ଯେଉଁ ମହିଳାଙ୍କ ଭିତରେ ଥାଏ ଏହି ଗୁଣ ସେମାନଙ୍କୁ କୁହାଯାଏ ଆଲ୍ଫା ଓମେନ, ଲକ୍ଷେରେ ଗୋଟିଏ ହେଇଥାନ୍ତି ଏମିତି ମହିଳା

ମହିଳାମାନେ ସବୁବେଳେ ଅନ୍ୟକୁ ଖୁସିରେ ରଖିଥାନ୍ତି ଏବଂ ନିଜେ ମଧ୍ୟ ଖୁସିରେ ରହିଥାନ୍ତି । ଯଦି କୌଣସି କାରଣ ପାଇଁ ତାଙ୍କ ମନ ଭଲ ନାହିଁ ତାହେଲେ ଆପଣ ସେମାନଙ୍କର ତାରିଫ କଲେ ସେମାନଙ୍କୁ ଭଲ ଲାଗିଥାଏ ଏବଂ ସେମାନେ ଖୁସି ମଧ୍ୟ ହୋଇଯାଇ ଥାନ୍ତି । ଆଜି ଆମେ ଏମିତି ମହିଳାଙ୍କ ବିଷୟରେ କଥା ହେବା ଯାହାର ଯେତେ ପ୍ରଶଂସା କଲେ ମଧ୍ୟ ସରିବ ନାହିଁ । ‘ଆଲ୍ଫା ୱୁମେନ’ କୁ ଇଂରାଜୀ ରେ ‘ସୁପର ୱୁମେନ’ ବୋଲି କୁହାଯାଇ ଥାଏ । ଏହି ମହିଳା ମାନଙ୍କ ଭିତରେ ଏତେ ଗୁଣ ଥାଏ କି ସେମାନଙ୍କୁ ପ୍ରଶଂସା ନକରି ରହିହେବ ନାହିଁ ।

କେଉଁ ମହିଳା ମାନଙ୍କୁ କୁହାଯାଇଥାଏ ‘ଆଲ୍ଫା ୱୁମେନ’

ଯେଉଁ ମହିଳା ମାନଙ୍କ ଭିତରେ ଅନ୍ୟ ମହିଳାଙ୍କ ତୁଳନାରେ ବିଶେଷ ଗୁଣ ଥାଏ ସେହି ମହିଳା ମାନଙ୍କୁ ହିଁ ଏପରି ନାମ ଦିଆଯାଇ ଥାଏ । ବହୁତ ଅଧ୍ୟୟନ ପରେ ହିଁ ମହିଳା ମାନଙ୍କୁ ଏପରି ନାମ ଦିଆଯାଇଛି । ତାହେଲେ ଆସନ୍ତୁ ଜାଣିବା ସେହି ଗୁଣ ଗୁଡିକ ବିଷୟରେ ।

ଯେଉଁ ମହିଳାଙ୍କ ଭିତରେ ଅଧିକ ଆତ୍ମବିଶ୍ଵାସ ଥାଏ ସେମାନଙ୍କୁ ହିଁ ଏହି ନାମରେ ତୁଳନା କରାଯାଇ ଥାଏ । ତାଙ୍କର ଏହି ଆତ୍ମବିଶ୍ଵାସ କୁ ଓଭର କନ୍ଫିଡେନ୍ସ ବୋଲି କୁହନ୍ତୁ ନାହିଁ ।

ଏହି ଭଳି ମହିଳା ମାନେ ନିଜର ଆତ୍ମବିଶ୍ଵାସ କୁ ସକରାତ୍ମକ ଉପାୟରେ କରିଥାନ୍ତି ଏବଂ ସେମାନେ କୌଣସି ବି ପରିସ୍ଥିତିରେ ହାର ମାନି ନଥାନ୍ତି ଓ ନିରାଶ ମଧ୍ୟ ହୁଅନ୍ତି ନାହିଁ ।

ଏହି ମହିଳାମାନେ ସବୁ କାମକୁ ବହୁତ ସହଜରେ କରିଦେଇ ଥାନ୍ତି । ଏହା ପଛରେ ତାଙ୍କ କଠିନ ପରିଶ୍ରମ ଥାଏ । ତାଙ୍କ ଭୁଲକୁ ବି ଭୁଲ ବୋଲି କୁହାଯାଇ ନଥାଏ ।

ଏହି ମହିଳା ମାନେ କେବେ ହେଲେ କାହାକୁ ଧୋକା ଦେଇ ନଥାନ୍ତି । ତାଙ୍କର ହୃଦୟରେ ଏବଂ ମୁହଁରେ ଗୋଟିଏ ହିଁ କଥା ରହିଥାଏ । ଏହି କାରଣ ପାଇଁ କେତେକ ଲୋକଙ୍କର ମନ ମଧ୍ୟ ଦୁଃଖ ହୋଇଥାଏ । କିନ୍ତୁ ଯାହା ପାଖରେ ସତକୁ ସାମନା କରିବାର ସାହସ ଥିବ ସେ କେବେ ହେଲେ ବି ଏହି କଥାକୁ ଖରାପ ଭାବିବ ନାହିଁ ।

ଏହି ମହିଳା ମାନଙ୍କର ଭାବନା ଏହା ହୋଇଥାଏ କି ଯଦି କାହାର ଦୁର୍ବଳତା ବାହାର କରିବାରେ ସଫଳତା ମିଳିଥାଏ ତାହେଲେ ଏଥିରେ କିଛି ହେଲେ ବି ଭୁଲ ନାହିଁ । ଏମାନେ ଯେଉଁ କାମ ନିଜ ହାତକୁ ନେଇଥାନ୍ତି ତାକୁ ଯାହା ବି ହେଲେ ସମ୍ପୂର୍ଣ କରିଥାନ୍ତି ।

ଏହି ମହିଳା ମାନେ କାହାକୁ ହେଲେ ବି ନୀଚ ଦେଖାଇବା ପାଇଁ ଚାହାଁନ୍ତି ନାହିଁ । ଏମାନଙ୍କ ଅନୁସାରେ ଯେଉଁ ଲୋକ ପ୍ରତିଯୋଗୀତା ର ଆଡରେ ରହିଥାଏ ସେ ଜୀବନରେ ସଫଳ ହୋଇ ନଥାଏ ।

ଏହି ମହିଳା ମାନେ ସବୁ କାମକୁ ନିଜ ହିସାବରେ ହିଁ କରିଥାନ୍ତି ଏବଂ ତାଙ୍କର ଏହି କାମକୁ ଦେଖି ସମସ୍ତେ ତାଙ୍କୁ ସଲାମ ମଧ୍ୟ କରିଥାନ୍ତି । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *