189 ଟଙ୍କା ପାଇଁ 40 ହଜାର ଗଣିବ ବ୍ଯାଙ୍କ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣେ ବ୍ଯାଙ୍କ ଉପଭୋକ୍ତା ଗ୍ରାହକଙ୍କ ଆକାଉଣ୍ଟରୁ ବେଆଇନ ଭାବେ ମାତ୍ର ୧୮୯ ଟଙ୍କା କାଟିବା ବ୍ଯାଙ୍କକୁ ପଡିଗଲା ବହୁତ ମହଙ୍ଗା ! ତେବେ ଏହାର ଫଳ ସ୍ୱରୂପ ଗ୍ରାହକ ଜଣଙ୍କୁ ଏହାର କ୍ଷତିଫଳସ୍ୱରୂପ ୪୦, ୦୦୦ ଟଙ୍କା କ୍ଷତିପୂରଣ ଦେବବାକୁ ନିର୍ଦ୍ଧେଶ ଦେଇଛନ୍ତି ନୟାଗଡ ଉପଭୋକ୍ତାଙ୍କ କୋର୍ଟ ! ତେବେ HDFC ବାଙ୍କ ଏକ ମାତ୍ର ୧୮୯ କାଟିକି ଥିବାରୁ ୪୦, ୦୦୦ ଟଙ୍କା ଦେବାକୁ ବାଧ୍ୟ କରାଇ ଦେଇଛି ନୟାଗଡ କଞ୍ଜୁମର କୋର୍ଟ !

ତେବେ ହଁ ବନ୍ଧୁଗଣ ଏପରି କିଛି ବର୍ତ୍ତମାନର ଖବର ଅନୁଯାଇ ସୂଚନା ମିଳିଛି । ଏହା କି ଯେ ବହୁତ ଲୋକ ନିଜର ଟଙ୍କା କାରବାର ପାଇଁ ବାଙ୍କ ଉପରେ ନିର୍ଭର କରିଥାନ୍ତି । ନିଜର ଟଙ୍କା ସମ୍ବଧୀୟ ବହୁତ କିଛି କଥାକୁ ନେଇ ଗ୍ରାହକ ମାନେ ବ୍ଯାଙ୍କର ଦ୍ଵାରସ୍ଥ ହୋଇଥାନ୍ତି । ତେବେ ଏପରି ବହୁତ କିଛି ସମସ୍ଯା ବ୍ଯାଙ୍କରେ ଯଦି ମଧ୍ୟ ଉପୁଜିଥାଏ । ତେବେ ତାହା ବ୍ଯାଙ୍କରେ ହିଁ ସମାଧାନ ହୋଇଯାଇଥାଏ ।

ତେବେ ଏଠାରେ ଆଲୋକ ମାନସିଂହ ନାମକ ଜଣେ ଯୁବକ କାର କିଣିବା ପାଇଁ HDFC ବ୍ଯାଙ୍କରୁ କାର ଲୋନ ଆଣିଥିଲେ । ତେବେ ବ୍ୟକ୍ତିଙ୍କ କହିବା ଅନୁଯାଇ ମୁଁ ମୋର କିସ୍ତି ବ୍ଯାଙ୍କରେ ଯାଇ ଠିକ ସମୟରେ ମଧ୍ୟ ଭରି ଦେଇଥାଏ । ୨୦୧୯ ଜାନୁଆରୀ ମାସରେ ଯେଉଁ ସମୟରେ ମୋର କିସ୍ତି ଭରିବାର ଥିଲା । ମୋର କିଛି ବ୍ୟକ୍ତିଗତ କାରଣ ହେତୁ ମୁଁ କିସ୍ତି ଦେଇପାରିନଥିଲି । ଏହାର କିଛି ଦିନ ଭିତରେ ୧୮ ଜାନୁଆରୀରେ ମୁଁ ମୋର ବ୍ଯାଙ୍କ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି କିସ୍ତି ଭରି ଦେଇଥିଲି ।

ତାପରେ ଯୁବକ ଜଣଙ୍କର ବ୍ଯାଙ୍କରୁ କିଛି ଟଙ୍କା କଟିଯାଇଥିଲା । ଯାହା ଫଳରେ ସେ ବ୍ଯାଙ୍କର କର୍ମକର୍ତ୍ତାଙ୍କ ସହ କଣ୍ଟାକ୍ଟ କରି ନୁଝାଇ  କହିଥିଲେ । ତାପରେ ବ୍ଯାଙ୍କର କର୍ମକର୍ତ୍ତା ମାନେ ଏହାର ସମାଧାନ କରି ବ୍ୟକ୍ତିଙ୍କର ଟଙ୍କା ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ହେଲେ ଯେତିକି ଟଙ୍କା  କଟିଥିଲା । ତାହାର ୧୮୯ ଟଙ୍କା କମ୍ କରି ବ୍ୟକ୍ତି ଜଣଙ୍କର ଆକାଉଣ୍ଟକୁ ପଠା ଯାଇଥିଲା ।

ତାପରେ ଏହି କଥା ନେଇ ଆଲୋକ ନାମକ ଯୁବକ ନୟାଗଡ କୋର୍ଟରେ ଆବେଦନ କରିବା ପରେ କୋର୍ଟ ଏହି କଥା ଉପରେ କିଛି ଦିନ ବିଚାର କରିଥିଲା । ତାପରେ କୋର୍ଟ ପକ୍ଷରୁ ସମ୍ପୃକ୍ତ ବ୍ଯାଙ୍କକୁ ୪୦, ୦୦୦ ଟଙ୍କାର କ୍ଷତିପୂରଣ ଉପଭୋକ୍ତା ଗ୍ରାହକକୁ ଦେବା ପାଇଁ କୁହାଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *