248 ଜଣ ଯାତ୍ରୀଙ୍କୁ ନେଇ ରାତିରେ ଲଣ୍ଡନରୁ ଉଡାଣ ଭରିଥିବା ବିମାନ ସହ ଯାହା ହେଲା, ଶୁଣିଲେ ଲୋମ ଟାଙ୍କୁରି ଉଠିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ୧୯୮୨ ମସିହା ଜୁନ ୨୪ ତାରିଖ ଲଣ୍ଡନ ର ହେଟ୍ରୋ ବିମାନ ବନ୍ଦର । ୭୪୭ ର ଏକ ବିମାନ ବ୍ରିଟିଶ ଏୟାରୱେ ଫ୍ଲାଇଟ ୯ ମୁମ୍ବାଇ ରାସ୍ତା ଦେଇ ଅଷ୍ଟ୍ରେଲିଆ ଅଭିମୁଖେ ଉଡାଣ ଭରିଥିଲା । ୨୪୮ ଯାତ୍ରୀ ଏବଂ ୧୫ ଜଣ କ୍ରିଉ ମେମ୍ବର ଙ୍କୁ ଧରି ବିମାନ ଟି ଆକାଶରେ ଉଡୁଥିଲା । ଏହି ବିମାନ କୁ ଉଡାଉ ଥିଲେ ୩୨ ବର୍ଷିୟ ଫାଷ୍ଟ ଅଫିସର ରୋଜାର ଗ୍ରୀବ୍ସ ଏବଂ ୪୧ ବର୍ଷୀୟ କ୍ୟାପଟେନ ଏରିକ ହେମ୍ରେମୁଡିକ ।

ସନ୍ଧ୍ୟା ପରେ ଉଡ଼ାଣ ଆରମ୍ଭ କରିଥିବା ବିମାନ ଟି ସମୁଦ୍ର ଉପର ଦେଇ ଭାରତୀୟ ସାମୁଦ୍ରିକ ସୀମା ଆଡକୁ ଆସୁଥିଲା । ରାତି ୮.୪୦ ସୁଦ୍ଧା ଏହା ଚାକରତାର ଛୋଟ ଛୋଟ ଦୀପାଞ୍ଚଳ ଉପର ଦେଇ ଉଡୁଥିଲା କ୍ୟାପଟେନ ରାତ୍ରି ଭୋଜନ ସାରି ୱାସରୁମ ଯାଇଥିଲେ ଏତିକି ବେଳେ ଗୋଟିଏ କୋଣରୁ ଧୂଆଁ ବାହାରୁଥିବା ଦେଖିଥିଲେ କ୍ୟାପଟେନ ମୁଡିନ । ଏହା ଦେଖି ସେ ତୁରନ୍ତ ବିମାନ ର କଟପିକ ଆଡକୁ ଚାଲିଗଲେ ।

ଏହା ପରେ ସେ ଯାହା ଦେଖିଥିଲେ ସେଥିରେ ତାଙ୍କ ହୋସ ଉଡିଗଲା ଭଳି ଲାଗିଥିଲା । ବିମାନ ର ୱିଣ୍ଡୋ ସ୍କ୍ରିନରେ ଉଜ୍ଵଳ ଆଲୋକ ଚମକୁଥିଲା । ତୁଫାନୀ ବାଦଲରେ ପ୍ରବେଶ କରିଲେ ମଧ୍ୟ ଏତେ ଉଜ୍ଵଳ ଆଲୋକ ଦେଖିବାକୁ ମିଳିବ ନାହିଁ । ତୁରନ୍ତ ସେ ୱେଦର ରାଦର କୁ ଦେଖିଥିଲେ । ମାତ୍ର ସେଥିରେ ସବୁକିଛି ନର୍ମାଲ ଥିଲା । ମାଇଲ ମାଇଲ ଦୂର ପର୍ଯ୍ୟନ୍ତ କୌଣସି ବାଦଲ ଦିଶୁ ନଥିଲା ।

ପାଗ ବିଲକୁଲ ସଫା ଥିଲେ ମଧ୍ୟ ବିମାନ ଟି ସଂପୂର୍ଣ୍ଣ ଭାବରେ ଚମକୁ ଥିଲା । ପାଇଲଟ ମାନେ ପୂର୍ବରୁ କେବେ ଏଭଳି ଦୃଶ୍ୟ ଦେଖୁ ନଥିଲେ । ବିମାନର ଇଞ୍ଜିନ ମଧ୍ୟ ଚମକୁ ଥିଲା । ଧୀରେ ଧୀରେ ଧୂଆଁ ଭର୍ତ୍ତି ହେଉଥିଲା ପାଖାପାଖି ୪ ମିନିଟ ଏଭଳି ହିଁ ବିତିଗଲା । ସେତେବେଳେ ଜଣା ପଡିଥିଲା ଯେ ଇଞ୍ଜିନ ନମ୍ବର ୪ ଫେଲ ହୋଇ ସାରିଛି । ଏହାକୁ ଦେଖି ଯାତ୍ରୀ ମାନେ ମଧ୍ୟ ମୃ-ତ୍ୟୁ ଆଶଙ୍କା ରେ ଭୟଭୀତ ହୋଇଯାଇଥିଲେ ।

ଯାତ୍ରୀ ମାନଙ୍କ ଉଦେଶ୍ୟରେ କ୍ୟାପଟେନ ଏକ ଘୋଷଣା କରିଥିଲେ ଏବଂ ସେ କହିଥିଲେ ଯେ ବିମାନ ର ସମସ୍ତ ଇଞ୍ଜିନ ଫେଲ ହୋଇସାରିଛି । ସମସ୍ତେ ଧର୍ଯ୍ୟ ଧରନ୍ତୁ । ୧୩ ହଜାର ଫୁଟ ବେଗରେ ଗତି ଶୀଳ ଥିଲା ବିମାନ ଏବଂ ୩୭ ହଜାର ଫୁଟ ଉଚ୍ଚରେ ବିମାନ ଟି ଉଡୁଥିଲା ।

ମାତ୍ର କୌଣସି ଅଦୃଶ୍ୟ ଆତ୍ମା ର ପ୍ରଭାବ ରେ ବୋଧ ହୁଏ ଟଳି ଯାଇଥିଲା ଏହି ବିପଦ । ଅନେକ ପ୍ରଶ୍ନ କୁ ନେଇ ଯାଞ୍ଚ ହୋଇଥିଲା ଆଉ ଟିମ ଯେଉଁ ଆଶ୍ଚର୍ଯ୍ୟ ଜନକ ତଥ୍ୟ ପାଇଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *