ସରକାର ଙ୍କ ବଡ଼ ନିଷ୍ପତ୍ତି ! ଏହି ଭୁଲ କରିଥିଲେ କଟିଯିବ ଆପଣଙ୍କ ରାସନ କାର୍ଡ, Ration Card ଧାରୀ ଜଲ୍ଦି ଦେଖନ୍ତୁ…

ବନ୍ଧୁଗଣ ନମସ୍କାର, ତେବେ ଧ୍ୟାନ ଦିଅନ୍ତୁ ରାସନକାର୍ଡ ହିତାଧିକାରୀ । ୭୦ ଲକ୍ଷ କାର୍ଡ ହେବ ବାତିଲ । ଜାଣନ୍ତୁ ଆପଣଙ୍କ କାର୍ଡ କଟିବ କି ନାହିଁ । ରାସନକାର୍ଡ ଧାରୀ ଙ୍କ ପାଇଁ ବଡ଼ ଖବର । ୭୦ ଲକ୍ଷ କାର୍ଡ ରଦ୍ଧ ହେବାର ରହିଛି ସମ୍ଭାବନା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନ ରେ ମୋଦି ସରକାର ୭୦ ଲକ୍ଷ କାର୍ଡ ଧାରୀ ଙ୍କୁ ସନ୍ଦିଗ୍ଧ ତାଲିକା ରେ ରଖିଛନ୍ତି । ଏହାକୁ ଡାଟା ରୁ ତୃଣମୂଳ ସ୍ତର ରେ ଯାଞ୍ଚ ପାଇଁ ରାଜ୍ୟ ଗୁଡ଼ିକୁ ପଠାଇ ଦିଆଯାଇଛି ।

ଆଉ ଏହି ଖବର ଜଣା ପଡ଼ିବା ପରେ ସବୁଆଡ଼େ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଯାଞ୍ଚ ପରେ ସନ୍ଦିଗ୍ଧ ତାଲିକା ରେ ଅନ୍ତର୍ଭୁକ୍ତ ହୋଇଥିବା ନାମ ଗୁଡିକ ରାସନକାର୍ଡ ପାଇବା ପାଇଁ ଯୋଗ୍ୟ କି ନୁହେଁ ତାହା ଜଣା ପଡ଼ିବ । ୨୦୧୩ ମସିହା ରୁ ୨୦୨୧ ମସିହା ମଧ୍ୟରେ ୪.୭୪ କୋଟି ରାସନ କାର୍ଡ ବାତିଲ କରାଯାଇଥିବା ଖାଦ୍ୟ ସଚିବ କହିଛନ୍ତି । ସେହିଭଳି ଏଥର ୭୦ ଲକ୍ଷ ରାସନକାର୍ଡ ଧାରୀ ଙ୍କୁ ସନ୍ଦିଗ୍ଧ ତାଲିକା ରେ ରଖାଯାଇଛି ।

ଏହି ତଥ୍ୟ ବିଷୟ ରେ ସଠିକ ସୂଚନା ସଂଗ୍ରହ ନିମନ୍ତେ କାମ ମଧ୍ୟ କରାଯାଉଛି । ତଥ୍ୟ ସଂଗ୍ରହ ହେବା ମାତ୍ରେ ଏହି ରାସନକାର୍ଡ ହଡ଼ପ କରିଥିବା ବ୍ୟକ୍ତି ଙ୍କ କାର୍ଡ ବାତିଲ ହୋଇଯିବ । ୭୦ ଲକ୍ଷ ରୁ ୫୦ କିମ୍ବା ୬୦ ପ୍ରତିଶତ ନକଲି କାର୍ଡ ଧାରୀ ସାବ୍ୟସ୍ତ ହେଲେ ତାଙ୍କ ପରିବର୍ତ୍ତେ ସୁଯୋଗ୍ୟ ଉପଭୋକ୍ତା ଙ୍କୁ ଲାଭ ପ୍ରାପ୍ତ ହେବ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ଲଗାତାର ଚାଲୁଥିବା ଏକ ପ୍ରକ୍ରିୟା ଅଟେ । ଖାଦ୍ୟ ସଚିବ କହିଛନ୍ତି ଗତ ୯ ବର୍ଷ ରେ ବାତିଲ ହୋଇଥିବା ୪.୭୪ କୋଟି ରାସନକାର୍ଡ ଯୋଗୁଁ ପ୍ରାୟ ୧୯ କୋଟି ଲୋକ ଉପକୃତ ହୋଇଛନ୍ତି । ରାସନକାର୍ଡ ବାତିଲ ହେବା ପରେ ସେମାନଙ୍କ ସ୍ଥାନରେ ନୂତନ ନାମ ଯୋଡ଼ା ହୋଇଛି । ଖାଦ୍ୟ ମନ୍ତ୍ରଣାଳୟ ଦ୍ଵାରା ସେୟାର କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ୯ ବର୍ଷ ମଧ୍ୟ ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ୪.୭୪ କୋଟି ରାସନକାର୍ଡ ବାତିଲ ହୋଇଛି ।

୨୦୧୬ ମସିହାରେ ୮୪ ଲକ୍ଷ ରୁ ଅଧିକ ରାସନକାର୍ଡ ବାତିଲ କରାଯାଇଥିଲା । ଗତ ୯ ବର୍ଷ ମଧ୍ୟରେ ୨୦୧୬ ରେ ସର୍ବାଧିକ ସଂଖ୍ୟକ ରାସନକାର୍ଡ ବାତିଲ ହୋଇଛି । ତେବେ କାର୍ଡ ବାତିଲ ହେବା ଖବର ଜଣା ପଡ଼ିବା ପରେ ଚିନ୍ତା ରେ ଅଛନ୍ତି ରାସନକାର୍ଡ ଧାରୀ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *