ରାତିରେ ଶୋଇବା ସମୟରେ ସ୍ଵାମୀ-ସ୍ତ୍ରୀ ଭୁଲରେ ବି କରନ୍ତୁ ନାହିଁ ଏହି 1 କାମ, ନ ହେଲେ ସାରା ଜୀବନ ପସ୍ତେଇବେ- Chanakya Niti

ବନ୍ଧୁଗଣ ଆମ ହିନ୍ଦୁଧର୍ମ ଅନୁଯାୟୀ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ସ୍ଵରୂପ କୁହା ଯାଇଛି । କାରଣ ଜଣେ ମହିଳା ନିଜ କର୍ମ ଦ୍ଵାରା ଘରକୁ ସ୍ଵର୍ଗ କରିଥାଏ । ଯଦି କୌଣସି ମହିଳା କିଛି ଭୁଲ କାର୍ଯ୍ୟ କରିଥାଏ ତା ହେଲେ ମହିଳାର ସେହି ଭୁଲର ପ୍ରଭାବ ତାର ଘର ଓ ସ୍ଵାମୀ ଉପରେ ପଡିଥାଏ । ଯାହାଫଳରେ ଘରର ଆର୍ଥିକ ଅବସ୍ଥା ବହୁତ ଖରାପ ହେବା ସହିତ ସ୍ଵାମୀ ନିଜର ସମସ୍ତ କାର୍ଯ୍ୟରେ ଅସଫଳତା ଦେଖିଥାଏ । ବନ୍ଧୁଗଣ ବିବାହ ପରେ ସ୍ଵାମୀ ଓ ସ୍ତ୍ରୀର ଭାଗ୍ୟ ଏକା ସହ ଯୋଡି ହୋଇଥାନ୍ତି । ଠିକ ସେହିପରି ଯଦି ସ୍ଵାମୀ କୌଣସି ଭୁଲ କାର୍ଯ୍ୟ କରିବ ତା ହେଲେ ସ୍ତ୍ରୀକୁ ମଧ୍ୟ କିଛି ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କିଛି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ସ୍ଵାମୀ ସ୍ତ୍ରୀ ଶୋଇବା ପୂର୍ବରୁ କରିବେ ତା ହେଲେ ସେମାନଙ୍କ ଘର ଦାରିଦ୍ରତାରେ ବୁଡିଯିବ ଓ ସେମାନଙ୍କୁ ଆଜୀବନ କଙ୍ଗାଳ ହୋଇ ରହିବାକୁ ପଡିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ହେଲେ ଏହା ପୂର୍ବରୁ ପ୍ରଥମେ ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କର କେଉଁ ଭୁଲ ପାଇଁ ଘରେ ଦରିଦ୍ରତା ଆସିଥାଏ ।

୧. ବନ୍ଧୁଗଣ ଯେଉଁ ସ୍ତ୍ରୀ ସକାଳ ସମୟରେ ବିଳମ୍ବରେ ଉଠିଥାଏ ସେହି ସ୍ତ୍ରୀର ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ, ତେଣୁ ସାବିବେଳେ ଆପଣ ସକାଳ ସମୟରେ ଶୀଘ୍ର ଉଠି ନିଜ କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରନ୍ତୁ ।

୨. ବନ୍ଧୁଗଣ ସମସ୍ତ ଘରର ସ୍ତ୍ରୀଙ୍କ ସ୍ଵଭାବ ଶାନ୍ତ ରହିବା ଆବଶ୍ୟକ । ଯଦି କୌଣସି ସ୍ତ୍ରୀ କଠୋର ବଚନ କହିଥାଏ ତାହାଲେ ସେହି ପରିବାରକୁ ବହୁତ ସମସ୍ଯା ର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ସମସ୍ତ ସ୍ତ୍ରୀକୁ ସବୁବେଳେ ମଧୁର ବଚନ କହିବା ଆବଶ୍ୟକ ।

୩. ଯେଉଁ ମହିଳା ଆବଶ୍ୟକତା ଠାରୁ ଅଧିକ ଖାଦ୍ୟର ସେବନ କରିଥାଏ ସେହି ଘରକୁ କେବେହେଲେ ମା ଲକ୍ଷ୍ମୀ ଆସିନଥାନ୍ତି । ସେହି ଘରେ ସବୁବେଳେ କଳହ ଲାଗି ରହିଥାଏ । ତେଣୁ ବନ୍ଧୁଗଣ ସବୁବେଳେ ମହିଳା ମାନଙ୍କୁ ଆବଶ୍ୟକତା ମୁତାବକ ଖାଦ୍ଯର ସେବନ କରିବା ଉଚିତ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ ଯାହାକୁ ସ୍ଵାମୀ ସ୍ତ୍ରୀ ଭୁଲ ସେ ମଧ୍ୟ ରାତିରେ ଶୋଇବା ସମୟରେ କରିବା ଉଚିତ ନୁହେଁ ।

ବନ୍ଧୁଗଣ ସାଧାରଣତଃ ସ୍ଵାମୀ ଓ ସ୍ତ୍ରୀକୁ ଭୁଲ ସେ ମଧ୍ୟ ରାତିରେ ଶୋଇବା ପୂର୍ବରୁ ଝଗଡା କରିବା ଉଚିତ ନୁହେଁ । କାରଣ ସ୍ଵାମୀ ସ୍ତ୍ରୀ ଝଗଡା କରିବା ଦ୍ଵାରା ମା ଲକ୍ଷ୍ମୀ ତାଙ୍କ ଉପରେ ରୁଷ୍ଟ ହୋଇଯିବେ । ଯାହାଫଳରେ ସେମାନଙ୍କୁ ଭୟଙ୍କର ପରିଣାମ ସହ୍ୟ କରିବାକୁ ପଡିପାରେ । ତେଣୁ ସ୍ଵାମୀ ଓ ସ୍ତ୍ରୀକୁ କେବେହେଲେ ରାତିରେ ଶୋଇବା ସମୟରେ ଝଗଡା କରିବା ଉଚିତ ନୁହେଁ । ଏହା ବଦଳରେ ଆପଣ ପରସ୍ପରକୁ ପ୍ରେମ କରିପାରିବେ । ପ୍ରେମ କରିବା ଦ୍ଵାରା ଆପଣଙ୍କ ଘର ସ୍ଵର୍ଗରେ ବଦଳିଯିବ ଓ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ଓ ଦରିଦ୍ରତା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *