ଫ୍ୟାନ୍ସଙ୍କ ପାଇଁ ବଡ ଖୁସି ଖବର ! ଭାରତୀୟ ଦଳକୁ ପୁଣି ଫେରିବେ Mahendra Singh Dhoni, ଟି-20 ବିଶ୍ଵକପ ପରେ ଆକ୍ସନ ମୋଡରେ BCCI

ବନ୍ଧୁଗଣ, ସୂଚନା ଅନୁଯାୟୀ କ୍ରିକେଟ ଫ୍ୟାନ୍ସ ମାନଙ୍କ ପାଇଁ ଏକ ସବୁଠାରୁ ବଡ ଖୁସି ଖବର । ପୁଣି ଥରେ ଭାରତୀୟ ଦଳକୁ ଫେରିବାକୁ ଯାଉଛନ୍ତି ମହେନ୍ଦ୍ରସିଂହ ଧୋନୀ । ଏଥର କିନ୍ତୁ ସେ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ବଡ ସରପ୍ରାଇଜ ନେଇ ଆସୁଛନ୍ତି । ଟି-20 ବିଶ୍ଵକପ ରେ ଟିମ ଇଣ୍ଡିଆ ସହିତ ନିଜର ସମସ୍ତ ସମୟ ଦେବାକୁ ଯାଉଛନ୍ତି ମହେନ୍ଦ୍ରସିଂହ ଧୋନୀ । ପୁଣି ଟି-20 ବିଶ୍ଵକପ ରେ ଫ୍ୟାନ୍ସ ମାନେ ଧୋନୀ କୁ ଦେଖିବାକୁ ଯିବେ ।

ମାତ୍ର ଏଥର କିନ୍ତୁ ପଡିଆରେ ନୁହେଁ ବରଂ ମାହି ଙ୍କ ନାମ ଶୁଭିବ ଡ୍ରେସିଂ ରୁମରେ । ତେବେ ଟି-20 ବିଶ୍ଵକପରେ ଟିମ ଇଣ୍ଡିଆ ର ବିପର୍ଜ୍ୟୟ ପରେ ବର୍ତ୍ତମାନ ବିସିସିଆଇ ନେଇଛି ନୂଆ ନିଷ୍ପତ୍ତି । ଆକ୍ସନ ମୋଡରେ ନଜର ଆସିଛି ବିସିସିଆଇ । ଆଉ ବର୍ତ୍ତମାନ ମହେନ୍ଦ୍ରସିଂହ ଧୋନୀ ଙ୍କ ନାମ ବର୍ତ୍ତମାନ ଚର୍ଚ୍ଚାରେ ଆସିଛି । କୁଆହାଯାଉଛି ଯେ ବିସିସିଆଇ ଧୋନୀ ଙ୍କୁ ନେଇ ବର୍ତ୍ତମାନ ଏକ ବଡ ନିଷ୍ପତ୍ତି ନେଇପାରେ ।

କୁହାଯାଉଛି ଯେ ଟିମ ର ନିର୍ଦ୍ଧେଶକ ଭାବରେ ମହେନ୍ଦ୍ର ସିଂହ ଧୋନୀ କୁ ଦାଇତ୍ଵ ଦେବାକୁ ଯାଉଛି ବିସିସିଆଇ । ଧୋନୀ ଙ୍କୁ ନେଇ ବରିଷ୍ଠ ନେତା ମାନଙ୍କ ମଧ୍ୟରେ ଅନେକ ଆଲୋଚନା ଚାଲିଥିଲା । ତେବେ କୁହାଯାଉଛି ଯେ ଖୁବ ଶୀଘ୍ର ଏହିଭଳି ଏକ ବଡ ଧରଣର ଘୋଷଣା ହୋଇପାରେ । ବିସିସିଆଇ ର ଏଭଳି ଏକ ବଡ ନିଷ୍ପତ୍ତି ର ଅନେକ ଉଦେଶ୍ୟ ଥିବା କୁହାଯାଉଛି । ତେବେ ଖାସ କରି ତିନୋଟି ଫର୍ମାଟରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପ୍ରଥମ ଫର୍ମାଟ ରେ କୋଚ ଦ୍ରାଭିଡ ଙ୍କ ଉପରୁ ଚାପକୁ କୋହଳ କରାଯିବ । ଏହା ସହିତ ଜଣେ ଅଭିଜ୍ଞ ଖେଳାଳି ଙ୍କୁ ଟିମ ରେ ସାମିଲ କରାଯିବା ହେଉଛି ଏହାର ସବୁଠାରୁ ବଡ ଉଦେଶ୍ୟ । ତେବେ ଏହାରି ଭିତରେ କୁହାଯାଉଅଛି ଯେ ଟିମରେ ଧୋନୀ ଙ୍କୁ ଏକ ବଡ ଦାଇତ୍ଵ ପ୍ରଦାନ କରାଯିବ । ଏହା ସହିତ ଆଗାମୀ ଦିନରେ ହେବାକୁ ଥିବା ବିସିସିଆଇର ଆପେକ୍ସ କମିଟି ଏ ସମ୍ପର୍କରେ ଆଲୋଚନା କରିବ ।

ଏ ସବୁ ଆଲୋଚନା ପରେ ହିଁ ବିଧିମତ ଭାବରେ ଧୋନୀ ଙ୍କ ଏଣ୍ଟ୍ରି ଘୋଷଣା କରାଯିବ । ସେପଟେ ବିସିସିଆଇ ର କିଛି ବରିଷ୍ଠ ଅଧିକାରୀ ଏ ନେଇ ଧୋନୀ ଙ୍କ ସହିତ ଆଲୋଚନା କରିସାରିଥିବା ଜଣାପଡିଛି । ତେବେ ଏହିସବୁ ଆଲୋଚନା ନେଇ କୌଣସି ସଫଳ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ । ବିସିସିଆଇ ଙ୍କ ଏଭଳି ଏକ ବଡ ପ୍ରସ୍ତାବ ଉପରେ ଧୋନୀ ଙ୍କ ରାଜି କୁ ହିଁ ଅପେକ୍ଷା କରାଯାଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *