ସ୍କୁଲରେ ପାଳନ ହେବ ଅଗଷ୍ଟ ୧୫, କିନ୍ତୁ ଭାଗ ନେବେନି ପିଲା, ହେଲେ କାହିଁକି ? ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ବର୍ଷ ବିଦ୍ୟାଳୟ ରେ ଅଗଷ୍ଟ ୧୫ ପାଳନ କରାଯିବ । କିନ୍ତୁ ପିଲା ଭାଗ ନେବେ ନାହିଁ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଛାତ୍ରଛାତ୍ରୀ ରେ ସ୍କୁଲ ରେ ସ୍ବାଧୀନତା ଦିବସ ପାଳନ କରାଯିବ । ଏହି ସୂଚନା ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଦେଇଛନ୍ତି । କେବଳ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଗହଣ ରେ ସ୍ବାଧୀନତା ଦିବସ ପାଳନ କରାଯିବ ।

କରୋନା ର ଚତୁର୍ଥ ଲହରୀ ରେ ସଂକ୍ରମଣ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଙ୍କ ଗାଇଡ଼ଲାଇନ ମୁତାବକ ସ୍ବାଧୀନତା ଦିବସ କରାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ ଏହି ସମ୍ବନ୍ଧରେ ସ୍ୱୟଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯେହେତୁ ରାଜ୍ୟ ସରକାର ଗାଇଡ଼ଲାଇନ ଦେଇଛନ୍ତି ତେଣୁ କୋଭିଡ ର ସମ୍ଭାବନା ରହିଛି ।

ଚତୁର୍ଥ ଲହରୀ କିଛି ମାତ୍ରାରେ ଆରମ୍ଭ ହୋଇଥିଲା । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ପରାମର୍ଶ ଦେଇଥିଲେ । ଯେ କୌଣସି ଦୃଷ୍ଟିକୋଣରୁ ରାଜ୍ୟ ସରକାର ସ୍ବାଧୀନତା ଦିବସ ପାଳନ କରିବାକୁ କହିଛନ୍ତି । ସେହି ଦୃଷ୍ଟିକୋଣରୁ ବିଦ୍ୟାଳୟ ରେ ନିଶ୍ଚିତ ଭାବରେ ପତାକା ଉତ୍ତୋଳନ କରାଯିବ ।

କିନ୍ତୁ ଅଗଷ୍ଟ ୧୫ ତାରିଖ ଅର୍ଥାତ ସ୍ଵାଧୀନତା ଦିବସ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଏଥିରେ ସାମିଲ କରାଯିବ ନାହିଁ । ରାଜ୍ୟ ସରକାର ଙ୍କ ଯେଉଁଭଳି ଭାବରେ ଗାଇଡ଼ଲାଇନ ଅଛି ସବୁ ବିଭାଗ ପାଇଁ ତାହା ହିଁ କାର୍ଯ୍ୟକାରୀ ହେବ । ବିଦ୍ୟାଳୟ ରେ କେବଳ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କ ଗହଣ ରେ ପତାକା ଉତ୍ତୋଳନ କରାଯିବ ।

କିଛି ଏହା ମଧ୍ୟ ରାଜ୍ୟ ସରକାର ଙ୍କ ଗାଇଡ଼ଲାଇନ ଅନୁଯାୟୀ ପାଳନ କରାଯିବ । ତେବେ ସଂକ୍ଷିପ୍ତ ରେ ଯଦି କୁହାଯିବ ତାହେଲେ ସ୍କୁଲ ରେ ହେବ ଅଗଷ୍ଟ ୧୫ କିନ୍ତୁ ପିଲା ମାନେ ଭାଗ ନେବେ ନାହିଁ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *