Jyotish Shastra- ଆପଣଙ୍କର ଜନ୍ମ ରାତିରେ ହୋଇଛି କି ? ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ରାତିରେ ଜନ୍ମ ନେଉଥିବ ପିଲା ମାନଙ୍କ ପାଖରେ ଥିବା କିଛି ଶକ୍ତି ବିଷୟରେ କହିବାକୁ ଯାଉଛୁ।ବନ୍ଧୁଗଣ ଆମ ଶାସ୍ତ୍ର ରେ ଅନେକ ପ୍ରକାର ର କଥା କଥିତ ଵସ୍ତୁ ବିଷୟରେ ଲେଖା ହୋଇଛି।ତାହା ମଧ୍ୟରୁ ଅଧା ରୁ ଅଧିକ ସତ ବୋଲି ଲୋକ ବିଶ୍ୱାସ ମଧ୍ୟ କରିଛନ୍ତି।ଏବଂ ଅନ୍ୟ ଅଂଶ କୁ ଲୋକ ମାନେ ବିଶ୍ୱାସ କରି ନାହାଁନ୍ତି।ତେବେ ବନ୍ଧୁଗଣ ମନୁଷ୍ୟର ଜନ୍ମ ସମୟରୁ ତାର କିଛି ସ୍ଵଭାଵ ଜାଣି ହୋଇଥାଏ।ଯେପରି କି ସକାଳେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ରାତି ରେ ଜଲ୍ଦି ଶୋଇ ପଡ଼ିଥାନ୍ତି ଏବଂ ସକାଳୁ ଜଲ୍ଦି ଉଠି ଯାଇଥାନ୍ତି।କିନ୍ତୁ ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ରାତିରେ ବହୁତ ବିଳମ୍ବ ରେ ଶୋଇ ଥାଆନ୍ତି ଏବଂ ସକାଳେ ବହୁତ ବିଳମ୍ବ ରେ ଉଠିଥାନ୍ତି।

ସେହିପରି ସକାଳେ ଜନ୍ମ ହୋଇଥିବା ବ୍ୟକ୍ତି ନିଜର ସମସ୍ତ କାମ ଦିନ ସମୟରେ କରିବାକୁ ପସନ୍ଦ କରିଥାନ୍ତି କିନ୍ତୁ ରାତି ରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜର ସମସ୍ତ କାମ ରାତିରେ କିମ୍ବା ବିଳମ୍ବିତ ରାତିରେ କରିବାକୁ ପସନ୍ଦ କରିଥାନ୍ତି।ରାତି ବହୁତ ଅନ୍ଧାର ହୋଇଥାଏ ଓ ଭୟଙ୍କର ମଧ୍ୟ ହୋଇଥାଏ କିନ୍ତୁ ଗୋଟିଏ ଭଲ ପରିବେଶ ମଧ୍ୟ ହୋଇଥାଏ।ରାତ୍ର ସମୟରେ ପରିବେଶ ବହୁତ ଶାନ୍ତ ଥାଏ।ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଯେ କଣ ରାତି ରେ କିମ୍ବା ସକାଳେ ଜନ୍ମ ହେଲେ ବ୍ୟକ୍ତିର ସ୍ଵଭାଵ ରେ କୌଣସି ପରିବର୍ତ୍ତନ ଦେଖାଯାଇଥାଏ।ତେବେ ଆସନ୍ତୁ ବନ୍ଧୁଗଣ ସେ ସମ୍ପର୍କରେ ଅଧିକ କିଛି ଆଲୋଚନା କରିବା।

ବନ୍ଧୁଗଣ ରାତି ରେ ସମସ୍ତେ ଶୋଇଥାନ୍ତି ଯାହା ଦ୍ୱାରା ପୁରା ପରିବେଶ ଶାନ୍ତ ରହିଥାଏ।ସେଥିପାଇଁ କୁହାଯାଏ ଯେ ରାତିରେ ଜନ୍ମ ହୋଇଥିବା ପିଲା ମାନେ ବହୁତ ଶାନ୍ତ ହୋଇଥାନ୍ତି।ଏମାନେ ବହୁତ ଧର୍ଯ୍ୟବାନ ହୋଇଥାନ୍ତି।ଏମାନଙ୍କ ମଧ୍ୟରେ ସହିବା ଶକ୍ତି ବହୁତ ଥାଏ।ରାତିରେ ଜନ୍ମ ହେଇଥିବା କିମ୍ବା ରାତିରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରୁଥିବା ବ୍ୟକ୍ତି ମାନେ ଟିକେ ସତର୍କ ରୁହନ୍ତୁ।କାରଣ ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ସକାଳେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଠାରୁ ବହୁତ ଭଲ ଓ ଶାନ୍ତ ହୋଇଥାନ୍ତି।

ଏହା ବିଜ୍ଞାନ ଦ୍ଵାରା ମଧ୍ୟ ପ୍ରମାଣିତ ହୋଇ ସାରିଛି।ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଠାରେ ବହୁତ ଶକ୍ତି ଥାଏ।ଏକ ପରୀକ୍ଷଣ ରୁ ଜଣ ପଡିଛି ଯେ ସକାଳେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ କେବଳ ଗୋଟିଏ ପ୍ରକାର ଶକ୍ତି ହାସଲ କରିପାରିଥାନ୍ତି ଯାହା ଦ୍ୱାରା ସେମାନେ ବହୁତ କମ ସମୟ କାମ କରି ପାରନ୍ତି।ରାତି ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ପାଖରେ ବହୁତ ଶକ୍ତି ଥାଏ ଯାହା ଦ୍ଵାରା ସେମାନେ ପୁରା ରାତି କାମ କରିଥାନ୍ତି।ସେମନେ ରାତିରେ ବହୁତ ବିଳମ୍ବରେ ଶୋଇଥାନ୍ତି ଏବଂ ସକାଳେ ବହୁତ ବିଳମ୍ବରେ ଉଠିଥାନ୍ତି।

ଯାହା ଦ୍ୱାରା ସେ ସନ୍ଧ୍ୟା ସମୟରୁ ହି ନିଜକୁ ଶକ୍ତିଶାଳୀ ମନେ କରିଥାନ୍ତି ।ତାଙ୍କ ଶରୀର ମଧ୍ୟରେ ଏକ ପ୍ରକାର ଉର୍ଜା ଦେଖା ଦେଇଥାଏ।ରାତିରେ ବିଳମ୍ବ ରେ ବା ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ପାଖରେ ଆଳସ୍ୟ ଦେଖିବାକୁ ମିଳି ନ ଥାଏ କିନ୍ତୁ ସକାଳେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଖରେ ବହୁତ ଆଳସ୍ୟ ଦେଖିବାକୁ ମିଳିଥାଏ।ଏମାନେ ସକାଳେ ଶୀଘ୍ର ଉଠିବା ଫଳ ରେ ତାଙ୍କ ଶରୀର ରେ ଦିନ ସାରା ଆଳସ୍ୟ ଦେଖିବାକୁ ମିଳିଥାଏ।

ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ସ୍ଥିର ବୁଦ୍ଧି ର ଲୋକ ହୋଇଥାନ୍ତି।ସକାଳେ ଜନ୍ମ ହୋଇଥିବା ବ୍ୟକ୍ତି ହେଇପାରେ ଭଲ ମାର୍କ ଆଣି ଥାଏ,ଭଲ ଚାକିରୀ କରିଥାଏ।କିନ୍ତୁ ଏମାନଙ୍କ ସ୍ଥିର ବୁଦ୍ଧି ପାଇଁ ଏମାନେ ସବୁଠାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି ।ଏବଂ ସଫଳତା ର ଶୀର୍ଷ ରେ ପହଁଚି ପରିଥାନ୍ତି।

ସକାଳେ ଜନ୍ମ ହୋଇଥିବା ଲୋକମାନେ ଦିନ କୁ ୮-୯ଘଂଟା ଶୋଇଥାନ୍ତି କିନ୍ତୁ ରାତିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଦିନକୁ ୫-୬ ଘଂଟା ଶୋଇଥାନ୍ତି।ହୁଏ ତ ସେମାନେ ଦିନରେ ମଧ୍ୟ ଶୋଇଥାନ୍ତି କିନ୍ତୁ ସକାଳେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସକାଳେ ଶୋଇ ପରି ନଥାନ୍ତି।ରାତିରେ ଜନ୍ମ ହେଇଥିବା ବ୍ୟକ୍ତି ମାନଙ୍କୁ କମ ନିଦର ଆବଶ୍ୟକତା ରହିଥାଏ।ଏହା ମଧ୍ୟ ବିଜ୍ଞାନ ଦ୍ୱାରା ପ୍ରମାଣ ହୋଇ ପାରିଛି।

ତେବେ ବନ୍ଧୁଗଣ ଆପଣ ଯଦି ରାତିରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣଙ୍କ ମଧ୍ୟରେ ବି ଏହି ସବୁ ଶକ୍ତି ଅଛି ବୋଲି ଜାଣି ରଖନ୍ତୁ।ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *