‘ରାତିରେ ମତେ ଘରକୁ ଡାକିଲେ ସ୍କୁଲ ଶିକ୍ଷକ, ନଯିବାରୁ ସେ ମତେ…’ ସ୍କୁଲ ଶିକ୍ଷକଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା

ବନ୍ଧୁଗଣ, ସୂଚନା ଅନୁଯାୟୀ ଚାକିରୀ କରାଇଦେବେ ତଥା ବିଲ କରାଇଦେବେ କହି ରାତିରେ ଏକ କାର୍ଯ୍ୟରତ ମହିଳା ଙ୍କୁ ନିଜ ପାଖକୁ ଡ଼ାକିଥିଲେ ଶିକ୍ଷକ ଜଣଙ୍କ । ତେବେ ଏହି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ର ବାରିମୂଲ ଗ୍ରାମରୁ । ଆସନ୍ତୁ ତେବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଜଣେ ମହିଳା ଯାହାଙ୍କ ମୁଣ୍ଡ ଉପରୁ ସ୍ଵାମୀ ଙ୍କ ହାତ ଉଠି ଯାଇଛି ସେହି ପରିସ୍ଥିତିରେ ଶିକ୍ଷକ କିଭଳି ତାଙ୍କୁ ରାତିରେ ବିଲ କରାଇଦେବା ପାଇଁ ଡ଼ାକିଥିଲେ,

ସେହି ବାବଦକୁ ନେଇ ମହିଳା ଜଣକ କହିଛନ୍ତି ଯେ ଶିକ୍ଷକ ଜଣଙ୍କ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ରାତିରେ ଡ଼ାକିଥିଲେ । ଏବଂ ସେ ତାଙ୍କୁ ମନା କରିବାରୁ ତାଙ୍କୁ ସେ ଚାକିରୀରୁ ବାହାର କରିଦେଲେ । ଏବଂ ସେହି ରାଗରେ ଶିକ୍ଷକ ଜଣକ ମହିଳା ଙ୍କ ପୁଅ କୁ ମଧ୍ୟ ବିଦ୍ୟାଳୟରୁ ବାହାର କରିଦେଇଛନ୍ତି । ମହିଳା ଜଣକ ସ୍କୁଲ ରେ ରୋଷେଇ କରୁଥିଲେ ।

କମେଟି ମିଟିଂ କରି ମହିଳା ଜଣଙ୍କୁ ଡାକୁଥିଲେ । 3 ମାସ ପାଖାପାଖି ହେଲା ପରେ ମହିଳା ଙ୍କୁ ୧ ହଜାର ଟଙ୍କା ମାଗିଲେ ଦିଅ । ମହିଳା ଜଣକ ଯେତେବେଳେ ହଜାର ଟଙ୍କା ନେଇ ଗଲେ, ସେତେବେଳେ ସେ ଟଙ୍କା ନ ରଖି ମହିଳା ଜଣଙ୍କୁ କହିଲେ ଯେ ତୁମେ ଆମ ସହିତ ଯାଇ ସାରା ଙ୍କ ବସା କୁ ଯିବ । ରବିବାର ଛୁଟି ଅଛି ରାତିରେ ଯିବ ଆମେ ସବୁ ଯାଇ କଥାବାର୍ତ୍ତା କରାଇ ଦେବା ।

ଆପଣଙ୍କ ବିଲ ହେଇଯିବ ଦରମା ମିଳିବା ସହିତ ଚାକିରୀ ମଧ୍ୟ ହୋଇଯିବ । ମାତ୍ର ମହିଳା ଜଣକ ମନା କରିବାରୁ ୪ ଦିନ ପରେ ସ୍କୁଲ ରୁ ମହିଳା ଙ୍କୁ ବାହାର କରିଦେଲେ । କହିଲେ ଯେ ତୁମ ନାମ କଟି ଯାଇଛି ତୁମେ ଜାଅ ଆଉ ସ୍କୁଲ କୁ ଆସିବା ନାହିଁ । ଏହାପରେ ମହିଳା ଜଣକ ଆଉ ସ୍କୁଲ କୁ ଗଲେ ନାହିଁ ।

ଏହାପରେ ମହିଳା ଙ୍କ ପୁଅ କୁ ଉକ୍ତ ସାର ମାଡ ମାରିଲେ । ପିଲା ଟି ଖାଇବା ପାଇଁ ମାଗିବାରୁ ତାକୁ ମାଡ ମାରି ସ୍କୁଲ ରୁ ଟିସି ଦେଇଦେଲେ । ମହିଳା ଯାଇ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସେ କହିଲେ ଯେ ତୁମ ପିଲା ଦୁଷ୍ଟ ହେଉଛି ତାକୁ ଟିସି ଦେଇ ଦେଇଛି ତୁମେ ନେଇ ଚାଲିଜାଅ । ମହିଳା ଜଣକ ବର୍ତ୍ତମାନ ନ୍ୟାୟ ଚାହୁଞ୍ଚନ୍ତି ବୋଲି କହୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *