣ୍ଡାଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ସମାଜର ବାସନ୍ଦ କରିବା ପରେ ସୁଭଦ୍ରାଙ୍କୁ ଏବେ ପ୍ରଶାସନ ଓ ସମସ୍ତ ଲୋକ ସହଯୋଗର ହାତ ବଢାଉ ଥିବା ବେଳେ ଏକ ଦୁର୍ଘଟଣା ଗତ କାଲି ବିଳମ୍ବିତ ରାତିରେ ଘଟିଛି । ତେବେ ବନ୍ଧୁଗଣ ସୁଭଦ୍ରା ଏନେଇ ଗଣମାଧ୍ୟମ ସାମ୍ନାରେ ଗତ କାଲି ଘଟଣା ବିଷୟରେ କହି ନିଜର ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁଭଦ୍ରାଙ୍କ କହିବା ମୁତାବକ-‘କାଲି ଆମେ ରାତିରେ ଶୋଇ ଥିଲୁ ମୋ ମାଆଙ୍କ ଝିଆରୀଙ୍କ ପୁଅ ଆସିଥିଲେ 11.30ରେ । ସେ କେବେ ବି ଆସନ୍ତି ନାହିଁ ହେଲେ କାଲି ରାତି 11.30ରେ କାହିଁକି ଆସିଥିଲେ । ତାଙ୍କ ନାଁ ହେଉଛି ବାପି । ସେ ଆଗରୁ ଆସନ୍ତି ଦିନ ସମୟରେ ମୋତେ ଚକିଲେଟ ଦେଇ ଯାନ୍ତି ।

କାଲି ରାତିରେ ସେ ଗୋଟେ କେକ ଆଣିଥିଲେ ସେ ମୋତେ ବାରମ୍ବାର କହିଲେ ଖାଇବା ପାଇଁ । କଣ ପାଇଁ ସେ ହଠାତ ଆସି କେକ ଖାଇବାକୁ କହିଲେ । ମୁଁ ଶୋଇ ଥିଲି ଯେତେବେଳେ ସେ ଆସିଲେ ତାଙ୍କ ଭଏସ ଶୁଣା ଗଲା ତା ପରେ ମୁଁ ଉଠିଲି । ମୁଁ କହିଲି କଣ ପାଇଁ ଆସିଛନ୍ତି ସେ ମୋ ସହ ଲାଗିଲେ । ସେ ମୋତେ ବାରମ୍ବାର କେକ ଖାଇବା ପାଇଁ କହିଲେ ହେଲେ ମୁଁ ମନା କରିଦେଲି ।

କାରଣ ସେ କେକରେ କିଛି ବି ମିଶେଇ ଦେଇ ପାରି ଥାନ୍ତି । ଯେହେତୁ ମୁଁ ଏତେ ଭାଇରାଲ ହେଇଗଲିଣି ତେଣୁ ସେ କିଛି ଚକ୍ରାନ୍ତ ବି କରି ପାରନ୍ତି । ତା ପରେ ସେ କହିଲେ ଆମ ଘରେ ଶୋଇବା ପାଇଁ ଆଉ ଘରେ ଶୋଇଲେ । ଆମେ ତାଙ୍କୁ ବହୁତ ମନା କରିଥିଲୁ ତଥାପି ସେ ଜବରଦସ୍ତ ଘରେ ଶୋଇଲେ । ତା ପରେ ମୁଁ ଶୋଇ ନଥିଲି ମୋର ସାଙ୍ଗ ବି ଥିଲେ ମୋ ସହ । ସେ ରାତିରେ ଉଠିଲେ ଆଉ ଯେଉଁଠି ଲୁଗା ଥାଏ ସେଇଠି ସେ କିଛି କରୁଥିଲେ ।

ମୁଁ ଜାଣିନି ସେ କଣ ରଖୁଥିଲେ ହେଲେ ସେ ବାରମ୍ବାର ତାଙ୍କ ପେଣ୍ଟ ପକେଟ ଚେକ୍ କରୁଥିଲେ କିଛି ବି ଥାଇ ପାରେ ନା’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *