ଅଜବ ଘଟଣା ! ଶ୍ରୀମନ୍ଦିର ଭିତରେ ରାତି କାଟିଲେ ସେବାୟତ, ରାତିରେ ଦର୍ଶନ ଦେଲେ ପ୍ରଭୁ ଲକ୍ଷ୍ମୀନାରାୟଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶ୍ରୀମନ୍ଦିର ଭିତରେ ରାତି କାଟିଲେ ସେବାୟତ ! ରାତିରେ ଯାହା ଘଟିଗଲା ତାହା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ! ତେବେ ଭଗବାନଙ୍କ ଲୀଳା ହେଉଛି ଅପାର ! ତାଙ୍କ ଲୀଲାକୁ ବୁଝିବା କୌଣସି ସାଧାରଣ ମନୁଷ୍ୟ ପକ୍ଷରେ ଏତେ ସହଜ ସାଧ୍ୟ ହୋଇନଥାଏ । ତେବେ ସବୁ ଦିନ ଭଳି ସେଦିନ ମଧ୍ୟ ସମସ୍ତ ସେବାୟତ ମାନେ ରାତ୍ରିର ମହାବାହୁଙ୍କର ସମସ୍ତ ନୀତିକାନ୍ତି ସାରି ଦେଇଥିଲେ ।

ତାପରେ ସମସ୍ତ ନୀତିକାନ୍ତି ସରିଲା ପରେ ସମସ୍ତ ସେବାୟତ ନିଜ ନିଜ ଘରକୁ ମଧ୍ୟ ପଳାଇଯାଇଥିଲେ । ହେଲେ ତାଙ୍କ ମଧ୍ୟରୁ ଜଣେ ବୃଦ୍ଧ ସେବାୟତ କିନ୍ତୁ ଶ୍ରୀମନ୍ଦିର ମଧ୍ୟରେ ରହିଯାଇଥିଲା । ତେବେ ବୃଦ୍ଧ ହୋଇଯାଇଥିବାରୁ ତାଙ୍କର ଆଖି ଟିକେ ଲାଗି ଯାଇଥିଲା । ତେବେ ଆଖି ଖୋଲିଲା ବେଳକୁ ଯେଝା ଯିଏ ବାଟରେ ମନ୍ଦିରର ନୀତି ସମସ୍ତ ସାରି ସେବାୟତ ମାନେ ଘରକୁ ପଳାଇଛନ୍ତି । ହେଲେ ବୃଦ୍ଧ ସେବାୟତ ଜଣଙ୍କ ଅର୍ଦ୍ଧ ରାତ୍ରୀ ହେଲାଣି ଭୁଲରେ ମନ୍ଦିର ମଧ୍ୟରେ ରହିଯାଇଛନ୍ତି ।

ତାପରେ ଅଚାନକ ଭାବରେ ବୃଦ୍ଧ ସେବାୟତଙ୍କ ଆଗରେ ଆବିର୍ଭାବ ହେଲେ ପ୍ରଭୁ ସ୍ଵୟଂ ଲକ୍ଷ୍ମୀ ନାରାୟଣ । ତେପରେ ଏହି ସବୁ ଅଲୌକିକ ଦୃଶ୍ୟକୁ ନିଜ ଆଖି ସାମ୍ନାରେ ବୃଦ୍ଧ ସେବାୟତ ଜଣଙ୍କ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏହା ସହ ତାଙ୍କ ଜୀବନ ଧନ୍ୟ ହୋଇଗଲା ବୋଲି ସାମ୍ନାରେ ଥିବା ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କୁ ନିଜର ମନର ଭାବନା ବ୍ୟକ୍ତ କରି ଜଣାଇବା ସହ ତାଙ୍କ ଆଖିରୁ ଥପ ଥପ ହୋଇ ଲୁହ ଝରିଗଲା । ତେବେ ଏତିକି ଘଟଣା ଘଟିବା ପରେ ହଟାତ ମନ୍ଦିରର ଶୂନଶାନ ମହୋଲ ମଧ୍ୟରୁ ଶୂନ୍ୟବାଣୀ ହେଲା ।

ଆଜିକାର ଘଟଣା ଯାହା ମଧ୍ୟ ଘଟିଲା । ଯାହା ତୁମେ ଏଠାରେ ଦେଖିବାକୁ ପାଇଲ । ଏହି ସମ୍ବଦ୍ଧରେ ତୁମେ କାହାକୁ କିଛି ବି କହିବ ନାହିଁ , ନଚେ ତୁମର ପ୍ରାଣବାୟୁ ଉଡିଯିବ । ତେବେ ଏତିକି ଶୂନ୍ୟବାଣୀ ହୋଇସାରିଲା ପରେ ବୃଦ୍ଧ ସେବାୟତ ଜଣଙ୍କ ମୂର୍ଚ୍ଛା ଚାଲିଯାଇଥିଲେ । ତେବେ ସକାଳୁ ସକାଳୁ ଅନ୍ୟ ସେବାୟତ ମାନେ ମନ୍ଦିରର ଦ୍ଵାର ଖୋଲି ଭିତରକୁ ଯିବା ସମୟରେ ଦେଖିବାକୁ ପାଇଲେ । ଯେ ବୃଦ୍ଧ ସେବାୟତ ଜଣଙ୍କ ମନ୍ଦିର ଭିତରୁ କାଲି ରାତିରେ ନଯାଇ ଏଠାରେ ହିଁ ଶୋଇପଡିଛନ୍ତି ।

ତେବେ ବୃଦ୍ଧ ସେବାୟତଙ୍କୁ ଉଠାଇ ଅନ୍ୟ ସବୁ ସେବାୟତ ମାନେ ପଚାରିବାକୁ ଲାଗିଲେ । ତୁମେ ଏଠାରେ ରାତିରେ କିପରି ରହିଗଲ ଆଉ ରାତିରେ ଏଠାରେ କଣ କିଛି ଘଟିଛି କି । ତେବେ ଏହା ଶୁଣି ବୃଦ୍ଧ ସେବାୟତ ଜଣଙ୍କ କଣ କହିବ କି ନାହିଁ ଭାବି ଭାବି ଶେଷରେ ତାଙ୍କର ପାଟିରୁ ସବୁ ସତ ବାହାରିଯାଇଥିଲା । ତାପରେ ବୃଦ୍ଧ ସେବାୟତ ଜଣଙ୍କ ସେହିଠାରେ ହିଁ ଟଳି ପଡିଥିଲେ । ସବୁଦିନ ପାଇଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *