Vastu Shastra- ଖଟ ତଳେ ରଖିଦିଅନ୍ତୁ ଏହି 5ଟି ଜିନିଷ, ଭାଗ୍ୟ ବଦଳିଯିବ

ହିନ୍ଦୁ ଧର୍ମ ରେ ବାସ୍ତୁ ଶାସ୍ତ୍ର କୁ ଏକ ଗୁରୁତ୍ଵ ପୂର୍ଣ୍ଣ ସ୍ଥାନ ଦିଆଯାଇଛି । ବାସ୍ତୁ ଶାସ୍ତ୍ରରେ ଆମ ଜୀବନରେ ଘଟୁଥିବା ସମସ୍ତ ପ୍ରକାରର ସମସ୍ୟା ସମ୍ପର୍କ ରେ ଅବଗତ କରାଯାଇଛି । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହି ସମସ୍ୟା ର ସମାଧାନ କିପରି ହେବ ସେ ସମ୍ପର୍କ ରେ ଅବଗତ କରାଯାଇଛି। ଏହି ବାସ୍ତୁ ଆମ ଘର ର ସକରାତ୍ମକ ଓ ନକରାତ୍ମକ ଉର୍ଜା କୁ ନିୟନ୍ତ୍ରିତ କରିଥାଏ । ଘରେ ବିଭିନ୍ନ ପ୍ରକାରର କୋଠରୀ ରହିଥାଏ । ସମସ୍ତ କୋଠରୀ ଠାରୁ ଶୋଇବା କୋଠରୀ ଟି ଏକ ଗୁରୁତ୍ଵ ପୂର୍ଣ୍ଣ କୋଠରୀ । ଆମେ ଶୋଇବା ରୁମ ରେ ଅଧିକ ସମୟ ବିତାଇଥାଉ ।

ଏହି ଶୋଇବା କୋଠରୀ ରେ ମଧ୍ୟ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ଅଛି ଓ ଅନେକ ଜିନିଷ ଅଛି ଯାହା ବାସ୍ତୁ ଶାସ୍ତ୍ର ଅନୁଯାୟୀ ଠିକ । ଶୋଇବା ରୁମ ରେ ନିହାତି ଭାବରେ ବେଡ ବା ବିଛଣା ରହିଥାଏ ଯେଉଁ ଥିରେ ଆମେ ଶୋଇଥାଉ। ଏହି ବିଛଣା ରୁ ବାହାରୁଥିବା ଉର୍ଜ୍ଜା ଆମ ଜୀବନ ଉପରେ ପ୍ରଭାବ ପକାଇ ଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିଛଣା ତଳେ କିଛି ଜିନିଷ ଥାଏ ଯାହାକୁ ରଖିବା ଦ୍ୱାରା ଆମ ଜୀବନରେ ଅନେକ ସୁପ୍ରଭାବ ପଡ଼ିଥାଏ । ଯାହା ଫଳରେ ଆମ ଭାଗ୍ୟ ପରିବର୍ତନ ହୋଇଥାଏ , ଧନ ର ବୃଦ୍ଧି ଓ ଆମକୁ ବିଭିନ୍ନ ସମସ୍ୟା ରୁ ମୁକ୍ତି ମିଳେ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୋଇବା ଘର ର ବିଛଣା ତଳେ କିଛି ସୋରିଷ ଓ ଲୁଣ ର ମିଶ୍ରଣ କରି ଏକ କାଗଜ ପୁଡ଼ା ରେ ବିଛଣା ତଳେ ରଖିଦିଆନ୍ତୁ । ଆପଣଙ୍କ ବୈବାହିକ ଜୀବନ ରେ କୌଣସି ଅସୁବିଧା ଦେଖାଯିବ ନାହିଁ । କାହାର ଖରାପ ଦୃଷ୍ଟି ପଡ଼ିବ ନାହିଁ । ଯେଉଁମାନେ ଅବିବାହିତ ଅଛନ୍ତି ବା ବିବାହରେ କୌଣସି ଅସୁବିଧା ଅଛି ତାହା ଦୂର ହେବ। ଆପଣ ଙ୍କୁ ଆପଣଙ୍କ ମନ ପସନ୍ଦ ର ଜୀବନ ସାଥୀ ମିଳିବେ।

ଆପଣ ଶୋଇବା ରୁମ ର ବିଛଣା ତଳେ ଏକ ଷ୍ଟିଲ ର ଛୁରି ରଖନ୍ତୁ ଯାହା ଆପଣଙ୍କୁ ଆସୁଥିବା ଖରାପ ସ୍ବପ୍ନ ଠାରୁ ଦୂରେଇ ରଖିବ । ଏହା କୁ ରଖିଲେ ଖରାପ ସ୍ବପ୍ନ ର ମାତ୍ରା କମିଯିବ । ଏହା ର ଆଉ ଏକ ଲାଭ ହେଉଛି କି ଏହା ଆପଣଙ୍କୁ ଗୁଣୀ, ଗାରେଡ଼ି , ତନ୍ତ୍ର ମନ୍ତ୍ର ଆଦି ରୁ ଦୂରେଇ ଦେବ । ଯାହା ର ପ୍ରଭାବ ଆପଣଙ୍କ ଉପରେ କିଛି କାଟୁ କରିବ ନାହିଁ । ଯଦି ଆପଣଙ୍କୁ ଲାଗୁଛି କି କିଏ ଆପଣଙ୍କ ଉପରେ ତନ୍ତ୍ର ମନ୍ତ୍ର କରୁଛି ତ ଏହି ଛୁରି କୁ ବିଛଣା ତଳେ ରଖି କି ଶୁଅନ୍ତୁ ।

ବୁଧବାର ଦିନ ଭଗବାନ ଗଣେଶ ଙ୍କ ପାଖକୁ ଏକ ଗୋଲାପ ଫୁଲ ନେଇକି ଯାଆନ୍ତୁ । ଏହି ଗୋଲାପ ଫୁଲ କୁ ନେଇ ଗଣେଶ ଙ୍କ ପାଖରେ ରଖି ଗଣେଶ ମନ୍ତ୍ର ଜପ କରନ୍ତୁ ଓ ସେହି ପୂଜା ହୋଇଥିବା ଗୋଲାପ କୁ ଆଣି ବିଛଣା ତଳେ ରଖିଦିଅନ୍ତୁ । ଏହା କରିବା ଦ୍ୱାରା ଆପଣ ଙ୍କ ଭାଗ୍ୟ ପରିବର୍ତନ ହେବ । ଆପଣ ଦିନକୁ ଦିନ ଭାଗ୍ୟଶାଳୀ ହେବାକୁ ଲାଗିବେ । ଆସୁଥିବା ସମସ୍ତ ପ୍ରକାରର ସମସ୍ୟା ଠାରୁ ମୁକ୍ତି ପାଇବେ।

ବିଛଣା ତଳେ ମୟୂର ପୁଛ ରଖିକି ଶୁଅନ୍ତୁ। ଆପଣଙ୍କ ଘରେ କଳି ଝଗଡ଼ା ହେଉଥିଲେ ଏ ସବୁ ରୁ ମୁକ୍ତି ମିଳିବ। ମୟୂର ପୁଛରେ ସକରାତ୍ମକ ଊର୍ଜା ଭରିକି ଥାଏ ଯାହା ଘର କୁ ସକରାତ୍ମକ ଊର୍ଜା ରେ ପରିପୂର୍ଣ୍ଣ କରିଦିଏ ଓ ଘରେ କଳି ଝଗଡ଼ା କୁ କମେଇ ଦିଏ ।

ଘର ର ପୂଜା ସ୍ଥାନ ରେ ଏକ ଲେମ୍ବୁ କୁ ରଖି ଦିଅନ୍ତୁ। ଏହାକୁ ପ୍ରତିଦିନ ସିନ୍ଦୂର, ଚନ୍ଦନ ଓ ଚାଉଳ ଦେଇ ପୂଜା କରନ୍ତୁ ଯେବେ ଏହି ଲେମ୍ବୁ ଶୁଖିଯିବ ଏହା କୁ ନେଇ ବିଛଣା ତଳେ ରଖି ଦିଅନ୍ତୁ। ଏହା ଆପଣଙ୍କୁ ଏକ ସୁରକ୍ଷା କବଚ ଭଳି ସୁରକ୍ଷା ପ୍ରଦାନ କରିବ । ସମସ୍ତ ନକରାତ୍ମକ ଉର୍ଜ୍ଜା ରୁ ରକ୍ଷା କରିବ। ଏହାକୁ ରଖିଲେ ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ । ଆସୁଥିବା ସମସ୍ୟା ଧୀରେ ଧୀରେ ଦୂରେଇ ଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *