Vastu Shastra- ମା’ ଲକ୍ଷ୍ମୀ କୁହନ୍ତି ମହିଳାମାନେ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି 1 କାମ, ହୁଏ ନାହିଁ କେବେ ବି ଧନର ଅଭାବ

ବନ୍ଧୁଗଣ ବାସ୍ତୁଶାସ୍ତ୍ରରେ ବହୁତ ସାରା ନିୟମ ରହିଛି ଓ ବହୁତ ନିୟମ ଆମ ହିନ୍ଦୁ ଧର୍ମଗ୍ରନ୍ଥରେ ମଧ୍ୟ ରହିଛି । ହିନ୍ଦୁ ଧର୍ମ ଅନୁସାରେ ମହିଳା ମାନଙ୍କୁ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମନା ଯାଇଥାଏ । କାରଣ ମହିଳା ମାନଙ୍କ ଉପରେ ଉଭୟ ଘର ସଂସାର ରହିଥାଏ । କୁହାଯାଏ ଯେଉଁ ଘରେ ମହିଳା ମାନଙ୍କ ସମ୍ମାନ ନଥାଏ ସେହି ଘରେ କେବେ ହେଲେ ମା ଲକ୍ଷ୍ମୀଙ୍କ ବାସ ରହିନଥାଏ । ଘରର ମହିଳା ମାନଙ୍କ ଦ୍ଵାରା ହୋଇଥିବା ଛୋଟ ଛୋଟ କାର୍ଯ୍ୟର ପ୍ରଭାବ ସଂପୂର୍ଣ୍ଣ ଘର ପରିବାର ଉପରେ ପଡିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ମହିଳା ମାନେ ଶୋଇବା ପୂର୍ବରୁ କିଛି ଖାସ କାମ କରିବା ନିହାତି ଆବଶ୍ୟକ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ହେବା ପରେ ମହିଳା ମାନଙ୍କୁ ସାଧାରଣତଃ କ୍ଷୀର, ଦହି, ଲୁଣ, ରସୁଣ ଓ ପିଆଜ ଆଦି ଦାନ କରିବା ଉଚିତ ନୁହେଁ । କ୍ଷୀର ଓ ଦହି ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଥିବା ଚନ୍ଦ୍ରମା ଗ୍ରହ ପ୍ରଭାବିତ ହୋଇଥାଏ ଓ ଆପଣଙ୍କ ଶୁକ୍ର ଗ୍ରହ ମଧ୍ୟ ପ୍ରଭାବିତ ହୋଇଥାଏ । ତେଣୁ ଏହା ଭୁଲରେ ମଧ୍ୟ କରିବେ ନାହିଁ ।

ସନ୍ଧ୍ୟା ହେବା ପରେ ଆପଣଙ୍କ ଘରେ ଥିବା ଝାଡୁକୁ ଭୁଲ ସେ ମଧ୍ୟ ଖୋଲାରେ ରଖିବେ ନାହିଁ । ସବୁବେଳେ ଆପଣ ଝାଡୁକୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲୁଚାଇ ରଖନ୍ତୁ । ଏହା ସହିତ ଝାଡୁକୁ ଓଲଟା କରି ମଧ୍ୟ ରଖି ହେବ । ଏହା ଦ୍ଵାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ହେଲେ ଭୁଲ ସେ ମଧ୍ୟ ଝାଡୁକୁ ନିଜ ଘରର ଅନ୍ୟ ଦିଗରେ ଓ ଅଗଣା ଆଦିରେ ରଖିବେ ନାହିଁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ବାସ ଗୃହ ମଧ୍ୟରେ ରହିନଥାଏ ।

ମହିଳା ମାନଙ୍କୁ କେବେ ହେଲେ ରାତିରେ ଚୁଟିକୁ ଖୋଲା କରି ରଖିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ତେଣୁ ରାତି ସମୟରେ ସ୍ତ୍ରୀ ମାନଙ୍କୁ କେବେ ହେଲେ ଚୁଟିକୁ ଖୋଲା କରି ରଖିବା ଉଚିତ ନୁହେଁ । ବହୁତ ମହିଳା ରାତି ସମୟରେ ଚୁଟିକୁ ବାନ୍ଧି ନଥାନ୍ତି ତା ପାଇଁ ଆପଣ ନିଜ ଚୁଟିରେ କ୍ଲିପ କିମ୍ବା କ୍ଲଚର ମଧ୍ୟ ଲଗାଇ ପାରିବେ ।


ଏହା ସହିତ ଯେତେବେଳେ ଆପଣ ରାତିରେ ରୁଟି ବନାଉଛନ୍ତି ସେତେବେଳେ ଆପଣ ନିଜ ଅଟାରେ ଅଳ୍ପ କ୍ଷୀର ମିଶାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ତାୱାରେ ରୁଟି ବନାଇବା ସମୟରେ କ୍ଷୀର ମଧ୍ୟ ସ୍ପର୍ଶ ହେବ । ଏହା ଘରେ ସକରାତ୍ମକ ଊର୍ଜା ଆଣିଥାଏ । ଏହା ବ୍ଯତୀତ ଭୁଲ ସେ ମଧ୍ୟ ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏହା ଦ୍ଵାରା ମା ଲକ୍ଷ୍ମୀ କେବେ ହେଲେ ଆପଣଙ୍କ ଘରେ ବାସ କରିବେ ନାହିଁ । ତେଣୁ ସବୁବେଳେ ବାସନକୁ ଧୋଇ ଦିଅନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *