ସାରଥୀ ବାବାଙ୍କ ସବୁ ଗୁମର ଖୋଲି କହିଦେଲେ ତାଙ୍କ ସ୍କୁଲ ବନ୍ଧୁ, କିପରି ସନ୍ତୋଷ ରାଉଳ ପାଲଟିଲା ଭଣ୍ଡ ସାରଥି ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ସାରଥୀ ନିଜକୁ ଆତ୍ମ ଘୋଷିତ ବାବା ବୋଲାଇ ଥିବା ଏହି ସନ୍ତୋଷ ରାଉଳ ଦିନେ ମହିଳା ଙ୍କ ସହିତ ପ୍ରତାରଣା କରି ଜେଲ ଦଣ୍ତ ଭୋଗିଲା ଏବଂ ପାଲଟି ଗଲା ଭଣ୍ଡ ସାରଥୀ । ଆମେ ଆପଣ ମାନଙ୍କୁ ସେହି ସନ୍ତୋଷ ରାଉଳ ଙ୍କ କଥା କହୁଛୁ ଯିଏକି ଡେରାବିଶ ରେ ଆଶ୍ରମ ପ୍ରତିଷ୍ଠା କରିବା ସହିତ ଆତ୍ମଘୋଷିତ ବାବା ବୋଲାଇ ନିଜକୁ ଏକ ବଡ଼ ବିଜନେସ କରିବା ମାଧ୍ୟମ ବନାଇ ଦେଲା ଏବଂ ବାବା ବେଶରେ ଚଳାଇଥିଲା ବ୍ୟାପାର ।

ତେବେ ସନ୍ତୋଷ ରାଉଳ ରୁ କିଭଳି ସାରଥୀ ହେଲେ ସେ ନେଇ ମନ୍ତବ୍ୟ ପ୍ରକାଶ କରିଛନ୍ତି ବାରିମଲ ର ବାସିନ୍ଦା ଅର୍ଜୁନି ପ୍ରଧାନ । ଯିଏ ନିଜକୁ ସାରଥୀ ଙ୍କ ପିଲାଦିନ ର ବନ୍ଧୁ ବୋଲି କହିଛନ୍ତି । ତେବେ ସାରଥୀ ଙ୍କ ବନ୍ଧୁ କହିଛନ୍ତି ଯେ, ସେମାନେ ବିଦ୍ୟାଳୟ ରେ ବନ୍ଧୁ ଥିଲେ । ଉଭୟ ଙ୍କ ଆଉ ଜଣେ ମଧ୍ୟ ସାଙ୍ଗ ଥିଲେ । ୧୯୮୬ ମସିହାରେ ସେମାନେ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ମାଟ୍ରିକ ପାସ କରିବା ପରେ ସନ୍ତୋଷ ୧୯୯୦ ମସିହା ପାଖାପାଖି ସେହି ସ୍ଥାନରେ ୫ ହଜାର ଟଙ୍କା ରେ ଗୋଟିଏ ଜାଗା କିଣିଲେ ଏବଂ ନିଜର ଆଶ୍ରମ କୁ ପ୍ରତିଷ୍ଠା କରିଲେ । ସେ ବିଜ୍ଞାନ ର ଉପଯୋଗୀତା ରେ ନିଜ ଗୋଡ଼ ରୁ ମହୁ ଓ ବିଭୁତି ବାହାର କରୁଥିଲେ । ଏହା ଦେଖିବା ପରେ ତାଙ୍କ ଆଶ୍ରମ ରେ ଲୋକଙ୍କ ଭିଡ଼ ହେଲା ।

ଏହା ପରେ ଧୀରେଧୀରେ ସେ ପ୍ରସିଦ୍ଧ ହେବାକୁ ଲାଗିଲେ ଏବଂ ଏହାପରେ ତାଙ୍କୁ ପୁରୀ କୁ ନିଆଗଲା । ପରେ ସେ ବହୁତ ଅହଙ୍କାରୀ ହୋଇଗଲେ । ଯେତେବେଳେ ପୁରୀ ରେ ସେ ତୁଳସୀ ପତ୍ର ଉପରେ ଚାଲିବାକୁ ଲାଗିଲେ ସେତେବେଳେ ସେ ସମାଲୋଚନା ର ଶିକାର ହୋଇଥିଲେ । ଏହା ସହିତ ସନ୍ତୋଷ ଙ୍କ ଲୋକମାନେ ସନ୍ତୋଷ ଙ୍କ ଏହି ବନ୍ଧୁ ଙ୍କୁ ଧମକାଇ ରଖିଥିଲେ ଏବଂ କହିଥିଲେ ଯଦି ସେମାନଙ୍କ କଥା କେହି ନ ମାନିବେ ତେବେ ତାଙ୍କୁ ସେମାନେ ମାରିଦେବେ ବୋଲି ।

ଯେଉଁ ବ୍ୟକ୍ତି ତାଙ୍କୁ ବିରୋଧ କରୁଥିଲା ସେ ତାଙ୍କୁ ମାରୁଥିଲେ । ଏଥର ନନ୍ଦୋତ୍ସବ ରେ ସାରଥୀ ର କିଛି ଚାମଚା ନିଜକୁ ଭକ୍ତ ବୋଲାଇ ମେଳା କରିଥିଲେ ଏବଂ ବାବା ଙ୍କ ପୂର୍ବ ପ୍ରହସନ କୁ ପୁଣିଥରେ ଲୋକଲୋଚନକୁ ଆଣି ଚର୍ଚ୍ଚା ର ବିଷୟ ପାଲଟିବାକୁ ଚେଷ୍ଟା କରିଥିଲେ । ତେବେ ଏ ନେଇ ଆଗକୁ କଣ ପଦକ୍ଷେପ ନିଆଯାଉଛି ତାହା ସମୟ ସାପେକ୍ଷ ଅଟେ ।

Leave a Reply

Your email address will not be published. Required fields are marked *