ଦୀପିକା କହିଲେ ‘ସେମାନେ ମା ବ୍ଳାଉଜ ଚିରିଛନ୍ତି, ଶାଶୂ ଭିତରୁ ଶୋଧୁଛି, କିନ୍ତୁ ପୋଲିସ୍ ବସି ଗୀତ ଶୁଣୁଛି, ସେମାନେ ମତେ ବଦନାମ କରିବା ପାଇଁ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପୁଣି ଚର୍ଚ୍ଚାରେ ବ୍ରହ୍ମପୁର । ଆଉ ଜଣେ ପ୍ରେମିକା ଆସି ବସିଛି ପ୍ରେମିକର ଘର ଆଗରେ । ଏଥର ବ୍ରହ୍ମପୁର ବେହେରା ସାହିରେ ଘଟିଛି ଏହି ଘଟଣା । ତେବେ ଗତ ୬ ଦିନ ହେବ ସ୍ବାମୀଙ୍କ ଘରେ ଆଗରେ ଧାରଣାରେ ବସିଛନ୍ତି ଦୀପିକା । ଦୀପିକାଙ୍କ କହିବା କଥା ହେଉଛି ଯେପର୍ଯ୍ୟନ୍ତ ତାଙ୍କୁ ଆଉ ତାଙ୍କର ଛୁଆ କୁ ସ୍ତ୍ରୀ ଏବଂ ପୁଅର ପରିଚୟ ମିଳି ନାହିଁ ସେ ଏମିତି ଧାରଣାରେ ବସିଥିବେ ।

ଯେଉଁ ଭଳି ଭାବରେ ତୁହାକୁ ତୁହା ବର୍ଷା ଏବଂ ପବନ ଲାଗି ରହିଥିଲା ସେଥିରେ ମଧ୍ୟ ଧାରଣାରେ ବସିଥିଲେ ଦୀପିକା । ଦୀପିକାଙ୍କ କହିବା ମୁତାବକ- ଆଜିକୁ ଆଠ ଦିନ ହେଇଗଲାଣି ହେଲେ ପରିବାର ଲୋକଙ୍କ ମନରେ ଦୟା ବିକଳ କିଛି ବି ନାହିଁ । ମୋର ପରିବାର ଓ ମୋ ସାଙ୍ଗ ମାନେ ଏଠି ମୋତେ ଖାଇବାକୁ ଦେଉଛନ୍ତି ହେଲେ ମୋର ଯେଉଁ ଅଛନ୍ତି ଶାଶୁ-ଶଶୁର ତାଙ୍କୁ ଟିକେ ବି ଲାଜ ସରମ ଲାଗୁନି ମୋ ଛୋଟ ଛୁଆକୁ ମୁଁ ଘରେ ଛାଡିକି ଆସିଛି ତାର ଯେତେ ଅସୁବିଧା ହେଉଛି ସେଇଟା ଆପଣ ବୁଝି ପାରିବେ ନାହିଁ ।

ତେବେ ମୁଁ ତ ଏଇଠି ଶୋଉଛି ସେ କେତେ ହଇରାଣ ହେଉଛି ଖାଇବା ପିଇବା ତାର ଅଲଗା ଜିନିଷ ବି ଅଛି । ସେ କଣ ମୋତେ ସାହାର୍ଯ୍ୟ କରିବେ ସେ ଓଲଟା ମୋ ମା ନାଁରେ କେସ ଦେଇଛନ୍ତି । ପିଣ୍ଡାରୁ ମୋତେ ଉଠେଇବା ପାଇଁ ଚେଷ୍ଟା କରୁଛନ୍ତି ସେଥିପାଇଁ ତ କେସ ଦେଇଛନ୍ତି । ସେଦିନ ମୋ ମାକୁ ବ୍ଳାଉଜ ଚିରି ବାଡେଇଲା ବେଳକୁ କିଛି ଅସୁବିଧା ହେଲା ନାହିଁ ।

ହେଲେ ମୋ ମା ଖାଲି ପଚାରିଲା ମୋ ଝିଅ କୁଆଡେ ଯାଇଛି ସେଥିପାଇଁ କେସ ଦିଆ ହେଇଛି । ଶାଶୁ ମୋ ପଛରୁ ଗ୍ରୀଲ ବାଡ଼ାଉଛି ଦୁଇ ଅକ୍ଷର ଭାଷାରେ ଗାଳି ଦଉଛି । ମୋତେ ଆଉ ମୋ ମାକୁ ରୋଡ ଉପରେ ବସିବା ପାଇଁ କହୁଛି । ସେହି ଟାଇମରେ ଏ ଦୁଇଜଣ ପୋଲିସଙ୍କୁ ମୁଁ ଜଣେଇଲି କଥାଟି ହେଲେ ସେ ଦୁଇଜଣ ଗୀତ ଶୁଣିବାରେ ବ୍ୟସ୍ତ । ତାଙ୍କୁ ଡିଷ୍ଟର୍ବ ହେଇଗଲା ବୋଲି ସେ ରାଗିକି କହୁଛନ୍ତି ତମର ସୁରକ୍ଷା ପାଇଁ ଆମେ ବସିନୁ ତାଙ୍କ ଘର ଜଗିବାକୁ ବସିଛୁ’ ।

ତେବେ ମୁଁ ଯେତେବେଳେ ପରିସ୍ରା ଲାଗିଲା ମୁଁ ଶୌଚାଳୟ କୁ ଗଲି ସେତେ ବେଳେ ମୋ ମାଆ ଏବଂ ଭଉଣୀ ଆସି ସେହି ପୋଲିସ ବାଲାଙ୍କୁ ମୁଁ କେଉଁଠି ଅଛି ପଚାରିଲେ କାରଣ ମୋ ଫୋନ ଟି ସୁଇଚଅଫ ହୋଇ ଯାଇଥିଲା । ତେବେ ସେତେବେଳେ ମୋ ମାଆ ଖାଲି ତାଙ୍କୁ ପଚାରିବାରୁ ସେ ତାଙ୍କ ନାଁରେ କେଶ କରିଦେଲେ ଏହା କିଭଳି କଥା । ତେବେ ମୋତେ ନ୍ୟାୟ ଦରକାର ମୋ ଛୁଆର ବାପା ନହେଲେ କିଏ ହେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *